October 23, 2025
Home » ଜିଲ୍ଲା ସ୍ତରୀୟ ଖୋ-ଖୋ/କବାଡି ଚମ୍ପିୟନସିପ ଉଦଯାପିତ l

ଜିଲ୍ଲା ସ୍ତରୀୟ ଖୋ-ଖୋ/କବାଡି ଚମ୍ପିୟନସିପ ଉଦଯାପିତ l

0
WhatsApp Image 2025-09-20 at 5.50.35 PM

ସୁବର୍ଣ୍ଣପୁର: ପିଏମ୍ ଶ୍ରୀ କୁଶଲେଶ୍ୱର୍ ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି ଖେଳ ପଡ଼ିଆରେ ଜିଲ୍ଲାସ୍ତରୀୟ ୧୪ ବର୍ଷ ଓ ୧୭ ବର୍ଷ ରୁ କମ୍ ବାଳକ/ ବାଳିକା ବିଭାଗର ଖୋ-ଖୋ/ କବାଡି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ ୧୭ ବର୍ଷରୁ କମ୍ ବାଳିକା ତଥା ବାଳକ ଜିଲ୍ଲା ର ସମସ୍ତ ବିଭାଗର ୬ଟି ବ୍ଲକ ରୁ ଆସିଥିବା ଖେଳାଳି ମାନେ ଅଂଶଗ୍ରହଣ କରିଥିଲେ ଉଦଯାପନୀ ସମାରୋହରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ।ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମୀନାରାଣୀ ମଙ୍ଗଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମଧୁସୂଦନ ଓତା,ସମିତି ସଭ୍ୟ ଶ୍ରୀମତୀ ମିନତି ସାହୁ,ଦୁର୍ଯ୍ୟୋଧନ ରାଉତ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ଜ୍ୟୋତିକାନ୍ତ ଭୋଇ ଏବଂ କୁଶଲେଶ୍ଵର୍ ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି ର ପ୍ରଧାନ ଶିକ୍ଷକ ଶ୍ରୀ ବାବୁଲାଲ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଖେଳ ଶିକ୍ଷକ ସଞ୍ଜୀବ କୁମାର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ଶ୍ରୀ ଚକାନୟନ ମେହେର ଅତିଥି ପରିଚୟ ଏବଂ ପ୍ରଧାନ ଶିକ୍ଷକ ଶ୍ରୀ ବାବୁଲାଲ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଖେଳ ସଂକ୍ରାନ୍ତୀୟ ରିପୋର୍ଟ୍ ପ୍ରଦାନ କରିଥିଲେ।ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛାତ୍ର ଛାତ୍ରୀ ଙ୍କୁ କ୍ରୀଡାର ମହତ୍ତ୍ଵ ଓ ଉପଯୋଗୀତା ଉପରେ ଉଦବୋଧନ ଦେଲେ।ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲା। ଶିକ୍ଷୟିତ୍ରୀ ନନ୍ଦିନୀ ମାହାଣା ,ଚୌଧୁରୀ ବିଭାର ,ସଞ୍ଜୟ କୁମାର ପଧାନ ,ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କ୍ରୀଡା ଶିକ୍ଷକ ଜୟନାରାୟଣ ମିଶ୍ର,ପ୍ରହଲ୍ଲାଦ ନାୟକ ,ଅନନ୍ତରାମ ମେଣ୍ଡେଲି,କହ୍ନେଇ ଚରଣ ପଧନ , ସନ୍ଧ୍ୟାରାନୀ ଖେତି,ପଦ୍ମିନୀ ସାହୁ,ହରିଚନ୍ଦ୍ର ସାହୁ,ଯଶୋବନ୍ତ ପଟେଲ,ଖେଳ ପରିଚାଳନା କରିଥିଲେ।ଏଥିରେ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏକାଦଶ ବର୍ଗେଇ,ସ୍ନେହଲତା ଖେତୀ,ବସନ୍ତ ଭୁଏ,ପୁଷ୍ପାଞ୍ଜଳି ନାୟକ,ଆଦିତ୍ୟ କିଶୋର ପାଢ଼ୀ,ମାନସୀ ରାଣୀ,ସଂଯୁକ୍ତା ଗାଇଗୌରିଆ,ନର୍ମଦା,ନିବେଦିତା,ନିହାରିକାମିଶ୍ର,ବାଳମୁକୁନ୍ଦ ସେଠି,ଚମାର ବାଘ,ମଧୁମିତା ପଧାନ,ବିର କର୍ଣ୍ଣ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *