December 25, 2025
Home » ଜିନେଇଲୋ ତ୍ରିନାଥ ନାରୀସଂଘ ଆଲୋଚନାଚକ୍ର

ଜିନେଇଲୋ ତ୍ରିନାଥ ନାରୀସଂଘ ଆଲୋଚନାଚକ୍ର

0
WhatsApp Image 2025-12-24 at 8.00.26 PM

ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଂଚାୟତର ଜିନେଇଲୋ ତ୍ରିନାଥ ନାରୀ ସଂଘ ପକ୍ଷରୁ ନାରୀସୁରକ୍ଷା ଓ ସଚେତନତା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି ।ସଂଘର ସଭାନେତ୍ରୀ ତପନି ନାୟକଙ୍କ ଅଧକ୍ଷତାରେ ଆଲୋଚନାଚକ୍ରରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟଅତିଥି ରୂପେ ଯୋଗଦେଇ ଥିଲେ । ରାଜନୀତିର ଉର୍ଦ୍ଧରେ ରହି ନିଷ୍ଠା ଓ ଆନ୍ତରିକତା ସହ କାର୍ଯ୍ୟ କଲେ ପ୍ରକୃତ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାର ଉପକୃତ ହୋଇ ପାରିବେ । ମୁଖ୍ୟବକ୍ତା ରୂପେ ବରିଷ୍ଠ ଓକିଲ ଶେଷ ରଞ୍ଜନ ଦାସ, ସମ୍ମାନିତଅତିଥି କାମାକ୍ଷାନଗର ସହ ଉପଜିଲ୍ଲାପାଳ ଦୀପକ କୁମାର ମିଶ୍ର, ଅଧ୍ୟାପକ ସୁଧାଂଶୁ ଶେଖର ପାତ୍ର,ଜମୁନକୋଟ ସରପଞ୍ଚ ରଞ୍ଜନ କୁମାର ବାରିକ, ଜିଲ୍ଲାପରିଷଦ ସଭ୍ୟା ଶୀଲରାଣୀ ସାହୁ,ଜିନେଇଲୋ ଗ୍ରାମ ସଭାପତି ବିପିନ ପାତ୍ର,ଜିରାଳ ସେବା ସମବାୟ ସମିତି ସଭାପତି ରବି ନାରାୟଣ ନାୟକ,ଅରଖପାଳର ଯୁବ ସମାଜସେବୀ ଅଭୟ ନାୟକ ,ଜିନେଇଲୋର ଯୁବ ସମାଜସେବୀ ଶେହାଂଶୁ ଶେଖର ପାତ୍ର ଭାଗନେଇଥିଲେ ।ନାରୀ ସଚେତନ ହେଲେ ସମାଜ ଓ ଦେଶର ଉନ୍ନତି ସମ୍ଭବ ବୋଲି ଆଲୋଚନା କରିଥିଲେ ।ସମ୍ପାଦିକା ଲିଜା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।ଶିଶୁ ଓ ମହିଳା ବିକାଶ ମଣ୍ଡଳ ପରିଦର୍ଶିକା ମୀନାରାଣୀ ସ୍ୱାଇଁ ମଂଚାସୀନ ଥିଲେ ।୫୦୦ରୁ ଉର୍ଦ୍ଧ ସଂଘର ସଦସ୍ୟା ଓ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ଏହି ଆଲୋଚନାଚକ୍ରରେ ଭାଗ ନେଇଥିଲେ ।

kamkhyanagar epa ru rajkishor rout nka report

Leave a Reply

Your email address will not be published. Required fields are marked *