July 4, 2025
Home » ଜିଲ୍ଲା ଡୁମାଳ ପରିଷଦ ପକ୍ଷରୁ ଯୁକ୍ତ ଦୁଇ ବାଣିଜ୍ୟ ରେ ଦ୍ଵିତୀୟ ହୋଇଥିବା ଦିବ୍ୟଶ୍ରୀ ଙ୍କୁ ସମ୍ବର୍ଦ୍ଧନା l

ଜିଲ୍ଲା ଡୁମାଳ ପରିଷଦ ପକ୍ଷରୁ ଯୁକ୍ତ ଦୁଇ ବାଣିଜ୍ୟ ରେ ଦ୍ଵିତୀୟ ହୋଇଥିବା ଦିବ୍ୟଶ୍ରୀ ଙ୍କୁ ସମ୍ବର୍ଦ୍ଧନା l

0
WhatsApp Image 2025-05-16 at 11.42.13 AM

ସୁବର୍ଣ୍ଣପୁର — ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଡୁମାଳ ପରିଷଦ ଓ ଜିଲ୍ଲା ଡ଼ୁମାଳ ଯୁବ ପରିଷଦ ପକ୍ଷରୁ ଚଳିତ ବର୍ଷ ଯୁକ୍ତଦୁଇ ବାଣିଜ୍ୟରେ ଓଡ଼ିଶା ରେ ୯୩.୮ ମାର୍କ ରଖି ଦ୍ଵିତୀୟ ହୋଇଥିବା ଦିବ୍ୟଶ୍ରୀ ମେଣ୍ଡିଲି ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସୋନପୁର ର ଛାତ୍ରୀ ଦିବ୍ୟ ଶ୍ରୀ ଙ୍କର ଏହି ସଫଳତା ଯୋଗୁଁ ବିଦ୍ୟାଳୟ ସମେତ ଜିଲ୍ଲା ର ଶିକ୍ଷା ପ୍ରେମୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦିବ୍ୟ ଶ୍ରୀ ସହରର ବ୍ୟବସାୟୀ ସତ୍ୟ ନାରାୟଣ ମେଣ୍ଡିଲି ଓ ସବିତା ମେଣ୍ଡିଲି ଙ୍କର ଦ୍ବିତୀୟ ଝିଅ ଅଟନ୍ତି । ଆଜି ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ସଭାପତି ଅଶ୍ଵିନୀ କୁମାର ମହାକୁର ଙ୍କ ନେତୃତ୍ବରେ ଦିବ୍ୟ ଶ୍ରୀ ମେଣ୍ଡିଲି ଙ୍କ ବାସଭବନକୁ ଯାଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ଡୁମାଳ ଜାତି ସମାଜ ପାଇଁ ଦିବ୍ୟ ଶ୍ରୀ ଏକ ଲକ୍ଷ୍ମୀ ରତ୍ନ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଏହି ସଫଳତା ପାଇଁ ଡୁମାଳ ଜାତି ସମାଜ ଗୌରବ ମନେ କରୁଛି ଓ ଆଗାମୀ ଦିନରେ ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଆଗକୁ ବଢ଼ିବାରେ ସହଯୋଗ କରିବ ବୋଲି ସଭାପତି ପ୍ରକାଶ କରିଥିଲେ। ଏହି ଅବସରରେ ରାଜ୍ୟଉପ ସଭାପତି ଲୋକନାଥ ମାହାର, , ଜିଲ୍ଲା ଯୁବ ପରିଷଦ ସୁବର୍ଣ୍ଣପୁର ସଭାପତି ବିଜୟ ରଞ୍ଜନ କର୍ମୀ, କଳାପଥର କେନ୍ଦ୍ର ସଭାପତି ରବି ବଘାର ଓ ଜିଲ୍ଲା ସଂଯୋଜକ ସୁରେଶ ପାତ୍ର ଉପସ୍ଥିତ ଥିବାସହ ଏହି ସଫଳତା ରେ ଜିଲ୍ଲା ର ଗୌରବ ବୃଦ୍ଧି କରିଥିବା ଦିବ୍ୟ ଶ୍ରୀ ଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *