December 26, 2025
Home » ଜିଲ୍ଲା ସ୍ତରୀୟ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ

ଜିଲ୍ଲା ସ୍ତରୀୟ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ

0
WhatsApp Image 2025-11-20 at 4.21.26 PM

ନୟାଗଡ଼:ନୟାଗଡ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ(ସୃଜନ)ରେ ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ୭୨ ତମ ସମବାୟ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ବିଧାୟକ, ଖଣ୍ଡପଡ଼ା ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ଵାଇଁ ମୁଖ୍ୟ ଅତିଥୁ ଭାବେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମାଦ୍ଦାର ପ୍ରମୁଖ ଯୋଗଦାନ କରିଥିଲେ । ଶ୍ରୀ ଅନନ୍ତ କୁମାର ନାୟକ, ଡି ଆର ସି ଏସ ନୟାଗଡ ଯୋଗଦାନ କରିଥିଲେ ।

ପ୍ରଥମେ ମଞ୍ଚାସିନ ଜଗନ୍ନାଥ ନିକଟରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନକରି ଉଦ୍‌ଘାଟନ କରିବାପରେ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ମୁଖ୍ୟ ଅତିଥୁ ମାନ୍ୟବର ବିଧାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ,ନୟାଗଡ଼ ଜିଲ୍ଲାକୁ ଆଗଧାଡ଼ିରେ ପହଂଚାଇବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ସରକାର ନିଶ୍ଚେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆଗଭର ଅଛନ୍ତି । ବୈଠକରେ ଅଧ୍ୟକ୍ଷତା କରୁଥିବା ସମ୍ମାନନୀୟ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସମବାୟ ବ୍ୟାଙ୍କ ନୟାଗଡ଼ର ବଜେଟ୍ ଓଡ଼ିଶାରେ ଥ‌ିବା ଅନ୍ୟ ସମବାୟ ବ୍ୟାଙ୍କ ଠାରୁ ବହୁତ ଭଲ ଅଛି । ସେମାନଙ୍କର ସେମାନେ ଅଧିକ ସୁଦୃଢ଼ ଉନ୍ନତି ପାଇଁ ମହାରାଷ୍ଟ୍ର | ଗୁଜୁରାଟକୁ ଏକ୍ସପୋଜର ଭିଜିଟ୍ କରାଗଲେ ହୋଇପାରିବେ । ସମବାୟ ସମିତି ଯେଉଁ ଉଦ୍ଦେଶ୍ୟ ନେଇ ଗଢ଼ା ହୋଇଛି ତାହା ଡଃ ବାବାସାହେବ ଆମ୍ବେଦକରଙ୍କ ଆହ୍ୱାନ ଅନୁସାରେ ରାଜନୈତିକ ହସ୍ତକ୍ଷେପର ଆବଶ୍ୟକ ଅଛି । ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ଵ ଯେତିକି, ନିର୍ବାଚିତ ପ୍ରତିନିଧ୍ଵଙ୍କ ଦାୟିତ୍ଵ ସେତିକି । କେବଳ ପ୍ରଶାସନ ନୁହେଁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତର ବକ୍ତୃତା | ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

ସେହିପରି କୃଷକମାନଙ୍କ ପାଇଁ ଦୁଗ୍ଧ ସଂଗ୍ରହ କେନ୍ଦ୍ର ପ୍ରତିଷ୍ଠା କରିବା ନିମନ୍ତେ ଓଡ଼ଗାଁ ବ୍ଲକର ଚଢ଼େୟାପଲ୍ଲୀ ପ୍ରାଥମିକ କୃଷି ସମବାୟ ସମିତିକୁ ପୁରସ୍କାର ଏବଂ ଆବଶ୍ୟକୀୟ ସରଂଜାମ ପ୍ରଦାନ କରାଯାଇଥିଲା । ବୁଣାକାରମାନଙ୍କ ହିତସାଧନ ପାଇଁ କଳିଙ୍ଗ ତନ୍ତୁବାୟ ସହଯୋଗ ସମିତ, ଲାଠିପଡ଼ାକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକ ଯଥାକ୍ରମେ-ନୂଆଗାଁ, ଗଣିଆ, ରଣପୁର, ନୟାଗଡ଼, ଓଡ଼ଗାଁ, ଭାପୁର, ଦଶପଲ୍ଲା ଏବଂ ଖଣ୍ଡପଡ଼ା ବ୍ଳକଙ୍କୁ ସମ୍ବର୍ଦ୍ଧନା ଏବଂ ପୁରସ୍କାର ପ୍ରଦାନ କରାଯାଇଛି ।ନୟାଗଡ଼ ଜିଲ୍ଲାର ସମବାୟବିତମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ ନୂତନ କୃଷି ସମବାୟ ସମିତିକୁ ପଂଜିକରଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମବାୟ ବିଭାଗର ସହାୟକ,ସଂପାଦକ, ଏ ଜି ଏମ ସମବାୟ ବ୍ୟାଙ୍କ୍ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଯାଜ୍ଞସିନି ମିଶ୍ର ଏସ ଏ (ଏ ଆର ସି ଏସ ) ଧନ୍ୟବାଦ ଅର୍ପଣ କରିବା ପରେ ସଭାସାଙ୍ଗ କରାଯାଇଥିଲା ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *