October 16, 2024
Home » ଜିଲ୍ଲା ଆଇନ ସେବାପ୍ରାଧିକରଣ, ଜୟପୁର ମାଧ୍ୟମରେ ପଞ୍ଚାୟତ ସ୍ତରୀୟ ଆଇନ ସହାୟତା କେନ୍ଦ୍ର

ଜିଲ୍ଲା ଆଇନ ସେବାପ୍ରାଧିକରଣ, ଜୟପୁର ମାଧ୍ୟମରେ ପଞ୍ଚାୟତ ସ୍ତରୀୟ ଆଇନ ସହାୟତା କେନ୍ଦ୍ର

0

 

ଜିଲ୍ଲା ଆଇନସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଆନୁକୂଲ୍ୟରେ ତାଲିମପ୍ରାପ୍ତ ପାରାଲିଗାଲ ସ୍ବାଚ୍ଛାସେବୀ ମାନଙ୍କ ମାଧ୍ୟମରେ ଭିବିନ୍ନ ପଞ୍ଚାୟତ ଭିବିନ୍ନ ଗ୍ରାମକୁ ଗସ୍ତକରି ପଞ୍ଚାୟତ ସ୍ତରୀୟ ଆଇନ ସହାୟତା କେନ୍ଦ୍ର ମାଧ୍ୟମରେ ଯୋଗ୍ୟହିତାଧିକାରୀ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ସେମାନଙ୍କୁ ଠାରୁ ଦରଖାସ୍ତ ସଂଗ୍ରହ କରିଥିଲେ। ଏହା ଜାତୀୟ ଆଇନସେବା ପ୍ରାଧିକରଣ, ଦିଲ୍ଲୀ ଏବଂ ରାଜ୍ୟ ଆଇନସେବା ପ୍ରାଧିକରଣ, ଓଡିଶା ନିର୍ଦ୍ଦେଶ ଅନୁଶାରେ ଏହି ଅଭିଯାନ ଜିଲ୍ଲା ଆଇନସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଆରମ୍ବ କରିଥିଲା ପ୍ରାୟ ଦଶଦିନ ଧରି କାର୍ଯ୍ୟରତ ପାରା ଲିଗାଲ ସ୍ବେଚ୍ଛାସେବୀ ମାନଙ୍କ ଦ୍ବାରା ପଞ୍ଚାୟତ ସ୍ତରୀୟ ଆଇନ ସହାୟତା ଶିବିର ମାଧ୍ୟମରେ କାର୍ଯ୍ୟକରିବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଶ୍ରୀ ପ୍ରଦୀପ କୁମାର ମହନ୍ତ ତତ୍ବାଅବଦାନ ରେ ଜିଲ୍ଲା ଆଇନ ସେବାପ୍ରାଧିକରଣ ସଚିବ ତଥା ବିଚାରପତି ଶ୍ରୀ ସୁମନ ଜେନା ଏହି ପଞ୍ଚାୟତ ସ୍ତରୀୟ ଆଇନ ସହାୟତା ଅଭିଯାନ ଆରମ୍ବ କରିଥିଲେ। ଏହାର ଲକ୍ଷ ହେଲା ପ୍ରତ୍ୟେକ ବ୍ୟକ୍ତି ନିଜର ଅଧିକାରରୁ ବଞ୍ଚିତ ନ ହେବା, ପ୍ରତିଟି ଲୋକଙ୍କ ପାଖକୁ ଆଇନ ସହାୟତା ପଞ୍ଚାଇବା, ସହଜ ଉପାୟରେ ନ୍ୟାୟ ପାଇବା, ବୁଢାବୁଢି ଠୁ ଆରମ୍ଭ କରି ପିଲାଛୁଆଠୁ ସମସ୍ତେ ଆଇନ ବିଷୟରେ ଅବଗତ ହେବା ସହିତ ଅନ୍ୟକୁ ଅବଗତକରାଇବା ତାହା ସହିତ ବାର୍ଦ୍ଧକ୍ୟ, ବିଧବା, ବିକଳାଙ୍ଗ, ଅବିବାହିତ, ଭତ୍ତା ଇତ୍ୟାଦି ଯାହା ବି ଆଇନଗତ ସମସ୍ୟା ବିଷୟରେ ଅନ୍ୟମାନଙ୍କୁ ସଚେତନତା କରିବା ସହିତ ହିତାଧିକାରୀ ମାନଙ୍କଠାରୁ ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା। ଏଥିରେ ତାଲୁକ ଲିଗାଲ କମିଟି, କୋରାପୁଟ, କୋଟପାଡ, ଦଶମନ୍ତପୁର, ସେମିଲିଗୁଡା ଏବଂ ଜିଲ୍ଲା ଆଇନ ସେବାପ୍ରାଧିକରଣ ଜୟପୁର ପାରାଲିଗାଲ ସ୍ବେଚ୍ଛାସେବୀଙ୍କ ମିଳିତ ଉଦ୍ୟମରେ ବିଭିନ୍ନ ଗ୍ରାମପଞ୍ଚାୟତକୁ ଗସ୍ତ କରି ଲୋକମାନଙ୍କ ଠୁ ବିଭିନ୍ନ ଯୋଜନା ବା ବିଭିନ୍ନ ବର୍ଗର ଭିନ୍ନ ଭିନ୍ନ ସମସ୍ୟାକୁ ନେଇ ସର୍ବମୋଟ, ୫୨୭ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଛି। ଏହି ଦରଖାସ୍ତ ଗୁଡିକ ପରବର୍ତ୍ତୀ ସମୟରେ ବିଭିନ୍ନ ବିଭାଗ କୁ କାର୍ଯ୍ୟକାରିତା କରିବାକୁ ପ୍ରେରଣା କରାଯିବ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ କହିଥିଲେ। ଏହି ପଞ୍ଚାୟତ ସ୍ତରୀୟ ଆଇନ ସହାୟତା ଶିବିର କାର୍ଯ୍ୟକ୍ରମକୁ ବ୍ଲକ ଅଧିକାରୀ ମାନେ ମଧ୍ୟ ସହଯୋଗ କରିଥିଲେ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *