February 24, 2026
Home » ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ ନିରୋଧ ଅଭିଯାନ (CACL) ର ବୈଠକ

ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ ନିରୋଧ ଅଭିଯାନ (CACL) ର ବୈଠକ

0
WhatsApp Image 2025-12-12 at 5.32.53 PM

ସୁବର୍ଣ୍ଣପୁର— ସୋନପୁର ରେଆର କାର୍ଯ୍ୟାଳୟ ଧୋବାମୁଣ୍ଡା ଠାରେ ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ ନିରୋଧ ଅଭିଯାନ (CACL) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ CACL ରାଜ୍ୟ ଆବାହକ ଶ୍ରୀ ସୁକାନ୍ତ ନାଏକ ଓ ପଶ୍ଚିମାଞ୍ଚଲ ଆବାହିକା ମିନୁକ୍ଷୀ ପୁରୋହିତ ଉପସ୍ଥିତ ରହି ଶିଶୁ ଅଧିକାର ଏବଂ CACL ର ଆଗାମୀ ଯୋଜନା ଏବଂ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ଏହି ବୈଠକରେ ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଯଥା- ରେଆର, ଗ୍ରାମଥନ, ସିୟା (ବୀରମହାରାଜପୁର), ପ୍ରୟାସ ( କମସରା )ହେଲ୍ପ ଟୁ ଅଦର ( ବିନିକା )ପ୍ରମୁଖ ଉପସ୍ଥିତ ରହି ସୁବର୍ଣ୍ଣପୁର ଜିଲ୍ଲା ରେ ଶିଶୁ ମାନଙ୍କ ସହିତ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ପାଇଁ ସୁଚିନ୍ତିତ ମାତାମତା ପ୍ରଦାନ କରିଥିଲେ। ଏହି ବୈଠକରେ ସର୍ବସମ୍ମତି କ୍ରମେ ଅନଙ୍ଗ ନେଗୀ ଙ୍କୁ ଜିଲ୍ଲା ଆବାହକ ଏବଂ ଶ୍ରୀ ପ୍ରତାପ ପଧାନ ଙ୍କୁ ସହ ଆବାହକ ରୂପେ ଚୟନ କରାଗଲା ଏବଂ ଆସନ୍ତା ଦିନରେ ଜିଲ୍ଲା ଟାସ୍କ ଫୋର୍ସ କୁ ନିୟମିତ କରିବା ଏବଂ ଶିଶୁ ସୁରକ୍ଷା କୁ ସୁନିଶ୍ଚିତ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଅନଙ୍ଗ ନେଗୀ ସ୍ୱାଗତ କରିବା ସହ ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ। ପରିଶେଷରେ ଶ୍ରୀ ପ୍ରତାପ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *