February 10, 2026
Home » ଜାତୀୟ ଗୋପାଳ ରତ୍ନ ଭାସ୍କର ଙ୍କୁ ନାଗରିକ ସମ୍ବର୍ଦ୍ଧନା l

ଜାତୀୟ ଗୋପାଳ ରତ୍ନ ଭାସ୍କର ଙ୍କୁ ନାଗରିକ ସମ୍ବର୍ଦ୍ଧନା l

0
WhatsApp Image 2024-12-02 at 5.26.48 PM

ସୁବର୍ଣ୍ଣପୁର — ଆଜି ମଧ୍ୟାନ୍ନ 12 ଘଣ୍ଟା ସମୟ ରେ ଉଫୁଲା ଗ୍ରାମ ପଂଚାୟତ ସଭା ଗୃହରେ ଜାତୀୟ ଗୋପାଳ ରତ୍ନ ସମ୍ମାନ ପ୍ରାପ୍ତ ଆର୍ଟିଫିସିଆଲ ଇନ ସେମିନେସନ ଟେକନିସିଆନ (ଏ ଆଇ ଏଫ ) ଭାସ୍କର ପଧାନ (ଯଦୁ )ଙ୍କୁ ନାଗରିକ ସମ୍ବର୍ଦ୍ଧନା ଅବସରରେ ସରପଞ୍ଚ ଶ୍ରୀୟା କର୍ମୀ ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସମ୍ବର୍ଦ୍ଧନା ସଭାରେ ନାଏବ ସରପଞ୍ଚ କମଳିନୀ ମହାପାତ୍ର, ୱାର୍ଡ ମେମ୍ବର ଧରିତ୍ରୀ ବାଘ, ମିନତୀ ଭୋଇ, ସୁଦାମ ଭୁଇ, ଘାସିରାମ ବାଦୀ ଙ୍କ ସମେତ ଗ୍ରାମ ପଂଚାୟତ ସ୍ତରୀୟ ଫେଡେରେସନ କାର୍ଯ୍ୟକର୍ତ୍ତା ସ୍ୱୟଂ ସହାୟକ ଗୋଷ୍ଠୀ,ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ସାହୁ, ଗ୍ରାମ ପଂଚାୟତ ର ଶତାଧିକ ଗୋପାଳକ ଓ ପଂଚାୟତ କର୍ମଚାରୀ ଉପସ୍ଥିତ ଥିଲେ l କେନ୍ଦ୍ର ସରକାର ଙ୍କ ଦ୍ୱାରା ଜାତୀୟ ଗୋପାଳ ରତ୍ନ ପୁରସ୍କାର ରେ ସମ୍ମାନିତ ଭାସ୍କର ପଧାନ (ଯଦୁ ) ନିଜ କର୍ମ ଭୂମି ରେ 13 ବର୍ଷ ଗୋ ବଂଶ ବୃଦ୍ଧି 10 ହଜାର ରୁ ଅଧିକ ଗିର,ରେଡ ସିନ୍ଧି, ସାହି ୱାଲ.ଜର୍ଶୀ, ହଲିଷ୍ଠନ ପ୍ରଜାତିର ବାଛୁରୀ କୃତ୍ରିମ ପ୍ରଜନନ ମାଧ୍ୟମରେ ସୃଷ୍ଟି କରିଥିବା ଓ ସେକ୍ସ ସର୍ଟେଟ ସିମେନ ଯୋଗାଇ 25000 ମାଈ ବାଛୁରୀ ସୃଷ୍ଟିକରି ତୃତୀୟ ଥର ଓଡିଶା ନାମ କେନ୍ଦ୍ର ରାଜଧାନୀ ଦିଲ୍ଲୀ ରେ କେନ୍ଦ୍ର ସରକାର ଙ୍କ ଦ୍ୱାରା ସମ୍ମାନିତ ହୋଇ ଥିବାରୁ ଉପସ୍ଥିତ ଗୋପାଳକ ପ୍ରଶଂଶା କରିଥିଲେ l ଶେଷରେ ପି ଇ ଓ ଶ୍ରୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *