ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

କୋରାପୁଟ ସହରର ସ୍ଥାନୀୟ ଟାଉନ ହଲ ପରିସରରେ ତା.୧.୫.୨୦୨୫ ରିଖ ପୂର୍ବାହ୍ନ ୯.୩୦ ଘଟିକା ସମୟରେ କୋରାପୁଟ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ ,ମାନ୍ୟବର ଶ୍ରୀଯୁକ୍ତ ଲଲାଟ ରଞ୍ଜନ ସେଠୀ ମାନ୍ୟବର ଅଧକ୍ଷ୍ୟ ,କୋରାପୁଟ ପୌର ଅଞ୍ଚଳ, ଶ୍ରୀମତୀ ନମିତା ମାଝୀ ମାନ୍ୟବର ଅଧକ୍ଷ୍ୟା, କୋରାପୁଟ ବ୍ଲକ , ସମ୍ମାନୀୟ ଶ୍ରୀଯୁକ୍ତ ବାବୁଲା ବେନିଆ,ସାଂସଦ ପ୍ରତିନିଧି,କୋରାପୁଟ,ଶ୍ରୀଯୁକ୍ତ ବୃନ୍ଦାବନ ସେଠୀ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ,ଜୟପୁର ,ସୁଶ୍ରୀ ସବିତା କୁମାରୀ ନାୟକ, ଜିଲ୍ଲା ଶ୍ରମ ଅଧିକାରୀ , କୋରାପୁଟ , ଶ୍ରୀଯୁକ୍ତ ଚୈତନ୍ୟ ପ୍ରସାଦ ମାଝୀ , ସହକାରୀ ଶ୍ରମ ଅଧିକାରୀ,ଜୟପୁର ଶ୍ରୀ ବୁଲୁ ଶ୍ରିହରିଆ,ସହକାରୀ ଶ୍ରମ ଅଧିକାରୀ, କୋରାପୁଟ,ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟଳୟର ଅନ୍ୟ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ଉକ୍ତ ସମାରୋହରେ ୪୮ ଜଣ ହିତାଧିକାରୀଙ୍କୁ ଟ.୩,୩୫,୪୦୦/- (ଶିକ୍ଷା ସହାୟତା), ୫୭ ଜଣ ହିତାଧିକାରୀଙ୍କୁ ଟ.୨୮,୫୦,୦୦୦/- (ବିବାହ ସହାୟତା) , ୧୬ ଜଣ ହିତାଧିକାରୀଙ୍କୁ ଟ॰୧,୬୦,୦୦୦/-(ପ୍ରସୂତିକାଳୀନ ସହାୟତା), ୨୩ ଜଣ ହିତାଧିକାରୀଙ୍କୁ ଟ ୫୮,୦୦,୦୦୦(ମୃତ୍ୟୁ କାଳୀନ ସହାୟତା), ୨୧ ଜଣ ହିତାଧିକାରୀଙ୍କୁ ଟ. ୧,୦୫,୦୦୦/-(ଅନ୍ତ୍ୟେଷ୍ଟି କ୍ରିୟା ସହାୟତା , ଏବଂ ୬ ଜଣ ଅଣ ସଙ୍ଗଠିତ ଶ୍ରମିକଙ୍କୁ ଟ.୧୨,୦୦,୦୦୦/-(ମୃତ୍ୟୁ କାଳୀନ ସହାୟତା) ଆଦି ଡେମୋ ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲାରେ ସର୍ବ ମୋଟ ୧୬୫ ହିତାଧିକାରୀଙ୍କୁ ଟ୯୨,୫୦,୪୦୦/- ଓ ୧୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ନୂତନ ପଞ୍ଜିକରଣ ପରିଚୟ ପତ୍ର ତଥା ୫୦ ଅଣ ସଂଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଙ୍କର କରକମଳରୁ ପ୍ରଦାନ କରାଯାଇଥିଲା । ଉକ୍ତ ସମାରୋହରେ ୨୦୦ରୁ ଉର୍ଦ୍ଧ ଶ୍ରମିକ ଯୋଗ ଦେଇଥିଲେ ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ