ଜଗନ୍ନାଥ ଲଲିତ କଳା ସଂସଦ ତରଫରୁ ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ।

ପାରାଦୀପ, ତା ୨୬-୦୧-୨୦୨୫ ରିଖ ଦିନ ପାରାଦୀପର ଅଗ୍ରଣୀ ଅନୁଷ୍ଠାନ ଜଗନ୍ନାଥ ଲଲିତ କଳା ସଂସଦ ତରଫରୁ ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି।କବିତା ପାଠ ଉତ୍ସବ ଏବଂ ସନ୍ଧ୍ୟାରେ ସ୍ଥାନୀୟ ବିଜୁ କନଭେନସନ ରେ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ପାରାଦୀପ ବନ୍ଦର ଅନ୍ତର୍ଗତ ୨୪ ଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ସବ୍ ଜୁନିଅର୍,ଜୁନିଅର୍ ଓ ସିନିୟର୍ ବିଭାଗରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।ଥିମ୍ ଓ ଡ୍ୟାନ୍ସ ଦୁଇଟି ବିଭାଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଥିମ୍ ରେ ଜୁନିଅର୍ ବିଭାଗରେ ଇନ୍ଦିରା ପାର୍କ ୟୁ ପି ସ୍କୁଲ୍ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଦ୍ଵିତୀୟ ଏବଂ ନବପ୍ରଭାତ ଶିଶୁ ବିଦ୍ୟା ମନ୍ଦିର ତୃତୀୟ ସ୍ଥାନ ହାସଲ କରିଥିଲେ । ସେହିପରି ସିନିୟର୍ ବିଭାଗରେ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରେଟଲ ଏଜୁକେସନ ସେଣ୍ଟର୍ ପ୍ରଥମ, ମାଆ ଅମ୍ବିକା ହାଇସ୍କୁଲ ଦ୍ୱିତୀୟ ଏବଂ ଏନ୍ ଏ ସି ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଡlନ୍ସ ରେ ଜୁନିଅର୍ ବିଭାଗରେ ଜାଭିୟର୍ସ ହାଇସ୍କୁଲ ପ୍ରଥମ,ଗଣପତି ଶିଶୁ ବିଦ୍ୟା ମନ୍ଦିର ଦ୍ଵିତୀୟ ଏବଂ ପୋର୍ଟ ଟ୍ରଷ୍ଟ ୟୁ ପି ସ୍କୁଲ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସିନିୟର୍ ବିଭାଗରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଥମ, ଏନ୍ ଏ ସି ଗାର୍ଲ୍ସ ହାଇସ୍କୁଲ ଦ୍ୱିତୀୟ ଏବଂ ପୋର୍ଟ ଟ୍ରଷ୍ଟ ହାଇସ୍କୁଲ୍ ତୃତୀୟ ସ୍ଥାନ ହାସଲ କରିଥିଲେ।ଏହି କାର୍ଯ୍ୟକ୍ରମରେ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ପି ଏଲ୍ ହରନାଦ,ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନିଲାଭ୍ର ଦାସଗୁପ୍ତା,ଜଗନ୍ନାଥ ଲଲିତ କଳା ସଂସଦ ର ସଭାପତି ଶ୍ରୀ ଅଲେଖ ଚନ୍ଦ୍ର ସାହୁ,କାର୍ଯ୍ୟକାରୀ ସଭାପତି ଶ୍ରୀ ରୁଦ୍ର ନାରାୟଣ ମିଶ୍ର,ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ମହାରଣା ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।ଆମେ କଳାକାର ଟ୍ରଷ୍ଟର ସମସ୍ତ ସଦସ୍ୟ ଏହି କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିଥିଲେ ।