ଜଗତସିଂହପୁରରେ ଭୀମଭୋଇ ଭିନ୍ନକ୍ଷମ ସମର୍ଥ ଅଭିଯାନ
ଜଗତସିଂହପୁର: ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଗତ ୬.୯.୨୪ରିଖ ଦିନ ପୂର୍ବାହ୍ନରେ ଓସୱାନ ଭି ସି ହଲରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ଅନୁଯାୟୀ ଜଗତସିଂହପୁରର ୮ ଟି ବ୍ଲକ୍ ଓ ୨ ମ୍ୟୁନିସିପାଲଟିରେ ଭୀମଭୋଇ ଭିନ୍ନକ୍ଷମ ସମର୍ଥ ଅଭିଯାନ ଆୟୋଜିତ କରାଯିବ। ଏହି ପରିପ୍ରେକ୍ଷୀରେ କୁଜଙ୍ଗ ବ୍ଲକ୍ ନିମନ୍ତେ ୨୪.୦୯.୨୪ ରିଖରେ ବନବିହାରୀ ହାଇ ସ୍କୁଲ୍,କୁଜଙ୍ଗ, ତିର୍ତ୍ତୋଲ ବ୍ଲକ୍ ନିମନ୍ତେ ୨୫.୦୯.୨୪ ରିଖରେ ମଣି ଚରଣ ସାରଳା ଏକାଡେମୀ,ତିର୍ତ୍ତୋଲ, ନାଉଗାଁ ବ୍ଲକ୍ ନିମନ୍ତେ ୨୬.୦୯.୨୪ ରିଖରେ ନାଉଗାଁ ହାଟ ହାଇସ୍କୁଲ୍, ଏରସମା ବ୍ଲକ୍ ନିମନ୍ତେ ୨୭.୦୯.୨୪ ରିଖରେ ଶ୍ରୀ ଜଗନ୍ନାଥ ବିଦ୍ୟା ପୀଠ, କୋଠୀ, ବାଲିକୁଦା ବ୍ଲକ୍ ନିମନ୍ତେ ୦୩.୧୦.୨୪ ରିଖରେ ଆମ୍ବାସାଳ ହାଇ ସ୍କୁଲ, ରଘୁନାଥପୁର ବ୍ଲକ ନିମନ୍ତେ ୦୪.୧୦.୨୪ ରିଖରେ ପି. ସି ବିଦ୍ୟା ମନ୍ଦିର, ବିରିଡ଼ି ବ୍ଲକ୍ ନିମନ୍ତେ ୦୫.୧୦.୨୪ ରିଖରେ ବ୍ଲକ୍ କ୍ୟାମ୍ପସ,ବିରିଡ଼ି,ଜଗତସିଂହପୁର ବ୍ଲକ୍ ଓ ମ୍ୟୁନିସିପାଲଟି ନିମନ୍ତେ ୦୭.୧୦.୨୪ ରିଖରେ ଏସ୍ କେ ଏକାଡେମୀ,ଜଗତସିଂହପୁର, ପାରାଦୀପ ମ୍ୟୁନିସିପାଲଟି ନିମନ୍ତେ ୧୮.୧୦.୨୪ ରିଖରେ ମ୍ୟୁନିସିପାଲଟି କଲ୍ୟାଣ ମଣ୍ଡପ, ମଧୁବନ ଠାରେ ଆୟୋଜିତ କରାଯିବ।
ସେଥିପାଇଁ ଏହି ଅଭିଯାନରେ ସାମିଲ ହୋଇ ସରକାରଙ୍କ ଦ୍ଵାରା ପ୍ରଦତ୍ତ ସୁବିଧା ସୁଯୋଗର ଲାଭ ଉଠାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।ପୁନଃ ସମସ୍ତ ଭିନ୍ନକ୍ଷମ ଭାଇ ଓ ଭଉଣୀ
କ୍ୟାମ୍ପ କୁ ଆସିବା ପୂର୍ବରୁ UDID ପୋର୍ଟାଲ ରେ ନାମ ପଞ୍ଜୀକୃତ କରିବା ଜରୁରୀ ଅଟେ ବୋଲି ଜଣାଇ ଦିଆଯାଉଛି ।
ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ, ଇ ପି ଏ
ନିୟୁଜୁ,