ଜଙ୍ଗଲକୁ ନିଆଁଦାଉରୁ ସୁରକ୍ଷା ପାଇଁ ସଦଭାବନା ସଭାଗୃହରେ ପ୍ରସ୍ତୁତି ବୈଠକ।
![](https://epaodisha.com/wp-content/uploads/2024/12/WhatsApp-Image-2024-12-10-at-1.01.06-PM-1024x768.jpeg)
ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ବହୁତ ସ୍ଥାନରେ ନିଆଁ ଲାଗି ବହୁ ବନ୍ୟପ୍ରାଣୀ ଓ ଜଙ୍ଗଲ ସମ୍ପଦ ପୋଡିଜଳି ନଷ୍ଟ ହେଉଛି।ବାୟୁମଣ୍ଡଳ ଉତ୍ତପ୍ତ ହୋଇ ପ୍ରଦୂଷିତ ହେଉଛି।ଜଳବାୟୁ ପରିବର୍ତ୍ତନ ହେଉଛି।ବହୁତ ଔଷଧିୟ ବୃକ୍ଷ ପଶୁପକ୍ଷୀ ପୋଡିଯାଉଛି।ବୃକ୍ଷ ଅଭାବରୁ ବର୍ଷ କମିଯାଉଛି।ଅଦିନିଆ ବର୍ଷା ଓ ବନ୍ୟା ହେଉଛି।ଭୂପୃଷ୍ଠର ଜଳସ୍ତର ହ୍ରାସ ହେଉଛି।ତେଣୁ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପାଇଁ ଅତିରିକ୍ତ ଜିଲାପାଳ ଅଶୋକ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାଗୃହରେ ଏକ ବୈଠକ ଜଙ୍ଗଲ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଛି।କନ୍ଧମାଳ ଜଙ୍ଗଲ କୁ ନିଆଁଦାଉରୁ ମୁକ୍ତ କରିବାକୁ ଆଲୋଚନା ହୋଇଛି।ଫୁଲବାଣୀ ଡିଏଫଓ ପ୍ରଶାନ୍ତ କୁମାର ପଟେଲ କନ୍ଧମାଳ ଜଙ୍ଗଲର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ।କେଉଁ ସମ୍ଭାବ୍ୟ କାରଣରୁ ନିଆଁ ଲାଗୁଛି ସୂଚନା ଦେଇଥିଲେ।ଜଙ୍ଗଲ ଜମି ପଟାପାଇବା,ପୋଡୁଚାଷ କରିବା,ମହୁଲ ଗୋଟାଇବା, ଶିକାର,ବଣଭୋଜି କରିବା ଇତ୍ୟାଦିରେ ନିଆଁ ଲାଗୁଛି।ସମ୍ଭାବ୍ୟ ନିଆଁ ଲାଗୁଥିବା ଗାଁ ର ଜାତିଆଣ ନେତା, ପ୍ରଭାବଶାଳୀ ଲୋକ,ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ବୈଠକ କରି ବୁଝାଇବା ଓ ପୋଡୁଚାଷ ଗାଁରେ ବିକଳ୍ପ ରୋଜଗାର ଯୋଗାଇ ଦେବାକୁ ଆଲୋଚନା କରାଯାଇଥିଲା।ଏହି ଅବସରରେ ବାଲିଗୁଡା ଡିଏଫଓ ବିଶ୍ୱରାଜ ପଣ୍ଡା, ଜିଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ କାଶୀନାଥ ନନ୍ଦୀ,କେନ୍ଦୁପତ୍ର ଡିଏଫଓଙ୍କ ସହ ସବୁ ରେଞ ଅଫସର, ଫରେଷ୍ଟର,ଏସି ଏଫ,ପୋଲିସ ଓ ଅଗ୍ନିଶମ ଅଧିକାରୀ,ଆମ ଜଙ୍ଗଲରେ କାମ କରୁଥିବା ଏନଜିଓ, ବନସୁରକ୍ଷା ସମିତିର ସଦସ୍ୟମାନେ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ କେତେକ ପରାମର୍ଶ ଦେଇଥିଲେ।କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଜଙ୍ଗଲ କମିବା ସହ ଜଳାଭାବ ଓ ଉତ୍ତାପ ବୃଦ୍ଧି ପାଉଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା।ଆଗାମୀ ଜାନୁଆରୀ ମାସରୁ ଜନସାଧାରଣଙ୍କୁ ସାମିଲ କରିବାକୁ ଆଲୋଚନା କରାଯାଇଥିଲା।