February 3, 2026
Home » ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ

ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ

0
WhatsApp Image 2025-12-15 at 5.49.14 PM

ସୁବର୍ଣ୍ଣପୁର:-ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅଧିନସ୍ଥ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ହରଭଙ୍ଗା ବ୍ଲକ ପି ଏମ ଶ୍ରୀ ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ ସରସରା ପରିସରରେ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି l ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପିଲାଙ୍କ ଭିତରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବାକୁ ବକ୍ତବ୍ୟ ରଖିଥିଲେ l ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ଅଧ୍ୟକ୍ଷ ଡି ଏ ଭି ମହାବିଦ୍ୟାଳୟ ଟିଟିଲାଗଡ଼, ଡ.ଶିବ ପ୍ରସାଦ ବେହେରା ଏ ପି ଜେ ଆବଦୁଲ କାଲାମ, ଆଇନ ଷ୍ଟାଇନ ଓ ଥୋମାସ ଆଲଭା ଏଡିସନ ଙ୍କ ଜୀବନ କାହାଣୀ ର କିଛି ଉଦାହରଣ ଦେଇ ସାଧନା କଲେ ସଫଳତା ମିଳେ, ଆକାଶକୁ ଛୁଇଁବାକୁ ହେଲେ ନିଜେ ରାସ୍ତା ଖୋଜିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ l ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଦୁବେ ଆମ ଅଞ୍ଚଳର ସୁନାମଧନ୍ୟ ବୈଜ୍ଞାନିକ ଡ.ଶେଷ କିଷାନଙ୍କ ଉଦାହରଣ ଦେଇ ପିଲାଙ୍କୁ ଉତ୍ସାହିତ କରିବା ସହିତ ବିଜ୍ଞାନକୁ ମାନବ କଲ୍ୟାଣ ରେ ଲଗାଇବାକୁ ପରାମର୍ଶ ଦେଇଥିଲେ l ବୌଦ୍ଧ ଗୋଷ୍ଠୀ ଶିକ୍ଷାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ହରଭଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ ହାଡିବନ୍ଧୁ ବେହେରା, ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ସାହୁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ l ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ଅତିଥି ପରିଚୟ ସହିତ ମଞ୍ଚ ପରିଚାଳନା କରିଥିଲେ l ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ରେ ମନୋନୀତ ହୋଇଥିବା ବାଲ ବୈଜ୍ଞାନିକ ପ୍ରଦର୍ଶନୀ ରୁ ୨୧ଟି ଏବଂ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ରୁ ୧୮ଟି ମୋଟ ୩୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l ପ୍ରକାଶ ଥାଉକି ଉକ୍ତ ବିଜ୍ଞାନ ମେଳାରୁ ୭ଟି ଉପ ବିଷୟ ବସ୍ତୁର ମନୋନୀତ ଶ୍ରେଷ୍ଠ ପ୍ରତିଯୋଗୀ ଆସନ୍ତା ୨୬, ୨୭ଓ ୨୮ତାରିଖରେ କେନ୍ଦୁଝର ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିଜ୍ଞାନମେଳାରେ ଅଂଶଗ୍ରହଣ କରିବା ବ୍ୟବସ୍ଥା ରହିଅଛି ବୋଲି ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ l ଅବସର ପ୍ରାପ୍ତ ଅଧ୍ୟକ୍ଷ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପ୍ରଶାନ୍ତ କୁମାର ମହାପାତ୍ର, ଅଧ୍ୟାପକ କୁନାଲ ପ୍ରିୟଦର୍ଶୀ ଛତ୍ରିଆ,ଅଧ୍ୟାପକ ମୋଡେଲ ଡିଗ୍ରୀ କଲେଜ ଡ. ପ୍ରଭୁଦତ୍ତ ହୋତା,ଏବଂ ଅଧ୍ୟାପକ ଜବାହାର ନବୋଦୟ ବିଦ୍ୟାଳୟ ପାଲଝର କୈଳାଶ ଚନ୍ଦ୍ର ଭୋଇ ବିଚାରକ ଭାବରେ ଯୋଗ ଦେଇଥିଲେ l ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମଜା ପତି ଧନ୍ୟବାଦ ଦେଇଥିଲେ l ସ୍ଥାନୀୟ ବିଦ୍ୟାଳୟର ଘୋଷଟିମ ଅତିଥି ମାନଙ୍କୁ ଘୋଷ ବାଦ୍ୟ ସହ ସ୍ୱାଗତ କରିଥିବା ବେଳେ ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ l ସମସ୍ତ ସହଗୋଷ୍ଠୀ ଶିକ୍ଷାଧିକାରୀ,ସି ଆର ସି ସି ଓ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *