ଜିଲ୍ଲା ସ୍ତରୀୟ ବିଶ୍ଵ ମତ୍ସ୍ୟ ଦିବସ ୨୦୨୫ ପାଳିତ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ମସ୍ୟ ବିଭାଗ ପକ୍ଷରୁ ବିଶ୍ଵ ମତ୍ସ୍ୟ ଦିବସ ୨୦୨୫ ପାଳିତ ହୋଇଯାଇଛି। ଜିଲ୍ଲା ମସ୍ୟ ଅଧିକାରୀ ଶ୍ରୀ ବିଶ୍ବରଂଜନ ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଭଗବତ ଘୋଷ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ପ୍ରଣବ କିଶୋର ପଟ୍ଟନାୟକ, ସହକାରୀ କୃଷି ଅଧିକାରୀ ଫୁଲବାଣୀ ଶ୍ରୀମତୀ ଶୁଭ ଲକ୍ଷ୍ମୀ ବେହେରା, ଏବଂ ସହକାରୀ ମତ୍ସ୍ୟ ଅଧିକାରୀ, ବାଲିଗୁଡା ଶ୍ରୀ ବିଶ୍ଵନାଥ ଖେଂଚି ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ମସ୍ୟ ଅଧିକାରୀ ଶ୍ରୀ ରଥ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଏହି ଦିବସର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଜିଲ୍ଲାର ୧୨ ଗୋଟି ବ୍ଲକରୁ ୭୦ ଜଣ ମତ୍ସ୍ୟ ଚାଷୀ, ମତ୍ସ୍ୟ ଉଦ୍ୟୋଗୀ,ମାଛ ଯାଆଁଳା ଉତ୍ପାଦନକାରୀ, ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ସଦସ୍ୟ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସମେତ ବ୍ଲକର ସମସ୍ତ ସରକାରି ମତ୍ସ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ ଘୋଷ ଚାଷୀ ମାନଙ୍କୁ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ବିଭିନ୍ନ ଯୋଜନାରୁ ଫାଇଦା ଉଠାଇବା ପାଇଁ ପ୍ରବର୍ତ୍ତାଇ ଥିଲେ। ଏବଂ ପ୍ରାଣୀ ବିଭାଗ ଯୋଜନା ଗୁଡିକ ଅବଗତ କରାଇଥିବା ବେଳେ କୃଷି ବିଭାଗ ଅଧିକାରୀ ଶ୍ରୀ ସତୀ ବେହେରା ସମନ୍ୱିତ ମତ୍ସ୍ୟ ଚାଷ ଉପରେ ଗୁରୁତ୍ବରୋପ କରିବା ସହିତ ମତ୍ସ୍ୟ ଚାଷୀ ଙ୍କୁ ଉତ୍ସାହିତ କରିଥିଲେ।ଏହି ଦିବସରେ ୧ ଜଣ ସଫଳ ମତ୍ସ୍ୟ ଚାଷୀ,୧ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପୁରସ୍କୃତ କରାଯାଇଥିଲା। ସରକାରୀ ମତ୍ସ୍ୟ ଅଧିକାରୀ ଚକାପାଦ,ଶ୍ରୀ ଜି. ଦୀପକ୍ ରେଡ୍ଡୀ ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନା ସମନ୍ଧରେ ଆଲୋକପାତ କରିଥିଲେ, ସରକାରୀ ମତ୍ସ୍ୟ ଅଧିକାରୀ ଖଜୁରୀପଡ଼ା, ଶ୍ରୀମତୀ ଆରୋକ୍ଷୀ ଅର୍ପିତା ମିଶ୍ର ସଭାରେ ମଞ୍ଚ ପରିଚାଳନା କରିଥିଲେ ଶେଷରେ ସରକାରୀ ମତ୍ସ୍ୟ ଅଧିକାରୀ ଫୁଲବାଣୀ,ଶ୍ରୀ କାହ୍ନୁ ଚରଣ ମୂଖି ଧନ୍ୟବାଦ ଅର୍ପଣ କରିଥିଲେ।
ଇ ପି ଏ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ
