ଜର୍ଜ ହାଇସ୍କୁଲ୍ ପଡିଆରେ ଗଛରୋପଣ କାର୍ଯ୍ୟକ୍ରମ

ବରଗଡ଼: ଆଜି ବରଗଡ଼ ଜିଲ୍ଲାର ଜର୍ଜ ହାଇସ୍କୁଲ୍ ପଡିଆରେ ଲୋକ ସେବା ବରଗଡ଼ ଦଳ ଦ୍ୱାରା ବିଶାଳ ଗଛରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହିରୋ ଇଣ୍ଡିଆ ବିହାର ପଣ୍ଡିତ, କିରଣ ବଞ୍ଛୋର, ଶଙ୍କର କୁମାର ସାହ, ବିଭୁ ସ୍ୱାଇନ୍, ସୁଜିତ ସାହୁ, ଦଶୋବନ୍ତ କୁମ୍ଭାର ସହ ସମ୍ବଲପୁରରୁ ମାସୁଦ ଆଲମ୍ ଓ ସୁଶାନ୍ତ କୁମାର କେୱଟ୍ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।ଲୋକ ସେବା ଦଳର ପ୍ରୟାସରେ ଅଞ୍ଚଳକୁ ହରିତିମାରେ ମୁଡ଼ି ଦେବା ସହ ପରିବେଶ ସୁରକ୍ଷା ପ୍ରତି ନୂଆ ପିଢ଼ୀକୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ପ୍ରଧାନ ଉଦ୍ଦେଶ୍ୟ ଥିଲା ।
ବରଗଡ ଜିଲ୍ଲା ଇପିଏ ରୁ କ୍ଷମାନିଧି ବଣ୍ଡୁକିକଂ ରିପୋର୍ଟ.