December 23, 2024
Home » ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

0

ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ଠାରେ ଡ଼ିସେମ୍ବର ୮ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଇଥିବା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଉଦଯାପିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ବାଲିକୁଦା ଏରସମା ବିଧାୟକ ଶ୍ରୀ ସାରଦା ପ୍ରସନ୍ନ ଜେନା, ତିର୍ତ୍ତୋଲ ବିଧାୟକ ଡ ରମାକାନ୍ତ ଭୋଇ,ସଭା ର ସଭାପତି ଶ୍ରୀ ଜେ ସୋନାଲ,ଜିଲ୍ଲା ନୋଡାଲ ଅଧିକାରୀ ଡ ସୁଜାତା ପ୍ରିୟମ୍ବଦା, ନିର୍ବାହୀ ଯନ୍ତ୍ରୀ, କୃଷି, କଟକ ଡ଼ିଭିଜନ ଇଂ ପ୍ରଶାନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଆଧୁନିକ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତି ର ବ୍ୟବହାର ମାଧ୍ୟମରେ ଚାଷୀ ମାନେ ଚାଷ କ୍ଷେତ୍ରରେ ଉନ୍ନତି କରିପାରିବେ ବୋଲି କହିଥିଲେ। । ବର୍ତ୍ତମାନ ର ସମୟ ରେ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ପ୍ରଶିକ୍ଷିତ କରି କୃଷି କ୍ଷେତ୍ର ରେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ। ମିଲେଟ ମିଶନ, ବାୟୋଟେକ୍ନୋଲୋଜି ଦ୍ବାରା କୃଷିର ଉନ୍ନତିକରଣ ନିମନ୍ତେ ଉପଦେଶ ଦେଇଥିଲେ।
ବାଲିକୁଦା ଏରସମା ବିଧାୟକ ଶ୍ରୀ ସାରଦା ପ୍ରସନ୍ନ ଜେନା ଜଗତସିଂହପୁର କୁ କୃଷି ସଂଭାବନା ଜିଲ୍ଲା ଭାବେ ଅଭିହିତ କରି ନୂତନ ବୈଷୟିକ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତି ର ବ୍ୟବହାର ପୂର୍ବକ ଜିଲ୍ଲା କୁ କୃଷି ରେ ଅଗ୍ରଣୀ କରିବାକୁ ଚେଷ୍ଟା କରିବାକୁ କହିଥିଲେ। କୃଷକ ବନ୍ଧୁ ମାନଙ୍କୁ କୃଷି ଭିତ୍ତିକ ଜ୍ଞାନ କୌଶଳ ପ୍ରଶିକ୍ଷଣ ଦେବା ଉପରେ ଗୁରୁତ୍ବ ଦେଇଥିଲେ।
ସଭାରେ ଉପସ୍ଥିତ ରହି ତିର୍ତ୍ତୋଲ ବିଧାୟକ ଡ ରମାକାନ୍ତ ଭୋଇ କୃଷକ କୁ ସମାଜ ର ଅନ୍ନଦାତା ବୋଲି କହିଥିଲେ। କୃଷି ଯାନ୍ତ୍ରିକୀକରଣ ଦ୍ବାରା ଚାଷ ର ଉନ୍ନତି ହେବା ସଙ୍ଗେ ସଙ୍ଗେ ସେମାନଙ୍କର ଅଭିବୃଦ୍ଧି ଘଟିବ ବୋଲି ପ୍ରକାଶ କରିଥିଲେ। ଜିଲ୍ଲା ପରି ବ୍ଲକ୍ ସ୍ତରରେ ମଧ୍ୟ ଏହିପରି କାର୍ଯ୍ୟକ୍ରମ ଆୟୋଜିତ କରିବା ପାଇଁ ସେ ଜିଲ୍ଲାପାଳ ତଥା କୃଷି ବିଭାଗ କୁ ଉପଦେଶ ଦେଇଥିଲେ। ସଭାରେ ପୌରୋହିତ୍ୟ କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଫାର୍ମ ଯାନ୍ତ୍ରିକିକରଣ ଓ ବୈଷୟିକ ଜ୍ଞାନ କୌଶଳ ର ପ୍ରୋତ୍ସାହନ କୃଷି କ୍ଷେତ୍ର ରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ବୋଲି କହିଥିଲେ। ଏହାଛଡା ଆସନ୍ତା ମାସ ୮ ତାରିଖରୁ ଜିଲ୍ଲା ର ୧୧୪ ଟି ମଣ୍ଡି ରେ ହେବାକୁ ଥିବା ଧାନ ସଂଗ୍ରହ ନିମନ୍ତେ ପ୍ରଶାସନ ର ବ୍ୟାପକ ପ୍ରସ୍ତୁତି ସମ୍ପର୍କ ରେ ବୁଝାଇଥିଲେ।
ଜିଲ୍ଲା ନୋଡାଲ ଅଧିକାରୀ ଡ ସୁଜାତା ପ୍ରିୟମ୍ବଦା ମଧ୍ୟ କୃଷି ଓ କୃଷକ ର ଉନ୍ନତିରେ ରାଜ୍ୟ ର ଉନ୍ନତି ସମ୍ଭବ ବୋଲି କହିଥିଲେ।

ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ରେ ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୬୦ ଗୋଟି ପ୍ରଦର୍ଶନୀ ଷ୍ଟଲ କରାଯାଇଥିଲା , ଯେଉଁଥିରୁ ୪୦ ଟି କେବଳ ଉନ୍ନତ ଯନ୍ତ୍ରପାତି ପ୍ରଦର୍ଶିତ ଷ୍ଟଲ୍ ରହିଛି।

ଏହି ସଭାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଶ୍ୱଜିତ୍ ପଣ୍ଡା ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ନିର୍ବାହୀ ଯନ୍ତ୍ରୀ, କୃଷି, କଟକ ଡ଼ିଭିଜନ ଇଂ ପ୍ରଶାନ୍ତ କୁମାର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହି ମେଳାରେ ଗତ ୫ ଦିନ ଧରି ଉନ୍ନତ କୃଷି ଯନ୍ତ୍ରପାତି ର ପ୍ରଦର୍ଶନ ଓ ବିକ୍ରୟ, ସରକାରୀ ଆର୍ଥିକ ସହାୟତା ର ସଚେତନତା ସହ ଅଗ୍ରଣୀ ଚାଷୀ ଙ୍କୁ ସମ୍ବର୍ଦ୍ଧନା , କୃଷକ ପରିଭ୍ରମଣ, ବୈଷୟିକ ଅଧିବେଶନ ସହ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆଜି ଶେଷ ଦିବସ ରେ ଚାଷୀ ମାନଙ୍କ ମଧ୍ୟରେ କୁଇଜ୍ କାର୍ଯ୍ୟକ୍ରମ କରାଯାଇ ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ନିମନ୍ତ୍ରିତ ଅତିଥି ମାନେ ଅଗ୍ରଣୀ ଚାଷୀ ଭାବେ ଜଗତସିଂହପୁର ର ପରେଶ କୁମାର ସାସ୍ମଲ, ରଘନାଥପୁର ର ଅଶୋକ ଦାସ, ଏରସମା ର ଦେବଦତ୍ତ ସ୍ୱାଇଁ, ବାଲିକୁଦା ର ପାର୍ବତୀ ମଲ୍ଲିକ, ନାଉଗାଁ ର କେଦାର ମହାନ୍ତି, ବିରିଡ଼ି ର ହରିପ୍ରସାଦ ଜେନା, କୁଜଙ୍ଗ ର ପୁଲକ୍ ମହାନ୍ତି ଙ୍କୁ ୩୦୦୦ ଟଙ୍କାର ଡମି଼ ଚେକ ପ୍ରଦାନ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ଯୋଜନା ଅନ୍ତର୍ଗତ କୁଜଙ୍ଗ ର ରୀନା ସାମଲ ଙ୍କୁ ରୋବୋକୋଟ ଅଗ୍ରୋ ସ୍ପ୍ରେୟର,
କୁଜଙ୍ଗ ର ସୌମ୍ୟରଞ୍ଜନ ଜେନା ଙ୍କୁ ଲୋ କଷ୍ଟ୍ ମିଲ୍କିଂ ମେସିନ୍ , ବାଲିକୁଦା ର ସମୀର ରଞ୍ଜନ ଦାସ ଙ୍କୁ ପାୱାର ଟିଲାର ୱିଥ ରାଇସ ହଲର , ତିର୍ତ୍ତୋଲ ର ମହିମା ମହାପାତ୍ର ଙ୍କୁ ଫର୍ଟିଲାଇଜର ନିମନ୍ତେ ୧୫୦୦୦ ଲେଖାଏଁ ପୁରସ୍କାର ରାଶି ର ଡମି଼ ଚେକ୍ ପ୍ରଦାନ କରଯାଇଥିଲା।୫ ଦିନର ଏହି ମେଳାରେ ସର୍ବାଧିକ ବିକ୍ରେତା ଭାବେ କୁଜଙ୍ଗ ର ଜୟ କିସନ୍ ଆଗ୍ରୋ ମସିନେରି, ଜଗତସିଂହପୁର ର ସାଇ ସ୍ଵସ୍ତିକ ଆଗ୍ରୋ, ନାଉଗାଁ ର ମା ଲକ୍ଷ୍ମୀ ଟ୍ରେଡର୍ସ କୁ ଯଥାକ୍ରମେ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଯୋଗୁଁ ୩୦୦୦,୨୦୦୦ ଓ ୧୦୦୦ ର ପୁରସ୍କାର ରାଶି ପ୍ରଦାନ କରଯାଇଥିଲା। ଏହି ବିଜେତା ମାନେ ସେମାନଙ୍କ ପୁରସ୍କାର ରାଶି କୁ ଜିଲ୍ଲାପାଳ ଙ୍କ ରେଡକ୍ରସ ପାଣ୍ଠି କୁ ଦାନ କରିଚ୍ଛନ୍ତି।
ସଭା ପରେ ଓଡ଼ିଶା ର ପ୍ରସିଦ୍ଧ ସଙ୍ଗୀତ କଳାକାର ଅସୀମା ପଣ୍ଡା ଙ୍କ କଣ୍ଠ ର ଯାଦୁ ରେ ଦର୍ଶକ ଝୁମି ଉଠିଥିଲେ।
ଏହି ଉଦଯାପନୀ ସଭାରେ ପଞ୍ଚାୟତ ରାଜ ଅନୁଷ୍ଠାନ ର କର୍ମକର୍ତ୍ତା , ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ,ଚାଷୀ ,ଏନ॰ଜି॰ଓ ର କର୍ମକର୍ତ୍ତା ବିଭାଗୀୟ ଅଧିକାରୀ, ସହର ର ବୁଦ୍ଧଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ, ଇପିଏ ନିୟୁଜୁ

Leave a Reply

Your email address will not be published. Required fields are marked *