March 2, 2026
Home » ଜଳ, ପରିମଳ ଓ ସ୍ୱଚ୍ଛତା ସମ୍ପର୍କିତ CRP-CM ମାନଙ୍କ ପାଇଁ ଏକଦିନିଆ କର୍ମଶାଳା ଆୟୋଜିତ

ଜଳ, ପରିମଳ ଓ ସ୍ୱଚ୍ଛତା ସମ୍ପର୍କିତ CRP-CM ମାନଙ୍କ ପାଇଁ ଏକଦିନିଆ କର୍ମଶାଳା ଆୟୋଜିତ

0
WhatsApp Image 2026-03-02 at 1.41.38 PM

 

ପାରାଦୀପ: ସ୍ୱଦେଶୀ ମେଳା ଅବସରରେ ଆଜି ପାରାଦୀପ ସ୍ଥିତ କଳିଙ୍ଗ ବାଲିଯାତ୍ରା ପଡିଆ ଠାରେ WASH Financing (ଜଳ, ପରିମଳ ଓ ସ୍ୱଚ୍ଛତା) ସମ୍ପର୍କିତ CRP-CM ମାନଙ୍କ ପାଇଁ ଏକଦିନିଆ କର୍ମଶାଳା ଆୟୋଜିତ ହୋଇଯାଇଛି।କର୍ମଶାଳାରେ ରାଜ୍ୟ ସ୍ତରର State Consultant-WASH, DPM, OLM ଅଧିକାରୀମାନେ, BRC, Kujang ଓ ସହ OLM, ORMAS ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

ଏହି ଅବସରରେ ଗ୍ରାମ୍ୟ ଅଞ୍ଚଳରେ WASH କାର୍ଯ୍ୟକ୍ରମର ସଫଳ ରୂପାୟଣ, ସ୍ୱଚ୍ଛତା ବ୍ୟବସ୍ଥା ସୁଦୃଢିକରଣ, ପାନୀୟ ଜଳ ବ୍ୟବସ୍ଥାପନ ଓ ହାଇଜିନ ସଚେତନତା ବୃଦ୍ଧି ପାଇଁ ଆର୍ଥିକ ସହାୟତା ପ୍ରଣାଳୀ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।

CRP-CM ମାନଙ୍କୁ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ WASH Financing କାର୍ଯ୍ୟକଳାପ ରୂପାୟଣ, ସମୁଦାୟ ସଚେତନତା ଓ ଆର୍ଥିକ ସଂଯୋଜନ ପ୍ରକ୍ରିୟା ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା।ଅଧିକାରୀମାନେ ତାଙ୍କ ଉଦବୋଧନରେ କହିଥିଲେ ଯେ, ସ୍ୱଚ୍ଛ ଓ ସୁସ୍ଥ ଗ୍ରାମ ଗଠନରେ ମହିଳା ସ୍ୱୟଂସାହାୟକ ଗୋଷ୍ଠୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ WASH Financing ଏହାକୁ ଆହୁରି ସୁଦୃଢ କରିବ।

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *