ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଏକ ଦିବାସୀୟ ବୃତ୍ତି ପରାମର୍ଶ କର୍ମଶାଳା ଅନୁଷ୍ଠିତ
ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜ଼ିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଆୟୋଜିତ ଶିଶୁ ଯତ୍ନ ଅନୁଷ୍ଠାନ ଓ ଅଣଆନୁଷ୍ଠାନିକ ସେବା, ହାଇସ୍କୁଲ, ଯୁକ୍ତ ଦୁଇ ଓ ଆଇଟିଆଇ ପାସ୍ କରିଥିବା ଛାତ୍ର ଛାତ୍ରୀ ଙ୍କ ପାଇଁ ଏକ ଦିବାସୀୟ ବୃତ୍ତି କର୍ମଶାଳା ଜ଼ିଲ୍ଲା ଯୋଜନା କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜ଼ିଲ୍ଲାପାଳ ଅଞ୍ଜଳୀନା ପଧାନ, ସମ୍ମାନିତ ଅତିଥି ଭାବରେ ଜ଼ିଲ୍ଲା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା ଯୋଗ ଦେଇ ପିଲା ମାନଙ୍କ ର ଭାବିଷ୍ୟତ ଗଠନ ପାଇଁ ବୃତ୍ତି କର୍ମଶାଳା ର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ l ଶିଶୁ ସୁରକ୍ଷା ଅଧିକାରୀ ବିଜୟ କୁମାର ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ କର୍ମଶାଳା ର ଉଦେଶ୍ୟ ଜ୍ଞାପନ କରିଥିଲେ l ଜ଼ିଲ୍ଲା ଶିଳ୍ପ କେନ୍ଦ୍ର ର ଶୁଭମ ସାହୁ ଆଇଟିଆଇ ସୋନପୁର ର ମଞ୍ଜିତ ମାଝୀ କ୍ୟାରିୟର ପରାମର୍ଶ ଦାତା ରାଜୀବ ନାୟକ, ନର୍ସିଂ କଲେଜ ର ଅଧ୍ୟକ୍ଷ ସୁବୋଧ ସାହୁ, ସୋନପୁର ମହିଳା ମହାବିଦ୍ୟାଳୟ ର ପ୍ରାଧ୍ୟାପକ କ୍ଷୀରୋଦ କୁମାର ମେହେର ବୃତ୍ତି ସମ୍ବନ୍ଧୀୟ ପରାମର୍ଶ ପ୍ରଦାନ କରିଥିଲେ l ଜ଼ିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ପ୍ରଶାନ୍ତ ମହାକୁଡ଼, ରୁଦ୍ର ପ୍ରସନ୍ନ ମିଶ୍ର, ସରିତା ସୁନା, ଥବିର କାଲସେ, ଜିତେନ୍ଦ୍ର ମଣ୍ଡଳ, ମୃତ୍ୟୁଞ୍ଜୟ ସାହୁ, ଅନିଲ ମହଲା, ପ୍ରତୀକ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଶହେ ଜଣରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଓ ଅଭିଭାବକ ଅଂଶ ଗ୍ରହଣ କରିଥିଲେ l ପରିଶେଷରେ ସୁରକ୍ଷା ଅଧିକାରୀ ଅଣ ଆନୁଷ୍ଠାନିକ ଗୌତମ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
