ଜିଲ୍ଲା ଡୁମାଲ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ l
ସୁବର୍ଣ୍ଣପୁର – ଆଜି ସୋନପୁର ସହର ର କସ୍ତୁରୀ ହୋଟେଲ ର କନଫରେନ୍ସ ହଲ ଠାରେ ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ପକ୍ଷରୁ ଏକ ପ୍ରେସମିଟ କରା ଯାଇଥିଲା,। ଜିଲ୍ଲା ସଭାପତି ଅଶ୍ଵିନୀ କୁମାର ମହାକୁର ଙ୍କ ସଭାପତିତ୍ବରେ ଜିଲ୍ଲା ସଂଯୋଜକ ସୁରେଶ ପାତ୍ର ଡୁମାଳ ପରିଷଦ ସୁବର୍ଣ୍ଣପୁରର ମୁଖ୍ୟ ଲକ୍ଷ୍ୟ ଉପରେ କହିଥିଲେ l ଜିଲ୍ଲା ସମ୍ପାଦକ କିଶୋର କର୍ମୀ ନାରୀ ନିର୍ଯ୍ୟାତନାର ଶିକାର ହୋଇ ଥିବା ଜିଲ୍ଲା ଡୁମାଳ ପରିଷଦ ସମସ୍ତ ଙ୍କ ଉପରେ ସୂଚନା ଦେଇଥିଲେ l ସୁବର୍ଣ୍ଣପୁର ଜିଲ୍ଲା ର ଡୁମାଳ ଜାତି ଝିଅ ବହୁ ସ୍ବାମୀ ପାଖରୁ ପ୍ରାୟ ୪୦୦ ଜଣ ନିର୍ଯ୍ୟାତନାର ଶିକାର ହୋଇ ବାପ ଘରେ ରହୁଛନ୍ତି l୮୦ ଗୋଟି ସ୍ବାମୀ ସ୍ତ୍ରୀଙ୍କ ଆପୋଷ ବୁଝାମଣା ମଧ୍ୟରେ ସମାଧାନ କରାଯାଇଛି, ୩୦ ଗୋଟି ପ୍ରାୟ ବିଚାରାଳୟ ରେ ବିଚାର ଚାଲିଛି l ବର୍ତ୍ତମାନ ଅତି ସମ୍ବେଦନଶୀଳ ହେବାରୁ ଜିଲ୍ଲା କମିଟି ପକ୍ଷରୁ ଆପଣ ମାନଙ୍କୁ ଡକାଇ ପ୍ରେସମିଟ କରାଯାଉଛି l ଆପଣ ମାନଙ୍କ ସହଯୋଗ ରେ ଓଡ଼ିଶା ସରକାର, ଜିଲ୍ଲା ପ୍ରଶାସନ, ସମସ୍ତ ଜନସାଧାରଣଙ୍କ ପାଖରେ ପହଞ୍ଚେଇବାର ଉଦ୍ଧେଶ୍ୟରେ ଜଣାଇ ଦିଆଯାଇଛି l ୧- ସୀତା ବଘାର ସ୍ବାମୀ – ରାମକୃଷ୍ଣ ବଘାର,ଲୁଚାବନ୍ଦ, ଥାନା – ବୀରମହାରାଜପୁର, ସ୍ବାମୀ ଦ୍ବିତୀୟ ବିବାହ କରିଛନ୍ତି, ଯେଉଁ ଦ୍ବିତୀୟ ବିବାହ ରେ ଯେଉଁ ବ୍ୟକ୍ତି ମାନେ ସହଯୋଗ କରିଛନ୍ତି ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ବୀରମହାରାଜପୁର ଥାନାରେ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ,
୨- ଭଗବତୀ ମହାକୁର ସ୍ବାମୀ – ଚନ୍ଦନ ମହାକୁର ନି- ରଢିଆପାଲି,ଥାନା – ବୀରମହାରାଜପୁର,ନିର୍ଯ୍ୟାତନାର ଶିକାର , ଅନ୍ୟ ସ୍ତ୍ରୀ ପାଖରେ ସମ୍ପର୍କ ରଖି ପଲାନ୍ତକ ହୋଇଛନ୍ତି, ଏଥିରେ ରଢିହାପାଲି ମାମୁଁ ପରିବାର,ଓ ଡୁମାଳ ଜାତି ସମାଜ କିଛି ଜାତି ଭାଇ ସହଯୋଗ କରିବା ହେତୁ, ଭଗବତୀ ମହାକୁର ନାରୀ ନିର୍ଯ୍ୟାତନାର ଶିକାର ହୋଇଅଛି, ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବା ପାଇଁ,
୩- ଝୁମା ପଧାନ ନି – ବଡ଼ମାଳ ଥାନା – ବୀରମହାରାଜପୁର ଙ୍କର ଅଭିଯୋଗ ବୀରମହାରାଜପୁର ଥାନାରେ ଏତଲା ଦାଏର କରା ଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟlନୁଷ୍ଠାନ ନିଆଯାଇନାହିଁ l ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି l ଯଦି ଦୋଷୀ ମାନଙ୍କ ଉପରେ ତୁରନ୍ତ କାର୍ଯ୍ୟlନୁଷ୍ଠାନ ଗ୍ରହଣ ନ ହୁଏ ତେବେ
ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପାଖରେ ଆନ୍ଦୋଳନ କରିବା ପାଇଁ ଜିଲ୍ଲା କମିଟି ପକ୍ଷରୁ ସଭାପତି ଏହି ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଥିଲେ l ଜିଲ୍ଲା ଉପ ସଭାପତି ଲକ୍ଷ୍ମଣ ବସ୍ତିଆ , ଜିଲ୍ଲା କମିଟି ଆଇନ୍ ସେଲ୍ ସଦସ୍ୟ କୃଷ୍ଣଚନ୍ଦ୍ର କମ୍ପ, ଟାଉନ ସଭାପତି କୋଷାଧ୍ୟକ୍ଷ ଲକ୍ଷ୍ମଣ ଦେହୁରୀ, ଜୟନାରାୟଣ ମେଣ୍ଡିଲି, କଳାପଥର ଅସ୍ଥାୟୀ ସଭାପତି ରବି ବଘାର,ଥଣ୍ଡାରାମ ପଧାନ, ନବୀନ ଖଣ୍ଡଗିରି, ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର