ଜିଲ୍ଲା ଇସି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

।
ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ମିଶନ ମହିଳା ଗୋଷ୍ଟୀ ଇସି ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗର ଜି ପି ଏଲ ଏଫ୍, ବି ଏଲ୍ ପି ର ପୂର୍ନର ଗଠନ ପାଇଁ ନର୍ଦ୍ଧେଶନାମା ସ୍ଥଗିତ ରଖିବା ଦାବୀରେ ଏହି ବିକ୍ଷୋଭ କରାଯାଇଛି । ଶେଷରେ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ୪ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।
ଜିଲ୍ଲାର ୮ ଟି ବ୍ଲକରୁ ଶହ ଶହ ସଂଖ୍ୟାରେ ଇସି ମହିଳାମାନେ ଏହି କାର୍ଯ୍ୟାଳୟରେ ଯୋଗ ଦେଇଥିଲେ । ଏବଂ ସେମାନଙ୍କ ଦାବି ପୂରଣ ନହେଲେ ଆନ୍ଦୋଳନ ଆଗାମୀ ଦିନରେ ଆହୁରି ବଡ ଧରଣର ଆନ୍ଦୋଳନ ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି ।
କାମାକ୍ଷାନଗର ଇପିଏ ରାଜ କିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )