ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପୁରୀ : ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଆଜି ଗୋପ ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୯୭ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ୮୦ ଗୋଟି ବ୍ୟକ୍ତିଗତ,୧୭ ଗୋଟି ଗ୍ରାମ ସମ୍ବନ୍ଧୀୟ ସମ୍ପର୍କରେ ରହିଥିଲା।ତତକ୍ଷଣାତ ୪ ଗୋଟି ର ସମାଧାନ କରାଯାଇଥିଲା।

ଅନ୍ୟ ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା।ଏହି ଶୁଣାଣୀରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସିଡିଏମଓ ଡା ଅକ୍ଷୟ କୁମାର ଶତପଥି,ଅତିରିକ୍ତ ଏସ ପି ସଚିନ ପଟେଲ,ଡେପୁଟି କଲେକ୍ଟର ଆଦ୍ୟାଶା ରଥ,ଗୋପ ବିଡ଼ିଓ ଛବିରାଣୀ ସାହୁ, ଗୋପ ତହସିଲଦାର ଅନିଲ କୁମାର ମହାନ୍ତି, ଅଭିଯୋଗ ଶୁଣାଣୀ ଅଧିକାରୀ ପଞ୍ଚାନନ ପରିଜା ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ
