December 21, 2025
Home » ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ

ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ

0
WhatsApp Image 2025-02-07 at 7.33.37 AM

କଟକ ଜ଼ିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଚମ୍ପେଶ୍ୱର ଠାରେ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ , ମାନ୍ୟବର ମନ୍ତ୍ରୀ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଓ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ମୁଖ୍ୟ ଅତିଥି, ମାନ୍ୟବର ବିଧାୟକ ବଡମ୍ବା ଶ୍ରୀଯୁକ୍ତ ବିଜୟ କୁମାର ଦଳବେହେରା ମୁଖ୍ୟ ବକ୍ତା , ବ୍ଲକ ଚେୟାରମ୍ୟାନ ବଡମ୍ବା , ବ୍ଲକ ଚେୟାରମ୍ୟାନ ନରସିଂହପୁର ,କଟକ ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହନ୍ତ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସର୍ବମୋଟ ୩୩୫୨ ଜଣ ହିତାଧିକାରୀଙ୍କୁ ମୋଟ ଟ.୨୧,୮୨,୦୭,୪୦୦ ଙ୍କା ସହାୟତା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ତରଫରୁ ସମ୍ମାନନୀୟ ଅତିଥି ମାନଙ୍କ ଦ୍ଵାରା ବଣ୍ଟନ କରାଯାଇଅଛି । ସେଥି ମଧ୍ୟରୁ ୨୧୩୭ ଜଣ ହିତାଧିକାରୀଙ୍କୁ ବିବାହ ସହାୟତା ବାବଦକୁ ଟ.୧୦,୬୨,୫୦,୦୦୦/- ଙ୍କା, ୧୨୬ ଜଣ ହିତାଧିକାରୀଙ୍କୁ ଶିକ୍ଷା ସହାୟତା ବାବଦକୁ ଟ.୧୪,୩୭,୪୦୦/-ଙ୍କା, ୫୧୮ ଜଣ ହିତାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦକୁ ଟ.୧୦,୭୪,୦୦,୦୦୦ଙ୍କା,୫୧୮ ଜଣ ହିତାଧିକାରୀଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦକୁ ଟ.୨୫,୯୦,୦୦୦/-ଙ୍କା ଓ ୫୩ ଜଣ ହିତାଧିକାରୀଙ୍କୁ ପ୍ରସୂତିକାଳୀନ ସହାୟତା ବାବଦକୁ ଟ.୫,୩୦,୦୦୦/-ଙ୍କI ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୧୦୦ ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ହରପ୍ରିୟା ନାୟକ, ପ୍ରଭାଗୀୟ ଶ୍ରମ ଆୟୁକ୍ତ,କଟକ ମଂଚ ପରିଚାଳନା କରିଥିଲେ, ଶ୍ରୀମତୀ କଳ୍ପନା ମିଶ୍ର ,ଯୁଗ୍ମ ଶ୍ରମ ଆୟୁକ୍ତ,କଟକ ,ଶ୍ରୀ ପ୍ରୀତିବନ୍ଧନ ଘଡ଼ାଇ ,ଜ଼ିଲ୍ଲା ଶ୍ରମ ଅଧିକାରୀ(କଲ୍ୟାଣ),କଟକ , ସହକାରୀ ଶ୍ରମ ଅଧିକାରୀ ଶ୍ରୀ ହଳଧର ବରାଳ , ସହକାରୀ ଶ୍ରମ ଅଧିକାରୀ ଶ୍ରୀ ରଶ୍ମିରଂଜନ ବରାଳ,ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଚିରଞ୍ଜୀବ ରାଉତରାଏ ତଥା କଟକ ଜିଲ୍ଲା ଶ୍ରମ କାର୍ଯ୍ୟ।ଳୟର ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *