March 13, 2025
Home » ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସପ୍ତାହ ନିମନ୍ତେ ପ୍ରସ୍ତୁତି ବୈଠକ, ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ କୁ ସପ୍ତାହ ପାଳନ ରେ ଗରୁତ୍ୱାରୋପ

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସପ୍ତାହ ନିମନ୍ତେ ପ୍ରସ୍ତୁତି ବୈଠକ, ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ କୁ ସପ୍ତାହ ପାଳନ ରେ ଗରୁତ୍ୱାରୋପ

0

l
ସୁବର୍ଣ୍ଣପୁର —ଆସନ୍ତା ତା. ୦୧.୦୧.୨୦୨୫ ରୁ ତା. ୦୭.୦୧.୨୦୨୫ ରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଡକ ସୁରକ୍ଷା ସପ୍ତାହ ୨୦୨୫ ର ପ୍ରସ୍ତୁତି ବୈଠକ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି l ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ କୁ ସପ୍ତାହ ପାଳନ ରେ ବିଶେଷ ଗରୁତ୍ୱାରୋପ କରିବାକୁ ଅତିରିକ୍ତ ଜିଲ୍ଲପାଳ ପରାମର୍ଶ ଦେବା ସହିତ ସମ୍ପୃକ୍ତ ଅଧିକାରୀଙ୍କୁ ନିଜନିଜ ବିଭାଗୀୟ ଦାୟିତ୍ୱ ଓ କାର୍ଯ୍ୟକୁ ସୁନିଶ୍ଚିତ କରିବାକୁ ନିର୍ଦେଶ ପ୍ରଦାନ କରିଛନ୍ତି l ବୈଠକ ରେ ପରିବହନ ବିଭାଗ ସୁବର୍ଣ୍ଣପୁର ଙ୍କ ତରଫରୁ ଆର ଟି ଓ ଅକ୍ଷୟ କୁମାର ଜେନା ସପ୍ତାହ ପାଳନ ନିମନ୍ତେ ହେବାକୁ ଥିବା ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ର ତଥ୍ୟ ପ୍ରଦାନ କରିଥିଲେ l ସପ୍ତାହ ପାଳନ ପରିପ୍ରେକ୍ଷୀରେ ଜିଲ୍ଲାରେ ଶୂନ୍ୟ ମୃତ୍ୟୁ କୁ ବିଶେଷ ଗୁରୁତ୍ୱ କରିବାକୁ ବିସ୍ତୃତ ଆଲୋଚନା ହୋଇ ସଡକ ସୁରକ୍ଷା ସପ୍ତାହ ୨୦୨୫ ନିମନ୍ତେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯିବା ଉପରେ ବୈଠକରେ ଆଲୋଚନା କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ସପ୍ତାହ ପାଳନର ଉଦଘାଟନୀ ଦିବସରେ ବିଭିନ୍ନ ଅନୁଷ୍ଠାନ, ଏନ ସି ସି, ସ୍ବେଛାସେବୀ ଅନୁଷ୍ଠାନ ପ୍ରଭୁତି ର ସଦସ୍ୟା ସଦସ୍ୟ ଙ୍କୁ ନେଇ ସହରରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ କରାଯିବ ଳ ତତ ସହ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ସଚେତନତା ରଥ ଦ୍ଵାରା ଜନସାଧାରଣ ପାଇଁ ସଡକ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଭିଡ଼ିଓ ପ୍ରଦର୍ଶନ ସହ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସଡକ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଭିଡ଼ିଓ ପ୍ରଦର୍ଶନ ଓ ପ୍ରାଚୀର ପତ୍ର ଓ ଲିଫଲେଟ ବଣ୍ଟନ କରାଯିବ l ସପ୍ତାହ କୁ ବିଶେଷ ସ୍ମରଣୀୟ କରିବାକୁ ଏକ ରକ୍ତଦାନ ଶିବିର ଅୟୋଜନ ସହ ଚକ୍ଷୁ ପରୀକ୍ଷା ଶିବିରର ଆୟୋଜନ ଅନୁଷ୍ଠିତ କରାଯିବ l ପୁନଶ୍ଚ ଜିଲ୍ଲାର ପ୍ରତ୍ୟେକ ବର୍ଗ ରେ ସଡ଼କ ସୁରକ୍ଷା ର ବାର୍ତ୍ତା କୁ ପହଂଚାଇବା ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ଆୟୋଜନ କରାଯାଇ ଉଦଯାପନୀ ଦିବସରେ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯିବ l ବିଭାଗ ତରଫରୁ ସଡ଼କ ଦୁର୍ଘଟଣା ସମୟରେ ଓ ପରେ କିପରି ଭାବେ ଆମେ ଆହତ ବ୍ୟକ୍ତି ର ତୁରନ୍ତ ଆଶୁ ଚିକିତ୍ସା ର ବ୍ୟବସ୍ଥା କରିପାରିବା ସେଥିପାଇଁ ରକ୍ଷକ ଯୋଜନା ଅଧୀନରେ ପ୍ରାଥମିକ ଚିକିତ୍ସା ଟ୍ରେନିଂ ର ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି l ଅଦ୍ୟ ପ୍ରସ୍ତୁତି ବୈଠକରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସମସ୍ତ ସଦସ୍ୟ ସଦସ୍ୟା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ lରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *