ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଉପରେ ଏକ ଦିବସୀୟ ଜାତୀୟ ସେମିନାର
ଜାତୀୟ ଶିକ୍ଷା ନୀତି – (ଏନଇପି) ୨୦୨୦ ଏବଂ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଗୁଣବତ୍ତା ନିଶ୍ଚିତତା (ହାଇବ୍ରିଡ୍ ମୋଡ୍) ଉପରେ ଏକ ଦିନିଆ ଜାତୀୟ ସେମିନାର୍ ୧୯/୧୧/୨୦୨୪ ତାରିଖରେ ପୂର୍ବାହ୍ନ ୧୦.୩୦ ସମୟରେ କୋରାପୁଟର ଡିଏଭି କଲେଜ ଅଫ୍ ଟିଚର୍ସ ଏଡୁକେସନ ମଲ୍ଟିପର୍ପୋଜ୍ ହଲରେ ସରକାରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଡ ଗୋପାଳ ହାଲଦାର ଆଞ୍ଚଳିକ ନିର୍ଦ୍ଦେଶକ ଉଚ୍ଚଶିକ୍ଷା କୋରାପୁଟ,ସମ୍ମାନିତ ଆତିଥି ଭାବେ ପ୍ରସନ୍ନ କୁମାର ମହାନ୍ତି DEO-CUM-DPC (SSA) କୋରାପୁଟ ଓଡିଶା,ସମ୍ମାନିତ ଅତିଥି ଡ ଲତିକା ମିଶ୍ର ଆଞ୍ଚଳିକ ନିର୍ଦ୍ଦେଶକ IGNOU ଆଞ୍ଚଳିକ କେନ୍ଦ୍ର କୋରାପୁଟ, ସଭାପତି ପ୍ରଫେସର (ଡ) ଦେବେନ୍ଦ୍ର କୁମାର ସେଠୀ ପ୍ରିନ୍ସିପାଲ୍ DAV CTE କୋରାପୁଟ ଯୋଗ ଦେଇ ଥିଲେ ।
ରିଶୋର୍ସ ପର୍ସନ ଭାବେ ପ୍ରଫେସର (ଡ) ବିମଲ ଚନ୍ଦ୍ର ସ୍ୱାଇଁ ପ୍ରିନ୍ସିପାଲ KSUB CTE ଭଞ୍ଜାନଗର ଏବଂ DPIASE ବ୍ରହ୍ମପୁର, ଡ.ବୃନ୍ଦାବନ ଚନ୍ଦ୍ର ମିଶ୍ର ପୂର୍ବତନ ପ୍ରିନ୍ସିପାଲ୍, DAV CTE କୋରାପୁଟ,ଡକ୍ଟର ଅମରେନ୍ଦ୍ର ପାନି ଯୁଗ୍ମ ନିର୍ଦ୍ଦେଶକ ତଥା ନିର୍ଦ୍ଦେଶକ (ସ୍ୱାଧୀନ ଚାର୍ଜ) ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭରସିଟିସ୍ (AIU) ନୂଆଦିଲ୍ଲୀ ଅ°ଶଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମରେ ଅତିଥିମାନେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ଗୁରୁତ୍ୱ ଏବଂ ଆହ୍ବାନକୁ ଆଲୋକିତ ନେଇ ,ପ୍ରଦର୍ଶିତ ଡିଜିଟାଲ୍ ସାକ୍ଷରତାର ବିଭିନ୍ନ ଦିଗ ନେଇ,ସେମିନାରର ସାମଗ୍ରିକ ଗଠନ ଏବଂ ବିଷୟବସ୍ତୁ ନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ଶିକ୍ଷା ବିଭାଗ ଦ୍ୱାରା ଏହି ସେମିନାର ଆୟୋଜିତ ହୋଇଥିଲା ଏବଂ ନୂତନ ଶିକ୍ଷା ନୀତିର ଆହ୍ୱନ ଏବଂ ଆଶା ବିଷୟରେ ଅନୁସନ୍ଧାନ କରାଯାଇଥିଲା। ଏନଇପି- ୨୦୨୦ ହେଉଛି ଏକ ଢାଞ୍ଚା ଯାହା ଏକବିଂଶ ଶତାବ୍ଦୀର ଆବଶ୍ୟକତା ପୂରଣ କରିବା ପାଇଁ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଅଦ୍ୟତନ କରିବାକୁ ଲକ୍ଷ୍ୟ ରଖିଛି । ଏକ ଉଚ୍ଚଶିକ୍ଷିତ ଏବଂ ପ୍ରେରିତ ଶିକ୍ଷକ ଶ୍ରମିକ ସୃଷ୍ଟି ପାଇଁ ଏହା ଉଚ୍ଚ ଏବଂ ଶିକ୍ଷକ ଶିକ୍ଷାକୁ ରୂପାନ୍ତର କରିବା ଉପରେ ଧ୍ୟାନ ଦେଇଥାଏ ।
ଏକ ଦିନିଆ ସେମିନାର କାର୍ଯ୍ୟକ୍ରମ ଓଡ଼ିଶାର ଆଭ୍ୟନ୍ତରୀଣ ଗୁଣବତ୍ତା ସୁନିଶ୍ଚିତ ସେଲ୍ (IQAC) DAV କଲେଜ ଅଫ୍ ଶିକ୍ଷକ ଶିକ୍ଷା କୋରାପୁଟ ଦ୍ୱାରା ଆୟୋଜିତ ହୋଇଥିଲା |
କୋରାପୁଟର ଡିଏଭି କଲେଜ ଅଫ୍ ଟିଚର୍ସ ଙ୍କର କର୍ମକର୍ତ୍ତାଙ୍କ ଦ୍ୱାରା ଏହି ଅଧିବେଶନ ଭଲ ଭାବରେ ସଂଯୋଜିତ ହୋଇଥିଲା।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ