ଜିଲ୍ଲା ସ୍ତରୀୟ ଜନଜାତି ଗୌରବ ଦିବସ-୨୦୨୫ ଅନୁଷ୍ଠିତ
ନୟାଗଡ: ନୟାଗଡ ଜିଲ୍ଲା ସ୍ତରୀୟ ଜନଜାତି ଗୌରବ ଦିବସ ଦଶପଲ୍ଲା ଆମ ଭାରତର ମହାନ ସ୍ବାଧୀନତା ସଂଗ୍ରାମୀ ,ସମସ୍ତ ଜନଜାତି ଓ ଭାରତୀୟଙ୍କ ଗର୍ବ ଗୌରବ ଓ ଆଦର୍ଶ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକ ପୁର୍ତ୍ତି ଅବସରରେ ନୟାଗଡ଼ ଜିଲ୍ଲା ସ୍ତରୀୟ ଜନଜାତି ଗୌରବ ଦିବସ ଉତ୍ସବ ଦଶପଲ୍ଲା ବ୍ଲକର ଟାକରା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ାର ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ |

ନୟାଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ଏବଂ .ତହସିଲଦାର ଦଶପଲ୍ଲା ସୃୁତି ରଞ୍ଜନ ଶତପଥି ସହ କନ୍ଧମାଳ ସାଂସଦଙ୍କ ପ୍ରତିନିଧି କିଶୋର ଦଳବେହେରା ଅତିଥି ଭାବେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଷ୍ଟଲ ମାଧ୍ୟମରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି | ନୟାଗଡ ଜିଲ୍ଲାର ପ୍ରାଣୀ ସମ୍ପଦ ବିକାଶ ଉପବିଭାଗ ତରଫରୁ ଧରିତି ଆବା ଗ୍ରାମ ଉତ୍କର୍ଷ ଅଭିଯାନ ତରଫରୁ ଛେଳି ଓ କୁକୁଡା ପାଳନ ନିମନ୍ତେ ପାଞ୍ଚ ଜଣ ଚାଷୀଙ୍କୁ କାର୍ଯ୍ୟ ଦେଶ ବଣ୍ଟନ କରାଗଲା | ଜଙ୍ଗଲ ଜମି ଆଇନ୍ ମାଧ୍ୟମରେ ୨୧ ଗୋଟି ଗୋଷ୍ଠୀ ସମ୍ବଳ ପଟ୍ଟା (ଶିରୋନାମା ) ଗ୍ରାମ ଜଂଗଲ ଅଧିକାର କମିଟିକୁ ପ୍ରଦାନ କରାଯାଇଛି |

ଏହି ଉତ୍ସବରେ ଜିଲ୍ଲାର ପ୍ରାୟ ପାଖାପାଖି ଏକ ହଜାର ଜନସାଧାରଣ ଏହି ଉତ୍ସବରେ ଯୋଗ ଦେଇଥିଲେ | ଜିଲ୍ଲା ମଙ୍ଗଳ ଅଧିକାରୀ ଚିଚରଞ୍ଜନ ବେହେରା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |ଶେଷରେ ସରକାରୀ ବୁଗୁଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଏବଂ ଟାକରା ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ସମବେତ ନୃତ୍ୟ ପଦର୍ଶନ କରିଥିଲେ | ସର୍ବ ଶେଷରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦୁଷ୍ମନ୍ତ ପୃଷ୍ଟି ଉପସ୍ଥିତ ସମସ୍ତ ଅତିଥି, ବିଭାଗୀୟ ଅଧିକାରୀ , ହିତାଧିକାରୀ ଓ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
