ଜବତ ହେଲା ମଣିଷମରା ଡିଜେ ଶକ୍ତି।ଅନଗୁଳ ରୁ ଜବତ କରି ଆଣିଲା ପୋଲିସ।
ଆଠଗଡ : ଶୁକ୍ରବାର ରାତିରେ ଏକ ବାହାଘର ଡିଜେ ସାଉଣ୍ଡ ରେ ଏକ ବିବାହ ଶୋଭାଯାତ୍ରା ଯାଉଥିବା ସମୟରେ ପରିବା ଆଣିବାକୁ ଯାଇଥିବା ଲକ୍ଷ୍ମୀଧର ନନ୍ଦ ଡିଜେ ର ବିକଟାଳ ଶବ୍ଦରେ ହୃଦଘାତ ରେ ଟଳିପଡ଼ି ମୃତ୍ୟୁ ବରଣ କରିଥିଲେ। ଡିଜେ କୁ ଜବତ କରିବା,ତାର ମାଲିକ ଓ ବର,ବରପିତା ଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରେ ଶବ ରଖି ରାସ୍ତା ଅବରୋଧ କରିଥିଲେ।ଆଜି ରବିବାର ତିଗିରିଆ ପୋଲିସ ଅନଗୁଳ ରୁ ଶକ୍ତି ନାମକ ଡିଜେ ଗାଡ଼ି କୁ ଜବତ କରି ତିଗିରିଆ ଥାନାକୁ ଆଣିଛନ୍ତି।ଅନୁସନ୍ଧାନ ରୁ ଜଣାପଡିଛି ସଂପୃକ୍ତ ଡିଜେ ଗାଡ଼ି ନମ୍ବର ଓଡି ୧୯ AA ୭୨୯୫ ଜବତ କରି ଅପରେଟର କୁ ଗିରଫ କରିଛି।ଅନୁସନ୍ଧାନ ରୁ ଜଣା ପଡ଼ିଛି ଯେ ବିବାହ ଶୋଭାଯାତ୍ରା ରେ ଯିବାକୁ ସମ୍ପୃକ୍ତ ଗାଡ଼ିର ଅନୁମତି ନଥିଲା।
