ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ-ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ
ବରଗଡ: ଅନ୍ତର୍ଜାତୀୟ ମହିଳା ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଜିଲ୍ଲାର ତାଳବଣିଆ ଠାରେ ରାଜ୍ୟର ଏକ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କରିଛନ୍ତି ।
ଏହି ଅବସରେରେ ବରଗଡ ଜିଲ୍ଲା ପ୍ରଶାସନ ଦ୍ଵାରା ସ୍ଥାନୀୟ ଯଦୁମଣି ଅଡିଟରୀୟମ ଠାରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବରଗଡ଼ ବିଧାୟକ ଅଶ୍ୱିନୀ କୁମର ଷଡ଼ଙ୍ଗୀ କହିଥିଲେ, ସୁଭଦ୍ରା ଯୋଜନା ଆଜି ଏକ ବିପ୍ଲବରେ ପରିଣତ ହୋଇଛି। କାରଣ ସୁଭଦ୍ରା ଯୋଜନା କେବଳ ବର୍ଷକୁ ଦୁଇଥର ସହାୟତା ବାଣ୍ଟିବା କାର୍ଯ୍ୟକ୍ରମ ନୁହେଁ। କିଶୋରୀ ମାନଙ୍କଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ବୟସର ମହିଳାମାନେ ସଶକ୍ତ ଏବଂ ସମୃଦ୍ଧ ହୋଇପାରିବାର ବ୍ୟବସ୍ଥା କରାଯାଉଛି । ଏହା ରାଜ୍ୟର ପ୍ରତ୍ୟେକ ସୁଭଦ୍ରାଙ୍କ ମନରେ ଏକ ନୂତନ ଆଶା ଓ ବିଶ୍ୱାସର ସଂଚାର କରିପାରିଛି । ସୁଭଦ୍ରା ଆଜି ଏକ କୋଟିରୁ ଉର୍ଦ୍ଧ୍ଵ ମହିଳାଙ୍କ ପାଖରେ ପହଂଚିଛି । ବରଗଡ଼ ସହରରେ ଆଗାମୀ ଦିନରେ ସୁଭଦ୍ରା ମା ମାନଙ୍କ ପାଇଁ ଏକ ମାର୍କେଟର ବ୍ୟବସ୍ତା କରାଯିବ, ଯେଉଁଠି ସେମାନ ନିଜ ବେପାର ବାଣିଜ୍ୟ କରି ସ୍ୱଚ୍ଛଳ ହେବ।
ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା,ବରଗଡ ସାଂସଦ ପ୍ରତିନିଧି ଶ୍ରୀ ସୁରେଶ୍ୱର ଶତପଥୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସନ୍ଧ୍ୟାରାଣୀ ନେପାକ ଉପସ୍ଥିତ ରହି ସମସ୍ତେ ସୁଭଦ୍ରା ଯୋଜନାରେ ପାଇଥିବା ଟଙ୍କାକୁ ସଦୁପଯୋଗ କରି ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନରେ ଭାଗୀଦାରୀ ହେବା ପାଇଁ ଉତ୍ସାହିତ କରିଥିଲେ ।

ସୂଚନାଯୋଗ୍ୟକି, ଆଜି ବରଗଡ଼ ଜିଲ୍ଲାରୁ ସର୍ବମୋଟ ୪, ୦୭, ୬୯୭ ଜଣ ଆବେଦନକାରୀଙ୍କ ମଧ୍ୟରୁ ୩,୭୫,୦୧୯ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଚତୁର୍ଥ କିସ୍ତି ଟଙ୍କା ନିଜ ବ୍ୟାଙ୍କ ଖାତାରେ ପାଇଛନ୍ତି। ଏବଂ ଜିଲ୍ଲାପାଳ, ବରଗଡ଼ ଙ୍କ ଦ୍ଵାରା ଜିଲ୍ଲାର ମୋଟ ୭୭ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା କରାଗଲା । ସେଥିମଧ୍ୟରୁ ଅତାବିରା ବ୍ଲକରୁ ୧୩ଟି ଗ୍ରାମ ଥିବାବେଳେ ଭେଡେନରୁ ୯ଟି ଗ୍ରାମ ଏବଂ ବିଜେପୁର ବ୍ଳକରୁ ୫୫ ଟି ଗ୍ରାମ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି ।

ସମସ୍ତେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ କାର୍ଯ୍ୟକ୍ରମ ଦେଖିବା ପରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲାର ଛାତ୍ରଛାତ୍ରୀ ଏବଂ ଅଙ୍ଗନବାଡି କର୍ମୀ ଓ ହେଲପର ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ଓ କର୍ମୀଙ୍କ ସମେତ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିବା ସମସ୍ତ କଳକରଙ୍କୁ ପୁରସ୍କାର ପ୍ରଦାନ କରିବା ସହ ଅତାବିରା ବ୍ଳକର ଅଙ୍ଗନବାଡି କର୍ମୀ, କମ୍ୟୁନିଟି ମେମ୍ବର, ଶିକ୍ଷକ, ଏବଂ ଅଦ୍ଵିକାଙ୍କୁ ମିଶାଇ ୫ଜଣଙ୍କୁ ବାଲ୍ୟ ବିବାହ ମୁକ୍ତ ଅଭିଯାନର ସଫଳ ରୂପାୟନ ପାଇଁ ପୁରସ୍କୃତ କରାଯାଇଥିବା ବେଳେ ଜିଲ୍ଲାରେ ପୋଶୋଣ ଅଭିଯାନର ସଫଳତା ପାଇଁ କାର୍ଯ୍ୟ କରିଥିବା ମୋଟ ୧୧ ଜଣ ଅଙ୍ଗନବାଡି କର୍ମୀ, ହେଲପର, ସୁପରଭାଇଜର ଏବଂ ସିଡିପିଓଙ୍କୁ ପୁରସ୍କୃତ କରାଯାଇଥିଲା।
ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ) ରିପୋର୍ଟ,
