ଜିଲ୍ଳାପାଳ ଙ୍କୁ ଚାଷୀମାନଙ୍କ 7 ଦଫା ଦାବିପତ୍ର ପ୍ରଦାନ
ଭେଡେନ ବ୍ଲକ କାର୍ଯ୍ୟଳୟ କୁ ଗ୍ରୀଭାନ୍ସ ପାଇଁ ଜିଲ୍ଳାପାଳ ଆଦିତ୍ୟ ଗୋୟଲ ଆସୁଥିବା ସମୟରେ ବ୍ଲକ କାର୍ଯ୍ୟଳୟ ନିକଟରେ ଅନେକ ଚାଷୀ ଘେରିଜାଈ ପ୍ରଶାସନ ଚାଷୀଙ୍କୁ ସହାୟତା କରୁନଥିବା ଅଭିଯୋଗ ଆଣି ଘେରି ଯାଇଥିଲେ!ପରେ ଚାଷୀ ମାନେ 7 ଦଫା ଦାବିପତ୍ର ପ୍ରଦାନ କରିଥିଲେ!ଜିଲ୍ଲା ପାଲ ଦାବିପତ୍ର ଗ୍ରହଣ କରିବାସହ ପ୍ରଶାସନ ସବୁବେଳେ ଚାଷୀଙ୍କ ସହିତ ଅଛି ବୋଲି ପ୍ରକାଶ କରିଥିଲେ!ଧାନ ବିକ୍ରି ପଞ୍ଜିକରଣ ରୁ ବାଦ ପଡ଼ିଥିବା ସମସ୍ତ ଚାଷୀଙ୍କ ଧାନକାର୍ଡ ପଞ୍ଜିକରଣ କରାଯାଉ, ଚାଷ ହୋଇଥିବା ଜମିର କିସମକୁ ଆଳ କରି ଧାନ କଟନଯାଉ, ଚାଷୀଙ୍କ କ୍ଷତିପୂରଣ ବୀମା ତୁରନ୍ତ ପ୍ରଦାନ କରାଯାଉ,ବିପର୍ଯୟ ଜନିତ ଫସଲ ନଷ୍ଟ ଠିକ ଭାବରେ କ୍ଷତିପୂରଣ ଆକଳନ କରାଯାଉ ଓ କ୍ଷତିପୂରଣ ଦିଆଯାଉ, ଲୋ ଭୋଲ୍ଟେଜ ଅଘୁଷିତ ବିଦ୍ୟୁତ କାଟ, ସ୍ମାଟ ମିଟରଏବଂ ଅହେତୁକ ବିଲ ସମସ୍ୟାର ସମାଧାନ ପାଇଁ ତୁରନ୍ତ ତ୍ରିପାକ୍ଷିକ ଆଲୋଚନା, ଆସନ୍ତା ଡିସେମ୍ବର 15 ରୁ କେନାଲ ପାଣି ଛଡାଯାଉ,ଆସନ୍ତା 19 ରୁ ମାର୍କେଡ଼ ୟାର୍ଡ଼ ଖୋଲା ଯାଉ ଆଦି ଦାବିନେଇ ଦାବିପତ୍ର ପ୍ରଦାନ କରିଥିଲେ!ଦାବୀ ପାତ୍ର ସମୟରେ ଚାଷୀନେତା ଉତ୍ପନ୍ନ ଭୋଇ, ସୁଦାମ ପାତ୍ର, ନରେନ୍ଦ୍ର ଭୋଇ, ବୃନ୍ଦାବନ ସାହୁ, ସଦାନନ୍ଦ ଭୋଇ, ନବୀନ ପଧାନ ସମେତ ଅଂଚଳର ଅନେକ ଚାଷୀ ଉପସ୍ଥିତ ଥିଲେ
ଇପିଏ ନ୍ଯଜ୍ ଭେଡେନ ରୁ ହରିଶଙ୍କର ବେହେରାଙ୍କ ରିପୋଟ
