ଜାତୀୟ ସାଇକେଲ ଚାଳନା ପ୍ରତିଯୋଗିତା ଉଦଯାପିତ
ପୁରୀ ୧୦/୧୨ ପୁରୀ ଷ୍ଟ୍ରଲିଂ ଛକ ଠାରେ ଚାଲିଥିବା ୪ ଦିନିଆ ୨୯ ତମ ଜାତୀୟ ସାଇକ୍ଲିଂ ଚମ୍ପିୟାନସିପ ଆଜି ଅପରାହ୍ନ ରେ ଉଦଯାପିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରହମପୁର ର ମାନ୍ୟବର ବିଧାୟକ ସିଦ୍ଧାନ୍ତ ମହାପାତ୍ର ସାଇକେଲ ଚାଳନା ଶରୀର କୁ ସୁସ୍ଥ ରଖିବା ସହ ପରିବେଶ ସୁରକ୍ଷା ରେ ସହାୟକ ହୋଇ ଥାଏ।ପ୍ରାୟ ୫୪ ବର୍ଷ ପରେ ପୁରୀ ରେ ଜାତୀୟ ସାଇକେଲ ଚାଳନା ପ୍ରତିଯୋଗିତା ଆୟୋଜନ ହେବା ଆନନ୍ଦର କଥା।
ଏହା ଫଳରେ ଓଡ଼ିଶାର ସାଇକେଲ ଚାଳନା ରେ ଋଚି ବୃଦ୍ଧି ପାଇବ।ସଫଳ ଆୟୋଜନ ପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ପୁଣି ଏକ ବଡ଼ ଇଭେଣ୍ଟର ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଜାତୀୟ ସାଇକ୍ଲିଂ ଆସୋସିଏସନ ର ସମ୍ପାଦକ ମନିନ୍ଦର ପାଲ ସିଂ,ଓଡିଶା ଅଲମ୍ପିକ ଆସୋସିଏସନ ର ସାଧାରଣ ସମ୍ପାଦକ ଅଭିଜିତ ପୌଲ, ଓଡିଶା ସାଇକ୍ଲିଂ ଆସୋସିଏସନ ର ସଭାପତି ମିନତୀ ମହାପାତ୍ର,ସମ୍ପାଦକ ପ୍ରସନ୍ନ ରାଉତ ପ୍ରମୁଖ ଯୋଗ ଦେଇ ସାଇକ୍ଲିଂ ପ୍ରତି ଲୋକ ମାନଙ୍କର ଆଗ୍ରହ ବଢ଼ିବା ସହ ଏହି ଭଳି ପ୍ରତିଯୋଗିତା ସେମାନ ଙ୍କୁ ପ୍ରୋତ୍ସାହିତ କରିବ ବୋଲି ମତ ଦେଇଥିଲେ।ଶେଷରେ ଅତିଥି ମାନେ ଶ୍ରେଷ୍ଠ କ୍ରୀଡାବିତ ଓ ଦଳକୁ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଓ କ୍ରୀଡା ବିଭାଗର କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।ପ୍ରଶାସନ ପକ୍ଷରୁ ବିବିଧ ସହଯୋଗ ପ୍ରଦାନ କରାଯାଇଥିଲା।