July 28, 2025
Home » ଜିଲ୍ଲା ସ୍ତରୀୟ ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ ମହୋତ୍ସବ ‘ମହକ’ ଓ ‘ଉତ୍ସାହ ‘ ଉଦଯାପିତ

ଜିଲ୍ଲା ସ୍ତରୀୟ ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ ମହୋତ୍ସବ ‘ମହକ’ ଓ ‘ଉତ୍ସାହ ‘ ଉଦଯାପିତ

0
WhatsApp Image 2024-11-08 at 7.35.28 PM---

ଜଗତସିଂହପୁର,/ତିର୍ତୋଲ ୮./୧୧.କଠିନ ପରିଶ୍ରମ ହିଁ ସଫଳତା ର ଚାବିକାଠି”, ମୁଖ୍ୟ ଅତିଥି ଙ୍କ ର ଏପରି ଅଭିଳାଷୀ ଆହ୍ବାନ ସହିତ ଆଜି ଜିଲ୍ଲା ସ୍ତରୀୟ ଶିଶୁ ଯତ୍ନ ଅନୁଷ୍ଠାନ ର ପ୍ରତିଭା ଅନ୍ଵେଷଣ ଶିଶୁ ଉତ୍ସବ ‘ମହକ ‘ଓ ‘ଉତ୍ସାହ ‘ ର ଉଦଯାପନ ସମାରୋହ ଜଗତସିଂହପୁର ଶିଶୁ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ସମିତିଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ମହକ ଅନ୍ତର୍ଗତ କୁଇଜ୍,ବକ୍ତୃତା,ସଙ୍ଗୀତ ଏବଂ ନୃତ୍ଯ ପ୍ରତିଯୋଗିତା ତଥା ଉତ୍ସାହ ଅନ୍ତର୍ଗତ ୧୦୦ମିଟର,୨୦୦ ମିଟର,କ୍ୟାରମ,ଚେସ,ଲଙ୍ଗ ଜମ୍ପ,ହାଇ ଜମ୍ପ ଆଦି କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ସହ ଆତ୍ମବିଶ୍ବାସ ସହ ଜୀବନର ସମସ୍ତ ବାଧାବିଘ୍ନ ର ସାମ୍ନା କରିବାକୁ ଉତ୍ସାହିତ କରିଥିଲେ। ମୁଖ୍ୟ ଅତିଥି ଦୁଇ ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଶିଶୁ ଆଶ୍ରମ, ଜଗତସିଂହପୁର ଓ ଶ୍ରୀ ଲୋକନାଥ ଶିକ୍ଷାଶ୍ରମ,ନିମିଢି,ପାରାଦ୍ବୀପ ର ଅନ୍ତେବାସୀ ମାନଙ୍କୁ ସବୁବେଳେ ଖୁସି ରହିବାକୁ କହିଥିଲେ। ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ ପିଲା ମାନଙ୍କ ଅନ୍ତର୍ନିହିତ ଗୁଣ ର ବିକାଶ ହିଁ ଏହି ଉତ୍ସବ ର ମୂଳ ଉଦ୍ଦେଶ୍ୟ ବୋଲି କହିଥିଲେ।ଜିଲ୍ଲା ସ୍ତରରେ ୭.୧୧.୨୪ ଓ ୮.୧୧.୨୪ଦୁଇଦିନ ଧରି ଆୟୋଜିତ ଏହି ଉତ୍ସବ ରେ ଦୁଇ ଅନୁଷ୍ଠାନ ର ୫୮ ଜଣ ପିଲା ବିଭିନ୍ନ ସାଂସ୍କୃତିକ ତଥା କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ଯ ରେ ଶିଶୁ ଆଶ୍ରମ ର ସମ୍ପାଦକ ବିନାୟକ ପଟ୍ଟନାୟକ,ଶିଶୁ ମଙ୍ଗଳ ସମିତିର ସଭ୍ୟ ହୃଷିକେଶ ମହାନ୍ତି,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, , ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଜୀବନ ରେ ସର୍ବଦା ସକାରାତ୍ମକ ଚିନ୍ତାଧାରା ସହ ଆଗକୁ ବଢିବା ନିମନ୍ତେ ଉତ୍ସାହିତ କରିଥିଲେ। ଏଥିନିମନ୍ତେ ସମାଜ ର ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ପିଲାମାନଙ୍କୁ ସତ୍ ମାର୍ଗରେ ଦିଗଦର୍ଶନ ଦେବାପାଇଁ ଅତିଥି ମାନେ ଉପଦେଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁଚରଣ ରାଉତ ସ୍ବାଗତ ଭାଷଣ ଦେଇଥିବା ବେଳେ ସୁରକ୍ଷା ଅଧିକାରୀ ଜଗଦୀଶ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିଶୁ ଆଶ୍ରମ, ଜଗତସିଂହପୁର ର ପରିଚାଳକ ଆଞ୍ଜନେୟ ଆଚାର୍ଯ୍ୟ ଧନ୍ଯବାଦ ଅର୍ପଣ କରିଥିଲେ। ଜିଲ୍ଲା ର ଦୁଇ ଶିଶୁ ଅନୁଷ୍ଠାନ ର କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସୂଚାରୁ ରୂପେ ସଂପାଦିତ ହୋଇଥିଲା। ପ୍ରକାଶ ଥାଉ କି, ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୨୨ ଜଣ ପ୍ରତିଯୋଗୀ ଏବଂ ଦଳଗତ ବାଳିକା ଫୁଟବଲ ଟିମ୍ ଆଗାମୀ ଦିନରେ କଳିଙ୍ଗ ଷ୍ଟାଡିୟମ୍ ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ରେ ଜଗତସିଂହପୁର ଜିଲ୍ଲା କୁ ପ୍ରତିନିଧିତ୍ଵ କରିବେ।

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *