February 10, 2026
Home » ଜିଲ୍ଲାସ୍ତରୀୟ ଯୌତୁକ ନିବାରଣ ତାଲିମ ଶିବିର

ଜିଲ୍ଲାସ୍ତରୀୟ ଯୌତୁକ ନିବାରଣ ତାଲିମ ଶିବିର

0
WhatsApp Image 2025-10-24 at 1.02.15 PM

କଟକ :-ଜିଲ୍ଲାସ୍ତରୀୟ ଯୌତୁକ ନିବାରଣ ତାଲିମ ଶିବିର ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଡଃ.ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଯୋଗଦେଇ ଉକ୍ତ ତାଲିମ ଶିବିରର ଆଭିମୁଖ୍ୟ ସଂପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଯୌତୁକ ପ୍ରଥା ସମାଜ ପାଇଁ ଏକ ଅଭିଶାପ ।

ମାତାପିତା ମାନେ ଯୌତୁକର କୁପରିଣାମ ସମ୍ବନ୍ଧରେ ନିଜର ସନ୍ତାନମାନଙ୍କୁ ଉପଦେଶ ଦେବା ସହ ଏହି ଦିଗରେ ସଚେତନ କରିବା ଆବଶ୍ୟକ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ । ଆଜିର ଏହି ତାଲିମ ଶିବିରରେ ଡେପୁଟୀ ଆରକ୍ଷୀ ଅଧିକ୍ଷକ ସସ୍ମିତା ବାରିକ, ପରିଚାଳକ ପଞ୍ଜିକରଣ କର୍ତ୍ତୃପକ୍ଷଙ୍କ ପ୍ରତିନିଧି ଶ୍ରୀ ବିକ୍ରମ ସିଂହ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ରଶ୍ମିତା ମହାନ୍ତି, ସହକାରୀ ସମାଜ କଲ୍ୟାଣ ଅଧିକାରୀ ବବିତା ଜେନା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ତୋଷ ସେଠୀ, ସମାଜସେବୀ ଡଃ. ମିନାକ୍ଷୀ ପଣ୍ଡା, ଓଡିଶା ଉଚ୍ଚ ନ୍ୟାୟାଳୟ ଆଇନଜୀବୀ ଶ୍ରୀ ବିଜୟ କୁମାର ପଣ୍ଡା, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସ୍ଵର୍ଣ୍ଣମୟୀ ଦାସ ଯୋଗଦେଇ ସମସ୍ତଙ୍କ ଆନ୍ତରିକ ସହଯୋଗ ଓ ହୃଦୟର ପରିବର୍ତ୍ତନ ଦ୍ଵାରା ଯୌତୁକ ବ୍ୟାଧିକୁ ରାଜ୍ୟ ତଥା ଦେଶରୁ ସଂପୂର୍ଣ୍ଣ ବିଲୋପ କରାଯାଇ ପାରିବ । ଯୌତୁକ ନିରାକରଣ ପନ୍ଥା ୧୯୬୧ ମସିହାରେ ଆଇନ ପ୍ରଣୟନ ହୋଇଥିବା ବେଳେ ୧୯୯୪ମସିହାରେ ଏହି ଆଇନ ରେ କିଛି ପରିବର୍ତ୍ତନ କରାଯାଇଥିଲା ବୋଲି ନିଜର ନିଜର ମତବ୍ୟକ୍ତ କରିଥିଲେ ।

 

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *