November 12, 2025
Home » ଜଗତସିଂହପୁର ଜିଲ୍ଲା ହକି ଆସୋସିଏସନ ପକ୍ଷରୁ ହକି ପ୍ରତିଯୋଗିତା

ଜଗତସିଂହପୁର ଜିଲ୍ଲା ହକି ଆସୋସିଏସନ ପକ୍ଷରୁ ହକି ପ୍ରତିଯୋଗିତା

0
WhatsApp Image 2025-11-09 at 3.05.13 PM

ପାରାଦୀପ – ଓଡିଶା ସରକାର ଓ ଟାଟା ହକି ଦ୍ଵାରା ପରିଚାଳିତ ପାରାଦୀପ ପିପିଏଲ ର ଗ୍ରାସରୁଟ ହକି କେନ୍ଦ୍ର ଠାରେ ଜଗତସିଂହପୁର ଜିଲ୍ଲା ହକି ଆସୋସିଏସନ ପକ୍ଷରୁ ଜିଲ୍ଳାର ଚାରିଗୋଟି ହକି ଦଳକୁ ନେଇ ଏକ ହକି ପ୍ରତିଯୋଗିତା ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି l ଏହି ପ୍ରତିଯୋଗିତାର ଡିଏଭି ପିପିଏଲ ଦଳ ପାରାଦୀପ ଦଳକୁ ଶୁଟ ଆଉଟ୍ ମାଧ୍ୟମରେ ହରାଇ ଚମ୍ପିଅନ ଟ୍ରଫି ଗ୍ରହଣ କରିଥିଲେ। ଭାରତୀୟ ହକିର ଏହି ଶହେ ବର୍ଷ ପୂର୍ତ୍ତି ଅବସରରେ ଅପରାହ୍ନରେ ଭେଟେରାନ୍ ଏକାଦଶ ଓ ଡିଏଭି ଜାତୀୟ ଦଳ ମଧ୍ୟରେ ଏକ ଚିତାକର୍ଷକ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା l

 

ଏଥିରେ ଡିଏଭି ଜାତୀୟ ଏକାଦଶ ବିଜୟଲାଭ କରି ଚମ୍ପିଅନ ହୋଇଥିଲେ। ଏହି ସମସ୍ତ ଖେଳର ଆୟୋଜନ ଜଗତସିଂହପୁର ଜିଲ୍ଲାର କ୍ରୀଡା ଅଧିକାରିଣୀ ଶ୍ରୀମତୀ ବିଶ୍ୱବିଜୟିନି ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା ଓ ଏହି ଖେଳକୁ ସୁମିତ ଲାକ୍ରା, ମେଞ୍ଜସ ଏକା ଓ ପ୍ରିୟଙ୍କା ରାଉତ ପରିଚାଳନା କରିଥିଲେ। ଡିଏଭି ପିପିଏଲ ସ୍କୁଲ ର ଅଧ୍ୟକ୍ଷ ସଂଜୀବ କୁମାର ସାହୁ ଚମ୍ପିଅନ ଦଳକୁ ପୁରସ୍କୃତ କରିଥିଲେ ଏବଂ କ୍ରୀଡ଼ା ଶିକ୍ଷକ ଶାଶ୍ଵତ କୁମାର ଭାରତୀୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଡିଏଭି ପିପିଏଲ ସ୍କୁଲ ର ବରିଷ୍ଠ ଶିକ୍ଷକ ବୃନ୍ଦାବନ ରାଉତ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଏହି କ୍ରୀଡ଼ାକୁ ଉଦଘାଟନ କରିଥିଲେ।

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *