August 21, 2026
Home » ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳନ ଅବସରରେ ସଚେତନତା ପଦଯାତ୍ରା

ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳନ ଅବସରରେ ସଚେତନତା ପଦଯାତ୍ରା

0
WhatsApp Image 2026-01-22 at 7.36.22 AM

 

ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସମାଜ କଲ୍ଯାଣ ବିଭାଗ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ମିଳିତ ସହଯୋଗରେ ଜାତୀୟ ଶିଶୁ କନ୍ୟା ସପ୍ତାହ ପାଳନ ଅବସରରେ ବୁଧୁବାର ଦିନ ନବରଙ୍ଗପୁର ସହରରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଡଃ ମହେଶ୍ଵର ସ୍ଵାଇଁ ସବୁଜ ପତାକା ଦେଖାଇ ଏହି ସଚେତନତା ପଦଯାତ୍ରା କୁ ଶୁଭାରମ୍ଭ କରିଥିଲେ । ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଦ୍ରୌପଦୀ କହଁର ଙ୍କ ତତ୍ଵାବଧାନରେ ନବରଙ୍ଗପୁର ନର୍ସିଂ ମହାବିଦ୍ୟାଳୟର ଓ ବିଦ୍ୟାର୍ଥୀ ନର୍ସିଂ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଏକ ପଦଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ରୁ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ଶୋଭାଯାତ୍ରା କାରୀମାନେ କନ୍ୟା ଭୃଣହତ୍ୟା ବନ୍ଦ କର , ଝିଅ ହେଲେ ପାଠୋଇ ଦେଶ ଯିବଆଗେଇ , ଜାତୀୟ କନ୍ୟା ଦିବସ ପାଳନ କର,କନ୍ୟା ଅଟେ ଆମ ରତନ କରିବା ଆମେ ତାର ଯତନ,କନ୍ୟା ଅଟେ ଆମ ଦୁହିତା ପାଠ ପଢି ହେବା ଜଗତଜିତା , ଝିଅ କୁ କେବେ ନମଣ ସାନ, ଆଇନ ଆଖିରେ ପୁଅ ଝିଅ ସବୁ ସମାନ ,ଶିଶୁ ଅଧିକାର ଝିଅ କୁ ଦେବା ଲିଙ୍ଗ ଭେଦଭାବ ଦୂର କରିବା,ଝିଅ କୁ ଦିଅ ଶିକ୍ଷା ଓ ସମ୍ମାନ ରଖିବ ସିଏ ତୁମର ମାନ ସୁବିଧା ସୁଯୋଗ ଝିଅକୁ ଦିଅ ରାଷ୍ଟ୍ରପତି ବି ହୋଇବ ଝିଅ ଆଦି ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲି କୁମାର ଖରା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ମନୋରମା ମାଝି ,ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ରମା ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ କନ୍ୟା ସନ୍ତାନ ଦିବସର ଗୁରୁତ୍ଵ ଉପରେ ଆଲୋକପାତ କରିବା ସହିତ ଝିଅ ମାନଙ୍କ ପ୍ରଗତି ପାଇଁ ହେଉଥିବା ସମସ୍ତ ପ୍ରଚେଷ୍ଟାର ସଫଳ ରୂପାୟନ କେବଳ ମାନସିକ ସ୍ତରରେ ଝିଅମାନଙ୍କୁ ସେମାନଙ୍କର ଅଧିକାର ଦେଲେ ହିଁ ସଫଳ ହେବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ୟୁନିସେଫ , ମହିଳା ସଶକ୍ତି କରଣ ହବ ର ସଂଯୋଜିକା ସରିତା ରାଣୀ ପାଣି, ଆର୍ଥିକ ସାକ୍ଷରତା ବିଶେଷଜ୍ଞ ସସ୍ମିତା ପାତ୍ର , ଲିଙ୍ଗ ସମ୍ବେଦନଶୀଳତା ବିଶେଷଜ୍ଞ ପ୍ରୀତି କୁମାରୀ ବାଘ ନବରଙ୍ଗପୁର ଶକ୍ତି ସଦନ କେନ୍ଦ୍ରର କର୍ମ କର୍ତ୍ତା, ଚାଇଲ୍ଡ ଲାଇନ ର ସଂଯୋଜିକା, ଶିଶୁ ଅଧିକାର ସହଯୋଗୀ ଆଭା ୱାନଷ୍ଟପ ସେଣ୍ଟର ପକ୍ଷରୁ ରଞ୍ଜିତା ସାହୁ , ଓକିଲ କିଶୋରୀ ପଟ୍ଟନାୟକ ପ୍ରମୁଖ୍ୟ ବକ୍ତା ମାନେ ସମାଜରେ ମହିଳା ମାନଙ୍କର ସମସ୍ଯା ବିଶେଷ କରି କିଶୋରୀ ବାଳିକା ମାନେ ସେମାନଙ୍କ ଜୀବନରେ ଯେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାକୁ ଦୃଢ ଭାବରେ ମୁକାବିଲା କରି ଆଗକୁ ଚାଲିବା ସହିତ , ସେମାନଙ୍କର ମାନବିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ,ସମସ୍ତ ଶିଶୁ କନ୍ୟା ମାନେ ଯେପରି ସମାନ ଭାବରେ ଶିକ୍ଷା ପାଇପାରିବେ ଏହି ସବୁ ବିଷୟରେ ଆଲୋଚନା କରିଥିଲେ ।

ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।