December 21, 2025
Home » ଜନହିତକର କାର୍ଯ୍ୟରେ ବିନା ରାଜନୈତିକ ଚାପରେ କାମ କରିବାକୁ ଜିଲ୍ଲା ପ୍ରଶାସନର ସହଯୋଗ ଲୋଡିଲେ ନିର୍ବାଚିତ ପ୍ରତିନିଧି l

ଜନହିତକର କାର୍ଯ୍ୟରେ ବିନା ରାଜନୈତିକ ଚାପରେ କାମ କରିବାକୁ ଜିଲ୍ଲା ପ୍ରଶାସନର ସହଯୋଗ ଲୋଡିଲେ ନିର୍ବାଚିତ ପ୍ରତିନିଧି l

0
WhatsApp Image 2025-05-14 at 1.08.21 PM

ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ରେ ଚାଳିଥିବା ଜିଲ୍ଲା ସ୍ତରୀୟ ଜନଶୁଣାଣି ଶିବିରରେ ବିନିକା ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଵୀରମହାରାଜପୁର ବିଧାୟକ ଓ ସାଂସଦଙ୍କ ହସ୍ତକ୍ଷେପ ନେଇ ବିନିକା ବ୍ଳକ ଅଧ୍ୟକ୍ଷା ଦିପ୍ତିରେଖା ନନ୍ଦ ଓ ଉପାଧ୍ୟକ୍ଷ ନିର୍ମଳ ଷାଣ୍ଢଙ୍କ ସହ ସମସ୍ତ ସମିତି ସଭ୍ୟ /ସଭ୍ୟା ଓ ସରପଞ୍ଚ ମିଳିତ ଭାବରେ ଏକ ଅଭିଯୋଗ ପତ୍ର ଦେଇଛନ୍ତି । ସୁଚନା ଯୋଗ୍ୟ ଯେ , ଏହି ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ମୁଣ୍ଡ ପୁରାଇ କାର୍ଯ୍ୟ ଯେପରି ଆଗକୁ ନ ବଢିବ ସେଥିପ୍ରତି ସବୁ ବେ‌ଳେ ବିରୋଧ କରି ଚାଲିଛନ୍ତି । ଏନେଇ ଜନଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଙ୍କୁ ସାକ୍ଷାତ କରି ବ୍ଳକର ସମସ୍ତ ଜନପ୍ରତିନିଧିଙ୍କ ଦସ୍ତଖତ ଥିବା ଅଭିଯୋଗ ଦେବାସହ ବିନିକା ବ୍ଳକରେ ବିଧାୟକ ଇଂ.ରଘୁନାଥ ଜଗଦଳା ଓ ସାଂସଦ ସଂଗୀତା କୁମାରୀ ସିଂଦେଓ ପଞ୍ଚାୟତ ଧାରା 20(A), ୧୯୫୯ ନିୟମ କୁ ଉଲ୍ଳଘନ କରିବା ଏହା ଏକ ଅସମ୍ବିଧାନିକ ଅଟେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ପଞ୍ଚାୟତ ରାଜ ନିୟମରେ କୁହାଯାଇଛି ଯେ ପଞ୍ଚାୟତ ସମିତି ଲୋକାଲ ଜନପ୍ରତିନିଧିଙ୍କ ସ୍ବାଧିନ ଅଧିକାର ରହିଛି । ସ୍ଥାନୀୟ ସାଂସଦ ଓ ବିଧାୟକ, ସ୍ଥାନୀୟ ବ୍ଳକ ଅଧ୍ୟକ୍ଷା ଓ ସମିତିକୁ ସୁଚନା ନ ଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ପାଇଁ ବିଡିଓ ମୌଖିକ ଭାବରେ ନିର୍ଦ୍ଦେଶ ଦେବାସହ ଅଧ୍ୟକ୍ଷାଙ୍କ ବିନା ଅନୁମତିରେ କାର୍ଯ୍ୟ କରିବା ପାଇଁ ବିଡ଼ିଓଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ସ୍ଥାନୀୟ ଏକ ହୋଟେଲ କୁ ସାଂସଦ ଓ ବିଧାୟକ ଓ ଦଳୀୟ କର୍ମୀ ଙ୍କ ଉପସ୍ଥିତିରେ ବିନିକା ବ୍ଳକ ବିଡିଓ , ଏଇ ଓ ଜେଇ ଙ୍କୁ ଆମନ୍ତ୍ରଣ କରି ଦଳୀୟ କର୍ମକର୍ତ୍ତା ମାନଙ୍କୁ ଉନ୍ନୟନ କାର୍ଯ୍ୟ ରେ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି । ଗତ ୯ ତାରିଖ ଦିନ ବିଧାୟକ ଇଂ. ଜଗଦଲା ଓ ତାଙ୍କ ଦଳୀୟ କର୍ମୀ ମାନଙ୍କ ସହ ବ୍ଳକ କାର୍ଯ୍ୟାଳୟକୁ ଯାଇ ସରକାରୀ ଫାଇଲ ଫୋପାଡ଼ି ଥିବା ସହ ବ୍ଳକର କନିଷ୍ଠ ଯନ୍ତ୍ରୀ ଭୋଜରାଜ ମେହେରଙ୍କୁ ଗାଳିଗୁଲଜ କରିଥିଲେ ବୋଲି ଲିଖିତ ପତ୍ରରେ ଦର୍ଶାଇଛନ୍ତି । ବିନିକା ବ୍ଳକରେ କାର୍ଯ୍ୟକାରୀ ହେଉଥିବା ଜନହିତକର କାର୍ଯ୍ୟରେ ବିନା ରାଜନୈତିକ ଚାପରେ କାମ କରିବାକୁ ଜିଲ୍ଲା ପ୍ରଶାସନ ର ସହଯୋଗ ଲୋଡ଼ିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହାର ଅବିକଳ ନକଳ ଭୂବନେଶ୍ବର ରେ ଥିବା ମୂଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ , ପଞ୍ଚାୟତି ରାଜ ବିଭାଗ ସଚିବ, ସୁବର୍ଣ୍ଣପୁର ଜିଲ୍ଲାପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ଙ୍କ ନିକଟକୁ ପଠାଇଥିବା ପ୍ରକାଶ କରିଛନ୍ତି । ଜିଲ୍ଲା ପରିଷଦ ସଭ୍ୟ ବରିଷ୍ଠ ଭରାସାଗର ଙ୍କ ସମେତ ବିନିକା ବ୍ଳକ ର ସମିତି ସଭ୍ୟ/ସଭ୍ୟା ଓ ସରପଞ୍ଚ ବୃନ୍ଦ ଉପସ୍ଥିତ ଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *