ଜନସ୍ବାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ୧୪ଶ ତମ ସମ୍ମିଳନୀ ଓ ସଂଘର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ଅବସର କାଳୀନ ସମ୍ବଦ୍ଧନା

ବ୍ରହ୍ମପୁର : ଉମାଚରଣ ପଟନାୟକ ଇଂଜିନିୟରିଂ ସ୍କୁଲ ପ୍ରାଙ୍ଗଣରେ ରାଜ୍ୟ ସ୍ତରୀୟ ଜନସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘର ୧୪ଶ ତମ ରାଜ୍ୟ ସ୍ତରୀୟ ସମ୍ମିଳନୀ ତଥା ସଂଘର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତିଙ୍କ ସରକାରୀ ଚାକିରିରୁ ଅବସର କାଳୀନ ସଂର୍ବଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଉକ୍ତ ୧୪ଶ ସମ୍ମିଳନୀର ସଂଘୀୟ ପତାକାକୁ ଉତ୍ତୋଳନ କରିଥିଲେ ଓ ସମ୍ପାଦକ ଶ୍ରୀ ଅଶୋକ କୁମାର ମୁଦୁଲି ,କାର୍ଯକାରୀ ସଭାପତି ଅଶିଳ କୁମାର ବ୍ରହ୍ମଙ୍କ ସହିତ ସମସ୍ତ କର୍ମକର୍ତ୍ତା କର୍ମଚାରୀ ମାଲ୍ୟାର୍ପଣ କରିବାସହ । ଜଳ ଯୋଗାଣ କର୍ମଚାରୀ ମାନଙ୍କ କାର୍ଯ୍ୟ ଶୈଳିକୁ ପ୍ରଶଂସା କରିଥିଲେ ।ଏହି ସଭାରେ ଶ୍ରୀଯୁକ୍ତ ଇଂ ଶୁସାନ୍ତ କୁମାର ପାତ୍ର ,ଅଧ୍ୟକ୍ଷ ଉମାଚରଣ ପଟନାୟକ, ମୁଖ୍ୟଉପଦେଷ୍ଟା ତଆ ପ୍ରାକ୍ତନ ବିଧାୟକ ଡଃ.ପ୍ରଭାତ ରଂଞନ ବିଶ୍ବାଳ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବିଗତ ଦିନର ତାଙ୍କର ସଂଘ ପ୍ରତି ଅବଦାନ ଓ କର୍ମଚାରୀ ମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ । ଉକ୍ତ ସଭାଟିକୁ ସଂଘର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି ସଭାପତିତ୍ବ କରିଥିଲେ ।ସଂଘର ସାଧାରଣ ସଂମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ମୁଦୁଲି ପ୍ରଥମେ ଅତିଥି ପରିଚୟ ପ୍ରଦାନ କରିବା ସହିତ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଦେଇ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।
ଏଥିରେ ସହବନ୍ଧିତ ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ବଯ ସମିତିର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁଜିତ କୁମାର ନାୟକ ଯୋଗଦେଇ କର୍ମଚାରୀ ମାନଙ୍କ ଉନ୍ନତି ନିମନ୍ତେ ସୁଚିନ୍ତିତ ମତାମତ ଦେଇଥିଲେ , ଏହି ସଭାରେ ବ୍ରହ୍ମପୁର ମଣ୍ତଳ ଦ୍ବାରା ସଂଘର ରାଜ୍ୟ ସଭାପତି ଶ୍ରଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦେବା ସାଙ୍ଗେ ସାଙ୍ଗେ କର୍ମଚାରୀ ସେବା ସାଧକ ନାମକ ସ୍ମରଣିକା ଉନ୍ମୋଚନ ମୁଖ୍ୟ ଅତିଥି ତଥା ମାନ୍ୟଗନ୍ୟ ସମ୍ମାନିତ ଅତିଥିଙ୍କ ଦ୍ବାରା କରାଯାଇଥିଲା ଓ ଶ୍ରୀ ମହାନ୍ତିଙ୍କୁ କର୍ମବୀର ସମ୍ମାନର ଅଳଙ୍କୃତ କରାଯାଇଥିଲା । ଏହି ସଭାଟିକୁ ବ୍ରହ୍ମପୁର ମଣ୍ତଳ ର ଶ୍ରୀ ପ୍ରଦୀପ କୁମାର ସିଂ , ଶ୍ରୀ ପଦ୍ମଚରଣ ପାଢୀ ,ଶ୍ରୀ ସନ୍ତୋଷ କୁମାର ସ୍ବାମୀ , ଶ୍ରୀ ସୁମନ କୁମାର ପାତ୍ର ,ସୀମାଞ୍ଚଳ ପଣ୍ତା ସମେତ ସମସ୍ତ କର୍ମକର୍ତ୍ତା ସୁଚାରୁ ରୂପେ ସଂପାଦନ କରିଥିଲେ । ଉକ୍ତ ସଭାରେ ଆଗାମୀ ସମ୍ମିଳନୀ ପର୍ଯ୍ୟନ୍ତ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ମଖ୍ୟଉପଦେଷ୍ଟା ଡାଃ ପ୍ରଭାତ ରଞନ ବିଶ୍ବାଳ,ପୁର୍ବତନ ବିଧାୟକ ,ସଙ୍ଗଠନ ଉପଦେଷ୍ଟା ଶ୍ରୀଯୁକ୍ତ ଦିଲିପ କୁମାର ମହାନ୍ତି,ସଭପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି,କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଅଶିଳ ବ୍ରହ୍ମ , ବରିଷ୍ଠ ଉପ-ସଭାପତି ଶ୍ରୀଯୁକ୍ତ ସୁର୍ଦଶନ ପ୍ରଧାନ ,ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ମୁଦୁଲି ,ରାଜ୍ୟ କମିଟିର ଉପ-ସଭାପତି ପ୍ରଶନ୍ନ କୁମାର ପଣ୍ତା ,ବିଜୟ କୁମାର ମଲିକ ,ଦୁର୍ଗା ଚରଣ ସତପଥି, ନାରାୟଣ ବାଗ,ପ୍ରପୁଂଲ କୁମାର ସାମଲ,ପ୍ରଦିପ କୁମାର ସିଂ, ସଂମ୍ପାଦକ ଶ୍ରୀବତ୍ସ ବେହୁରା, ଯୁଗ୍ମ ସମ୍ପାଦକ ଗିରିଶ ଚନ୍ଦ୍ର ନାୟକ,ସୁଧାସୁଂ ରାୟ,ରଞନ କୁମାର ଜ୍ୟୋସି,କୁନ୍ଦନ ସାହୁ,ସୁସିଲ କୁମାର ପଢିଆରୀ,ଚନ୍ଦନ କୁମାର ପରିଡା ,ସଙ୍ଗଠନ ସମ୍ପାଦକ ସୁବାସ ମିଶ୍ର, ପ୍ରେମାନନ୍ଦ ବାରିକ,କଳ୍ପନା ମାର୍ଥା,ବିନୋଦ ବିହାରୀ ବଳ,ପଦ୍ମଚରଣ ପାଢୀ,କାର୍ଯ୍ୟାଳୟ ସମ୍ପାଦକ ସାରଙ୍ଗଧର ସାହୁ,କୋଷାଧ୍ୟକ୍ଷ ଅନିଲ କୁମାର ପ୍ରଧାନ,ମିଡିଆ ସମ୍ପାଦକ ସ୍ମୃତିରଞନ ଗିରି,ସମୀକ୍ଷକ ପ୍ରଶାନ୍ତ କୁମାର ଦାସ,ଶୁସାନ୍ତ କୁମାର ନାୟକ । ନୁତନ ଭାବେ ଚୟନ ହୋଇଥିବା କେନ୍ଦ୍ରୀୟ ନେତୃତଙ୍କୁ ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ବୟ ସମିତିର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁଜିତ କୁମାର ନାୟକ ଶପଥ ପାଠ କରାଇଥିଲେ ।ସଭାଶେଷରେ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଅଶିଳ କୁମାର ବ୍ରହ୍ମ ଧନ୍ୟବାଦ ଅର୍ପଣ କରିଥିଲେ ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )