ଜିଲ୍ଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳିତ
କଟକ : ପ୍ରତାପ ନଗରୀସ୍ଥିତ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନଠାରେ ଆଜି ଜିଲ୍ଳାସ୍ତରୀୟ ପାଣି ପଂଚାୟତ ପକ୍ଷ ଉଦଯାପିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ଅତିଥିମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳନ ସମ୍ପର୍କରେ ନିଜର ମତାମତ ରଖି କୃଷିର ଉନ୍ନତିରେ ଜଳସେଚନର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ଜଳକଷ୍ଟ ଯୋଗୁଁ ଯେପରି କୃଷି ଓ କୃଷକ ପ୍ରଭାବିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସେଚାଂଚଳ ଉନ୍ନୟନ ବିକାଶରେ କଟକ ଜିଲ୍ଳାରେ ପାଣି ପଂଚାୟତକୁ ସୁଦୃଢ କରାଯାଇ ଚାଷ କ୍ଷେତ୍ରରେ ଉନ୍ନତି ଆଣିବା ପରିପ୍ରେକ୍ଷୀରେ ଏହି ପକ୍ଷ ପାଳନ କରାଯାଉଛି ବୋଲି ମାନ୍ୟବର ବିଧାୟକ କଟକ ସଦର ଇଂ ପ୍ରକାଶ ଚନ୍ଦ୍ର ସେଠୀ ଓ ମାନ୍ୟବର ବିଧାୟକ ନିଆଳି ଶ୍ରୀ ଛବି ମଲ୍ଲିକ, ମାନ୍ୟବର ବିଧାୟକ ମାହାଙ୍ଗା ଶ୍ରୀ ସାରଦା ପ୍ରସାଦ ପ୍ରଧାନ ପ୍ରମୁଖ ମତବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ କୃଷି, ମତ୍ସ୍ୟ, ଉଠା ଜଳସେଚନ ଓ ଓରମାସ ପକ୍ଷରୁ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ।
ପ୍ରକାଶ ଥାଉକି ରାଜ୍ୟରେ ୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପାଣି ପଂଚାୟତ ପକ୍ଷ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ କଟକ ଜିଲ୍ଲାରେ ପାଣି ପଂଚାୟତର ବାର୍ତା ନେଇ ପାଣି ପଂଚାୟତ ରଥ ବିଭିନ୍ନ ବ୍ଲକ୍ ଓ ଗ୍ରାମାଂଚଳ ଭ୍ରମଣ କରିଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର, ପୂର୍ବାଂଚଳ ଜଳସେଚନ ମଣ୍ଡଳ-୧ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀ ସୁଶାନ୍ତ କୁମାର ମୁନା, ୱାଲମିର ନିର୍ଦ୍ଦେଶକ ଅବିନାଶ ରାଉଳ, ମହାନଦୀ କାଠଯୋଡି ଉତରର ମୁଖ୍ୟ ଯନ୍ତ୍ରୀ ଶ୍ରୀ ଦିଲୀପ ରାଉତ, ପ୍ରାକ୍ତନ କୃଷି ବିଶେଷଜ୍ଞ ସୁଧନ୍ୟ ଚନ୍ଦ୍ର ପାତ୍ରଙ୍କ ସମେତ ଜଳସେଚନ ବିଭାଗର ସମ୍ପୃକ୍ତ ଯନ୍ତ୍ରୀ ଓ ଅଧିକାରୀ, ଚାଷୀ ଓ ପାଣି ପଂଚାୟତ ସଦସ୍ୟ ଉପସ୍ଥିତ ଥିଲେ ।
କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
