July 5, 2025
Home » ଛିଲିପା ଠାରେ ସୁଭଦ୍ରା ସଚେତନତା କାର୍ଯ୍ୟକ୍ରମ ।

ଛିଲିପା ଠାରେ ସୁଭଦ୍ରା ସଚେତନତା କାର୍ଯ୍ୟକ୍ରମ ।

0
WhatsApp Image 2025-03-07 at 1.31.58 PM

ରାଜ୍ୟ ସରକାର ଙ୍କ ପକ୍ଷରୁ ଆରମ୍ଭ କରାଯାଇଥିଵା ସୁଭଦ୍ରା ଯୋଜନା କୁ ନେଇ ଏକ ସଚେତନତା ସଭା ଧର୍ମଗଡ ବ୍ଲକ ଅନ୍ତର୍ଗତ ଛିଲିପା ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇ ଯାଇଛି । ସଚେତନତା ସଭା ରେ ମୁଖ୍ୟଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାଏକ, ତହସିଲଦାର ସଞ୍ଜୟ ସାମନ୍ତରା , ସି,ଡି,ପି,ଓ ଧରିତ୍ରୀ ପାଣିଗ୍ରାହୀ , ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଯୋଜନା ରୁ ବାଦ ପଡ଼ିଥିବା ମହିଳା ମାନେ କିପରି ଏହି ଯୋଜନ ରେ ସାମିଲ ହେବେ ଏବଂ ସୁଭଦ୍ରା ଯୋଜନା ରେ ଯେଉଁ ମହିଳାମାନେ ସହାୟତା ଟଙ୍କା ପାଇଛନ୍ତି ସେହି ଟଙ୍କା କୁ ଛୋଟ ଛୋଟ ବ୍ୟବସାୟ କରି ନିଜ ପରିବାର କୁ ସ୍ବାବଲମ୍ବୀ କରିପାରି ଵେ ସେ ସମ୍ପର୍କ ରେ ଅତିଥି ମାନେ ଉପସ୍ଥିତ ମହିଳା ଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ହିମାଂଶୁ ଶେଖର ପଣ୍ଡା, ଅପ୍ରେସ ସ୍ଵାଇଁ ପ୍ରମୁଖ ଯୋଗ ଦେଇଥିଲେ । ସଭା କାର୍ଯ୍ୟ କୁ ସରପଞ୍ଚ ବିଭୁ ଦତ୍ତ ପ୍ରଧାନୀ ପରିଚାଳନା କରିଥିଲେ ।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *