August 21, 2026
Home » ଜାତୀୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତାରେ ପଦକ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଦନା

ଜାତୀୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତାରେ ପଦକ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଦନା

0
khel-nara

ବ୍ରହ୍ମପୁର: ଚଳିତ ମାସ ୨ ତାରିଖ ଠାରୁ ୪ ତାରିଖ ତିନି ଦିନ ଧରି ନୂଆଦିଲ୍ଲୀ ଏନସିଆର ଠାରେ ଡିଏଭି ନ୍ୟାସନାଲ ସ୍ପୋର୍ଟସ୍ -୨୦୨୪ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା ଜୋନର ତିନୋଟି ବର୍ଗରେ ବିଭିନ୍ନ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିଲେ । ବ୍ରହ୍ମପୁର ଡିଏଭି ପବ୍ଲିକ୍ ସ୍କୁଲ ରୁ ୩୮ ଜଣ ଛାତ୍ର ଛାତ୍ରୀ ଓଡିଶା ଟିମରେ ସାମିଲ ହୋଇ ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଏଥିରେ ରୋଲର ସ୍କେଟିଂ ଓ ଟାଇକୋଣ୍ଡୋ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉତ୍ତମ ପ୍ରଦର୍ଶନ କରି ପଦକ ହାସଲ କରିଛନ୍ତି । ରୋଲର ସ୍କେଟିଂରେ ଅନ୍ୱେଷା ବିଷୋୟୀ, ଟାଇକୋଣ୍ଡୋ ସଞ୍ଜିବନ ସାମନ୍ତରା, କ୍ରିତିକା ଦଳେଇ, ନିଧିଶ୍ରୀ ଓ ଆଦିତି ନାୟକ ପଦକ ହାସଲ କରିଛନ୍ତି ।

ନ୍ୟାସନାଲ ସ୍ପୋର୍ଟସରେ ଅଂଶ ଗ୍ରଗଣ କରିବା ପରେ ଆଜି ଅପରାହ୍ନରେ ନୂଆଦିଲ୍ଲୀରୁ ବ୍ରହ୍ମପୁର ଫେରିଛନ୍ତି ଛାତ୍ରଛାତ୍ରୀମାନେ । ଆଜି ରେଳ ଷ୍ଟେସନରେ ପହଞ୍ଚିବା ପରେ ପଦକ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ଡିଏଭି ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ଧରାଶ୍ରୀ ପାଢୀ ପୁଷ୍ପ ଗୁଚ୍ଛ ଦେଇ ସମ୍ୱର୍ଦ୍ଦିତ କରିଥିଲେ । ସ୍ଖୁଲର ଶିକ୍ଷକ ମାନସ କୁମାର ପଣ୍ଡା, ଭିନସେଣ୍ଟ ଦାସ, କେଦାରନାଥ ମହାପାତ୍ର, ପ୍ରିତୀ ଭୁର୍ଜୀ, ଅଳ୍ପନା ପଟ୍ଟନାୟକ, ଶୁଭଶ୍ରୀ ପାଣିଗ୍ରୀହୀ ଓ ଜାନକୀ କୁମାରୀ ସାହୁଙ୍କ ତତ୍ୱବଧାନରେ ଛାତ୍ରଛାତ୍ରୀମାନେ ନୂଆଦିଲ୍ଲୀ ଗସ୍ତ କରିଥିଲେ । ସେପଟେ ଆଜି ବ୍ରହ୍ମପୁର ରେଳ ଷ୍ଟେସରେ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ କରିବା ସମୟରେ ଡିଏଭି ପବ୍ଲିକ୍ ସ୍କୁଲର ଶିକ୍ଷକ ସମୀର ପାଣିଗ୍ରାହୀ ଆର ଗୋବିନ୍ଦ ରାଓ , ଦିଲ୍ଲିପ କୁମାର ବେହେରା, ପିଭି ରାମ ଦାସଙ୍କ ସମେତ ବହୁ ଶିକ୍ଷକ, କର୍ମଚାରୀ ଓ ଅଭିଭାବକ ମାନେ ଉପସ୍ଥିତ ରହି ଛାତ୍ର ଛାତୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।…

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed