December 23, 2024
Home » ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଅଲିଭା ମହାସଂଘର ମିଳିତ ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଅଲିଭା ମହାସଂଘର ମିଳିତ ବୈଠକ ଅନୁଷ୍ଠିତ

0

l ସୁବର୍ଣ୍ଣପୁର –ଦି ହଙ୍ଗର୍ ପ୍ରୋଜେକ୍ଟ ପକ୍ଷରୁ ମହିଳା ଜନ ପ୍ରତିନିଧି ମାନଙ୍କୁ ନେଇ ଗଠନ ହୋଇଥିବା ଅଲିଭା ମହାସଂଘର ଜିଲ୍ଲା ସ୍ତରୀୟ ବୈଠକ ନିଉ ଟାଉନ ହଲ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି l ଦି ହଙ୍ଗର ପ୍ରୋଜେକ୍ଟ କ୍ଷେତ୍ର ପ୍ରଶିକ୍ଷକ ଗୁଣନିଧି ମାଝି ସମସ୍ତଙ୍କୁ ସ୍ୱାଗତ ଜଣାଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଲେ ଜେଣ୍ଡର୍ ଏକ୍ସପୋର୍ଟ ଅନଙ୍ଗ ନେଗି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷl ସୁପାର ଠେଲା ଯୋଗ ଦେଇ ନାରୀ କୌଣସି ଗୁଣରେ କମ୍ ନୁହନ୍ତି ବୋଲି କହିବା ସହ ଦେଶ ଉନ୍ନତ ହେବ ବୋଲି ମତ ରଖିଥିଲେ l ସମ୍ମାନିତ ଅତିଥି ଭାବେ ଉପ ଆରକ୍ଷୀ ଅଧିକ୍ଷକ ରେଣୁକା ସୁନା ମହିଳା ହିଂସା ରେ ପୀଡିତl ମାନଙ୍କ ପାଇଁ ଥିବା ଆଇନ ଉପରେ ମତ ରଖିଥିଲେ l ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ ଅବସ୍ଥାପିତ ସୁରକ୍ଷା ଅଧିକାରୀ ଅନିତା ଗୁରୁ ମହିଳା ଶିଶୁ ବିକାଶ ମାଧ୍ୟମରେ ପ୍ରତିଷେଧକ ଟୀକା ପ୍ରଦାନ ଉପରେ ଆଲୋକପାତ କରିଥିଲେ l ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡ.ରମେଶ ଚନ୍ଦ୍ର ସ୍ୱାଇଁ ନାରୀ ସୁରକ୍ଷା, ଶିଶୁ ସୁରକ୍ଷା, ହିଂସା ଉପରେ ସୂଚନା ଦେଇଥିଲେ l ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୃଭୂଜ ଦାଶ ଶିଶୁ ଅଧିକାର, ମିଶନ ବାତ୍ସଲ୍ୟ ,ଆର୍ଶୀବାଦ ଯୋଜନା ଓ ଶିଶୁ ଅନୁକୂଳ ପଞ୍ଚାୟତ ଉପରେ ସୂଚନା ଦେଇଥିଲେ l ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା, ସରଗଜ ଗ୍ରାମପଞ୍ଚାୟତ ସରପଞ୍ଚ ନର୍ମଦା ମିଶ୍ର, ତୁଲୁଣ୍ଡା ସରପଞ୍ଚ ଉମା ସାହୁ ଙ୍କ ସହିତ ଅଲିଭା ମହାସଂଘ ସଭାନେତ୍ରୀ ଆହୁତି କୁମ୍ଭାର ଓ ସମ୍ପାଦିକା କାମିନୀ ମିଶ୍ର ଅଲିଭା ମହାସଂଘ କାର୍ଯ୍ୟକ୍ରମ ଓ ପଞ୍ଚାୟତ ଜନ ପ୍ରତିନିଧି ମାନଙ୍କ ପାଇଁ କାର୍ଯ୍ଯକାରୀ ହେଉଥିବା ବିଭିନ୍ନ କାର୍ଯ୍ଯକ୍ରମ ଉପରେ ଆଲୋଚନା କରିଥିଲେ l ଏଥିରେ ତରଭା ବ୍ଲକ ୧୫ଟି ଗ୍ରାମ ପଞ୍ଚାୟତରୁ ମହିଳା ଜନ ପ୍ରତିନିଧି ମାନେ ଅଂଶ ଗ୍ରହଣ କରି ଅଲିଭା ମହାସଙ୍ଘ ମାଧ୍ୟମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷl ଠେଲା ଙ୍କୁ ବିଭିନ୍ନ ସମସ୍ୟା ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଏଥିରେ ଧନୁର୍ଦ୍ଧର ନାଏକ, ସ୍ବପ୍ନା ମହାଲିଙ୍ଗ, ଝରଣା ପଟ୍ଟନାୟକ ଓ ସୁଦାମ ଗାଈଗାରିଆ ସହଯୋଗ କରିଥିବା ବେଳେ କମସରା ଗ୍ରାମପଞ୍ଚାୟତ ସରପଞ୍ଚ କୁନ୍ତଳା ରଣା ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed