July 6, 2025
Home » ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳିତ।

ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳିତ।

0
WhatsApp Image 2025-04-16 at 5.56.38 PM (1)

ଦେବଗଡ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ସୁରତୀ ପ୍ରଧାନଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦେବଗଡ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ଉପଜିଲ୍ଲାପାଳ ପରକ୍ଷୀତ ସାହୁ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୌଭାଗ୍ୟ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶକୁନ୍ତଳା ଟେଟେ ଯୋଗ ଦେଇ ପୋଷଣ ପକ୍ଷ ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଶିଶୁଙ୍କୁ ପୁଷ୍ଟିକର ତଥା ପୋଷଣ ଯୁକ୍ତ ଖାଦ୍ୟ ଯୋଗାଇ ଦେବା ସହିତ ଏକ ସୁସ୍ଥ ଜୀବନ ଗଠନ ଉପରେ ଆଲୋଚନା କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଶିଶୁର ଜନ୍ମ ଠାରୁ ଏକ ହଜାର ଦିନର ଗୁରୁତ୍ୱ, ହିତାଧିକାରୀ ପଞ୍ଜିକୃତ ଓ ସେମାନଙ୍କୁ ପୋଷଣ ଟ୍ରାକରରେ ସାମିଲ କରିବା, ଶିଶୁଙ୍କ ବିକାଶ ପାଇଁ କାର୍ଯ୍ୟକାରୀ ଯୋଜନାକୁ ଲୋକାଭିମୁଖି କରିବା ଏବଂ ଶିଶୁଙ୍କୁ କିଭଳି ସୁସ୍ଥ ଜିବନ ଶୈଳୀ ଦିଆଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ବିଭିନ୍ନ ପୁଷ୍ଟିକର ଖାଦ୍ୟର ପ୍ରଦର୍ଶନୀ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଡିପିସି ମିଶନ ଶକ୍ତି ଶିଶିର କୁମାର ଷଡଙ୍ଗୀ, ପୋଷଣ ଜିଲ୍ଲା ସଂଯୋଜକ ମନୋଜ ଆଚାର୍ଯ୍ୟ, ସେକ୍ସନ ଅଫିସର ପ୍ରମୋଦ ପାତ୍ର, ସିଡିପିଓ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ ଓ ସହାୟିକା ପ୍ରମୁଖ ଉପସ୍ଥିତ ଥିଲେ।

ଦେଓଗଡ ରୁ ଦେବାନନ୍ଦ ନାଏକ ଙ୍କ ସହିତ ଇପିଏ ନିୟୁଜ।

Leave a Reply

Your email address will not be published. Required fields are marked *