ଜନ ସେବା ସୁନିଶ୍ଚିତ ଆଇନ ଓ ସୂଚନା ସେବା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ରାୟଗଡା ବ୍ଳକ ସଦଭାବନା ଗୃହ ଠାରେ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବହୁମୂଖୀ ଯୋଜନା ଓ ସେବା ଯେପରି ନାଗରିକଙ୍କ ନିକଟରେ ସହଜରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପହଞ୍ଚିପାରିବ, ତାହା ଆଲୋଚିତ ହୋଇଥିଲା ।ଗ୍ରାମ ପଞ୍ଚାୟତ ଗ୍ରାମାଞ୍ଚଳରେ ୨୯ ପ୍ରକାର ସେବା ପ୍ରଦାନ କରିଥାନ୍ତି । ଏହା ବ୍ଯତିତ ଅନ୍ୟ ବିଭାଗ ସେମାନଙ୍କ ବିଭାଗୀୟ ସେବା ପ୍ରଦାନ କରିଥାନ୍ତି । ସୁଶାସନ ନିମନ୍ତେ ସୁସେବା ସହ ସୂଚନା ସେବା ଅପରିହାର୍ଯ୍ଯ। ଲୋକଙ୍କ ଆବଶ୍ୟକତାକୁ ଭିତ୍ତିକରି ଉତ୍ତମ ସେବା ପ୍ରଦାନ ସହ ନିଜସ୍ବ ନିଷ୍ପତ୍ତି ନେବାରେ ସଚେତନ କରାଇବା ସୁଶାସନର ପରିସରଭୁକ୍ତ ଅଟେ । ଏହି ପରିପ୍ରେକ୍ଷୀରେ ଗ୍ରାମ ପଞ୍ଚାୟତ ତଥା ବିଭିନ୍ନ ବିଭାଗ ତରଫରୁ ବିଭିନ୍ନ ସେବା ପ୍ରଦାନ ନିମନ୍ତେ ଧାର୍ଯ୍ଯ ସମୟସୀମାର ଚାର୍ଟର ପ୍ରୋଜେକ୍ଟର ମାଧ୍ୟମରେ ଅବଗତ କରାଯାଇଥିଲା ।
ସେବା ପ୍ରଦାନରେ ସମାନତା, ସମୟ ଭିତ୍ତିକ, ସ୍ବଚ୍ଛତା, ନୀୟମଭିତ୍ତିକ, ସମାଜର ଅବହେଳିତ ବର୍ଗ ଅନୁକୂଳ, ଟେକ୍ନୋଲୋଜି ସମ୍ମିଳିତ, ସ୍ଥାନୀୟକରଣ ସୁନିଶ୍ଚିତ କରିବା ଜରୁରୀ ବୋଲି ସଂବଳ ବ୍ଯକ୍ତି ବୃନ୍ଦ ଆଲୋଚନା କରିଥିଲେ ।
ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂର୍ଯ୍ୟନାରାୟଣ ମହାରଣା, ଏବିଡିଓ କାଳୁ ଚରଣ ନାୟକ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଗୋପାଳ ପଣ୍ଡା, ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ବୈଷୟିକ ସଂଯୋଜକ ଯୋଗେନ୍ଦ୍ର ନାୟକ ସମ୍ବଳ ବ୍ଯକ୍ତି ଭାବେ ଯୋଗ ଦେଇଥିଲେ ।
ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )