ଜିଲ୍ଲା ସ୍ତରୀୟ ରଘୁ -ଦିବାକରଙ୍କ ୮୬ ତମ ତିରୋଧାନ ଦିବସ ପାଳିତ
ନୟାଗଡ : ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତରେ ଶହୀଦ ଦିବସ ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ମାନ୍ୟବର ବିଧାୟକ ଖଣ୍ଡପଡ଼ା ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସମ୍ମାନନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷ ନିରୁପମା ଖଟେଇ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ,ଉପ-ଜିଲ୍ଲାପାଳ କର୍ଣଦେଵ ସମାଦାର ଯୋଗ ଦେଇଥିଲେ ।
ବୈଠକ ପ୍ରାରମ୍ଭରେ ରଘୁ -ଦିବାକର ଫଟୋରେ ଅତିଥି ମାନେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ମାନ୍ୟଵର ବାଚସ୍ପତି ନୟାଗଡ଼ ଜିଲ୍ଲାର ବିକାଶ ପରିକଳ୍ପନା କରି କଣ କରାଯାଇପାରିବ ସେ ବିଷୟରେ ବକ୍ତବ୍ୟରେ ରଖିଥିଲେ। ଟ୍ରାଫିକ ଗୋଲେଇଛକରେ ଟ୍ରାଫିକ ପୋଷ୍ଟ ଲଗାଯିବା ପାଇଁ ପ୍ରସ୍ତାବ ରଖିଥିଲେ। ସେହିପରି ମାନ୍ୟବର ବିଧାୟକ ନୟାଗଡ଼ ସହରରେ ରଘୁ – ଦିବାକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ନୟାଗଡ଼ ଜିଲ୍ଲାର ବିକାଶ ଦିଗରେ ଅନୁରୁପ ମତାମତ ରଖିଥିଲେ ଏବଂ ଇଂରେଜ ସରକାରଙ୍କ ଏଜେଣ୍ଟ ବେଜେଲଗେଟ ଉପରେ ବକ୍ତଵ୍ୟ ରଖିଥିଲେ। ଅଧ୍ୟକ୍ଷା ପୌର ପରିଷଦ ତ୍ୟାଗରେ ଖୁସି ମିଳିଥାଏ ବୋଲି କହିଥିଲେ। ଅନ୍ୟ ସମ୍ମାନିତ ଅତିଥି ମାନେ ସହୀଦ ରଘୁ ଦିବାକରଙ୍କ ଉପରେ ଅଭିଭାଷଣ ରଖିଥିଲେ । ଜିଲ୍ଲାପାଳ ପିଲାମାନଙ୍କୁ କହିଲେ ଯେ, ଇତିହାସ ପଢ଼। ପଠାଣି ସାମନ୍ତ ଏବଂ ବିଶିଷ୍ଟ ମହାପୁରୁଷମାନଙ୍କର ବିଷୟରେ ପଢ଼ିଲେ ଆଗକୁ ବଢ଼ିପାରିବ । ଶହୀଦ ମାନଙ୍କର ଜୀବନୀ ପ୍ରେରଣା ଦେଇଥାଏ ।ଶେଷରେ ଧନ୍ୟବାଦ ପ୍ରଦାନ ପୂର୍ବକ ସଭା ସାଙ୍ଗ କରାଗଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
