May 30, 2026
Home » ଜିଲ୍ଲା ସ୍ତରୀୟ ଶିଶୁ ପାଇଁ ଦିନଟିଏ ପାଳିତ ଓ ତ୍ରୈୟମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଶିଶୁ ପାଇଁ ଦିନଟିଏ ପାଳିତ ଓ ତ୍ରୈୟମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

0
WhatsApp Image 2026-05-29 at 9.27.23 PM (1)

 

ପୁରୀ :-ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ ସମ୍ମିଳନୀ କକ୍ଷ, ପୁରୀଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ତରଫରୁ ଶିଶୁ ପାଇଁ ଦିନଟିଏ ତଥା ଜିଲ୍ଲା ଶିଶୁ କଲ୍ୟାଣ ଓ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶ୍ରୀ ଶରତ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ମିଶନ ବାତ୍ସଲ୍ୟ ଯୋଜନାର ଅଗ୍ରଗତି ଉପସ୍ଥାପନା କରିଥିଲେ। ଏହି ବୈଠକରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ, ସାମାଜିକ ସଂଗଠନ ପ୍ରତିନିଧିଙ୍କ ସମେତ ୪୦ରୁ ଉର୍ଦ୍ଧ୍ୱ ପଦାଧିକାରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଶିଶୁମାନଙ୍କ ସୁରକ୍ଷା ଯତ୍ନ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ଇତି ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୦ ରୁ ଉର୍ଦ୍ଧ୍ୱ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆସ ସ୍କୁଲଯିବା ଅଭିଯାନରେ ପୁରୀ ସଦର ବ୍ଲକ ଓ ମ୍ୟୁନିସିପାଲିଟି ଅଂଚଳର ୧୮୯ ଜଣ ଅଧାରୁ ପାଠ ଛାଡ଼ିଥିବା ଶିଶୁଙ୍କୁ ବିଦ୍ୟାଳୟକୁ ଅଣାଯାଇଛି। ସେହିପରି ୨୦୨୬-୨୭ ବର୍ଷ ଆରମ୍ଭରୁ ୫ଟି ବାଲ୍ୟ ବିବାହକୁ ବନ୍ଦ କରାଯାଇଛି ଓ ନିଷିଦ୍ଧ ଔଷଧ ବିକ୍ରିବଟା ନିମନ୍ତେ ଜିଲ୍ଲା ଡ୍ରଗ୍ସ ନିୟନ୍ତ୍ରଣ ବିଭାଗ ତରଫରୁ ୫ ଟି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଏବଂ ୨ ଟି ଶିଶୁ ଶ୍ରମରେ ନିୟୋଜିତ ଶିଶୁ ଙ୍କୁ ଉଦ୍ଧାର କରି ଥଇଥାନ କରାଯାଇଛି। ରେଳବାଇ ଚାଇଲ୍ଡ ହେଲ୍ପ ଲାଇନ କର୍ମକର୍ତ୍ତାଙ୍କ ପ୍ରଶିକ୍ଷଣ ନିମନ୍ତେ ଆରପି ଏଫ୍ ଏବଂ ଜିଆରପି ପୋଲିସଙ୍କ ସହଯୋଗରେ ମକଡ୍ରିଲ କରାଯାଇଛି। ସଡ଼କ ନିରାପତ୍ତା ସଚେତନତା ମାଧ୍ୟ୍ୟମରେ ଶିଶୁ ମାନଙ୍କୁ ଟ୍ରାଫିକ ନିୟମ ଶିଖାଇବା, ୧୮ ବର୍ଷ ପୂର୍ବରୁ ଗାଡି ଚାଳନା ନ କରିବାକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସଚେତନତା ସୃଷ୍ଟି କରାଯାଇଛି। ସେହିପରି ଜିଲାରେ ପୃଷ୍ଠପୋଷକ ସହାୟତା ପାଇଥିବା ଶିଶୁଙ୍କ ସ୍ଥିତି ସମୀକ୍ଷା କରି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ରିପୋର୍ଟ ଦେବାକୁ କୁହାଯାଇଛି। ଇତିମଧ୍ୟରେ ଜିଲ୍ଲା ଶିକ୍ଷା ବିଭାଗ, ଶିଶୁ ସୁରକ୍ଷା ବିଭାଗ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ରଙ୍କ ସହଯୋଗରେ ସହଜ ଅନଲାଇନ ଆବେଦନ ନିମନ୍ତେ ମ୍ୟାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସାମସ୍ ପୋର୍ଟାଲ ବିଷୟରେ ବିଦ୍ୟାଳୟ ସ୍ତରରେ ତାଲିମ ପ୍ରଦାନ ନିମନ୍ତେ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀମାନଙ୍କୁ ତାଲିମ ଦିଆଯାଇଛି।

 

ତେବେ ନିଷ୍ପତ୍ତି ଅନୁଯାଇ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କ ଯୋଗ୍ୟ ଅଭିଭାବକଙ୍କୁ ରାସନ କାର୍ଡ ଯୋଗାଣ, ନିର୍ମାଣ ଶ୍ରମିକ କାର୍ଡ ପ୍ରଦାନ ଆଦିକୁ ତ୍ୱରାନ୍ୱିତ କରିବା ସହିତ ସମସ୍ତ ଶିଶୁଙ୍କୁ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି କରାଯାଇଛି। ମୁନିସିପାଲଟି ୱାର୍ଡ ଅଧିକାରୀଙ୍କୁ ତାଲିମ ଦିଆଯିବା ସହିତ ବସ୍ତି ଅଞ୍ଚଳ ତଥା ଚି଼ହ୍ନଟ ହୋଇଥିବା ଦୁର୍ବଳ ଅଞ୍ଚଳ ଗୁଡିକରେ ଶିଶୁ ସୁରକ୍ଷା, ବାଲ୍ୟ ବିବାହ, ଶିଶୁଶ୍ରମ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ସର୍ବସାଧାରଣ ସ୍ଥାନରେ ପିଲାଙ୍କୁ ଗୁଟଖା ବିକ୍ରି ନିଷେଧ ଓ ଦଣ୍ଡ ବିଧାନ ଉପରେ ସଚେତନତା କରାଯିବ। ଏହାସହିତ ଶିଶୁ ଯତ୍ନ ଅନୁଷ୍ଠାନକୁ ନିରନ୍ତର ଏଲ୍ ପି ଜି ଗ୍ୟାସ ଯୋଗାଣ ପାଇଁ ପଦକ୍ଷେପ ନିଆଯିବା ଉପରେ ନିଷ୍ପତ୍ତି ହୋଇଛି।

ଏହି ବୈଠକରେ କିଶୋର ନ୍ୟାୟ ବୋର୍ଡ ସଦସ୍ୟା ରୋଜାଲିନ ସାହୁ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତାରାଜସ୍ମିନ ଗୁରିଆ, ଡଃ ନାରାୟଣ ପ୍ରସାଦ ନନ୍ଦ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, ସୁସ୍ମିତା ବେହେରା ଆଞ୍ଚଳିକ ପରିବହନ ଅଧିକାରୀ, ରୀନା ସରିତା ବେଉରା ଅତିରିକ୍ତ ଯୋଗାଣ ଅଧିକାରୀ, ଅତିରିକ୍ତ ଶ୍ରମ ଅଧିକାରୀ ଆଶୁତୋଷ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ହେମ୍ବ୍ରମ, ନମିତା ଚାନ୍ଦ ନାୟକ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁହାଗୀ ହେମ୍ବ୍ରମ ପ୍ରୋଟେକ୍ସନ ଅଫିସର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶୁଭନାରାୟଣ ଶତପଥୀ ସୁରକ୍ଷା ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରୋଜାଲିନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲଡ ହେଲ୍ପଲାଇନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *