ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ଦିବସ ଓ ଆନ୍ତର୍ଜାତୀୟ ମହିଳା ଦିବସ–୨୦୨୬ ପ୍ରତିଯୋଗିତା
ନୟାଗଡ: ନୟାଗଡ ଜିଲ୍ଲାର ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ–୨୦୨୬ ଅବସରରେ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ନୟାଗଡ଼ ଓ ଜିଲ୍ଲା ପ୍ରଶାସନଙ୍କ ପରିଚାଳନାରେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମ୍ପନ୍ନ ହୋଇଥିଲା।ନୟାଗଡ ଜିଲ୍ଲାପାଳ ମଧୁମିତା ରଥଙ୍କ ସହିତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସମସ୍ତ ସି ଡି ପି ଓ, ସୁପରଭାଇଜର, ପ୍ରୋଗ୍ରାମ ଅଫିସର, ଡିସି–ଡିଏଚଇଡବ୍ଲ୍ୟୁ, ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଡି ପି ସି ଏବଂ ଡି ଏଚ ଇ ଡବ୍ଲ୍ୟୁ ଆଇ ଡଲ୍ୟୁର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୨୦୦ ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକା ମାନେ ଅଂଶଗ୍ରହଣ କରିଥିଲେ।ସଭା ପୂର୍ବରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ସରକାରୀ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ଆନ୍ତର୍ଜାତୀୟ କନ୍ୟା ଦିବସ ଉପଲକ୍ଷେ ସଚେତନତା ପଦଯାତ୍ରାକୁ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଓ ପଦଯାତ୍ରାରେ ସାମିଲ ହୋଇଥିଲେ ।ଏହି ପଦଯାତ୍ରାରେ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟର ୫୦ରୁ ଉର୍ଦ୍ଧ୍ବ ଛାତ୍ରୀ ଓ ଅଧ୍ୟାପିକା ଯୋଗଦେଇ କନ୍ୟା ସନ୍ତାନଙ୍କ ସୁରକ୍ଷା, ବେଟି ବଞ୍ଚାଓ ବେଟି ପଢାଓ, ନାରା ଦେଇ ମହିଳା ସଶକ୍ତିକରଣ ଓ ଲିଙ୍ଗ ସମତା ବାର୍ତ୍ତା ପ୍ରଚାର କରିଥିଲେ।

ପ୍ରତିଯୋଗିତାମାନଙ୍କ ମାଧ୍ୟମରେ ମହିଳା ଅଧିକାର, ସ୍ୱାସ୍ଥ୍ୟ, ଶିକ୍ଷା ଓ ସମାଜରେ ମହିଳାଙ୍କ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଜିଲ୍ଲାପାଳ ନିଜ ଉଦ୍ବୋଧନରେ ମହିଳାମାନଙ୍କ ସମ୍ମାନ, ସୁରକ୍ଷା ଓ ସଶକ୍ତିକରଣ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଅଙ୍ଗନବାଡ଼ି କର୍ମୀ ଏବଂ ଅଙ୍ଗନବାଡ଼ି ସହାୟିକାମାନେ କବାଡି, ଖୋ ଖୋ,ରଙ୍ଗ ଅଫ ୱାର, ରଙ୍ଗୋଲି ଏବଂ ସଂଗୀତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବିଜେତା ଲାଭ କରିଥିଲେ ।ମହିଳା ସଶକ୍ତିକରଣ ଦିଗରେ ଏହି ପଦକ୍ଷେପ ଜିଲ୍ଲାରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିଥିବାରୁ ସବୁ ମହଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
