ଜୁନିଅର ରେଡ୍ କ୍ରସ୍ କ୍ୟାମ୍ପ ଉଦଯାପିତ: ସ୍ବେଚ୍ଛାସେବୀ ଅପହଞ୍ଚ ଗାଆଁରେ ସେବା ଉପଲବ୍ଧ କରନ୍ତୁ
ସୁବର୍ଣ୍ଣପୁର– ଜୁନିଅର ରେଡ କ୍ରସ ଗ୍ରାମ ଠାରୁ ସହର, ନଗର, ମହାନଗର ପର୍ଯ୍ୟନ୍ତ ସେବା ଯୋଗାଇବାରେ ସବୁବେଳେ ପ୍ରଚେଷ୍ଟା କରିଥାଏ । ସ୍କୁଲ ଛାତ୍ର ଛାତ୍ରୀ ମାନେ ହିଁ ମୁଖ୍ୟ ବ୍ୟକ୍ତିତ୍ଵ ଯେଉଁମାନେ କି ଲୋକମାନଙ୍କ ଠାରେ ଆବଶ୍ୟକୀୟ ସେବା ଦେଇପାରିବେ । ଶିବିରରୁ ଆହରଣ କରିଥିବା ଜ୍ଞାନ ଓ କୌଶଳକୁ ସମ୍ବଳ କରି ଶିବିରାର୍ଥୀ ଛାତ୍ର ଛାତ୍ରୀ, ସେଚ୍ଛାସେବୀ ଓ ପରାମର୍ଶଦାତା ମାନେ ପ୍ରତି ଗ୍ରାମକୁ ଯାଇ ଗୋଷ୍ଠୀ ଭିତ୍ତିକ ବିକାଶ କରିବାରେ ସହାୟକ ହୁଅନ୍ତୁ ବୋଲି ଉଦଯାପନୀ ଉତ୍ସବରେ ଯୋଗଦେଇଥିବା ଅତିଥି ବୃନ୍ଦ ମତ ପ୍ରକାଶ କରିଛନ୍ତି । ସ୍ଥାନୀୟ ପିପିଲିପାଲି ସ୍ଥିତ ବିଶ୍ଵଭାରତୀ ଚିନ୍ତନ ଶିକ୍ଷା ନିକେତନ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ୧୯ ତମ ଜିଲ୍ଲା ସ୍ତରୀୟ ଜୁନିଅର୍ ରେଡ କ୍ରସ୍ ଶିକ୍ଷା ଓ ତାଲିମ ଶିବିରକୁ ପତାକା ଉତ୍ତୋଲନ କରି ଉଦଘାଟନ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ମୀନାରାଣୀ ମଙ୍ଗଳ ଆୟୋଜିତ ବର୍ଣ୍ଣାଢ଼୍ୟ ସଭାରେ ଅଧ୍ୟକ୍ଷତା କରିଥିଲେ । ଶିବିରରେ ଦ୍ଵିତୀୟ ଦିବସର ସଂଧ୍ୟା ଅଧିବେଶନ ରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସାଂସ୍କୃତିକ ଉତ୍ସବରେ ଉତ୍ସାହିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉଲୁଣ୍ଡା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଦେବାଶିଷ ପାଣ୍ଡିଆ, ପ୍ରାକ୍ତନ ରାଜ୍ୟ ଜେଆରସିଓ ଧର୍ମସିଂ ମିଶ୍ର, ସୋନପୁର ବିଇଓ ଲକ୍ଷ୍ମଣ ମିଶ୍ର, ଉଲୁଣ୍ଡା ବିଇଓ ଅଜୟ ଲୁହା, ସୋନପୁର ଏବିଇଓ କୃଷ୍ଣଚନ୍ଦ୍ର ପଣ୍ଡା, ଜେଆରସି ଉପାଧ୍ଯକ୍ଷ ଗତି କୃଷ୍ଣ ମିଶ୍ର, ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧକାରୀ ତଥା ଜିଲ୍ଲା ଜେଆରସି ସମ୍ପାଦକ ଘନଶ୍ୟାମ ମେହେର ଏବଂ ଜିଲ୍ଲା ଜୁନିୟର ରେଡ କ୍ରସ ଅଫିସର ରବି ଚନ୍ଦ୍ର ପଶାୟତ ଶିବିରର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସାଧନ କର୍ମୀ ମାନେ ଜିଲ୍ଲାର ୧୪୨ଗୋଟି ସ୍କୁଲରୁ ଆସିଥିବା ୫୬୮ ଜଣ ଶିବିରାର୍ଥୀ ମାନଙ୍କୁ ପ୍ରାଥମିକ ଚିକିତ୍ସା, ସଡ଼କ ସୁରକ୍ଷା, ରକ୍ଷକ, ଏଚଆଇଭି ଏଡସ୍ ଭଳି ବିଭିନ୍ନ ପ୍ରସଙ୍ଗ ରେ ତାଲିମ ଦେଇଥିଲେ । ତୃତୀୟ ଦିବସର ସକାଳରେ ପିପିଲିପାଲି ଗ୍ରାମରେ ଏକ ଶାନ୍ତି ଶୋଭାଯାତ୍ରା ଆୟୋଜିତ ହୋଇଥିବା ବେଳେ ଅନୁଷ୍ଠିତ ହୋଇଥିବା ସ୍ଵେଚ୍ଛାକୃତ ରକ୍ଟଦାନ ଶିବିରରୁ ୩୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଉତ୍କୃଷ୍ଟ ଶିବିର ପରିଚାଳନା ପାଇଁ ଜୁନିୟର ରେଡ କ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କୁ ସହିବିରାର୍ଥୀ ମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିସିସି ଓ ସାଧାନ କର୍ମୀମାନେ ସହଯୋଗ କରିଥିଲେ । ଶିବିରର ସଭାକୁ ସାଧନକର୍ମୀ ଚନ୍ଦ୍ରମଣୀ ବାଘ , ହୃଷୀକେଶ ଚାନ୍ଦ ଓ ବାସୁଦେବ ବିଶି ସଂଯୋଜନା କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
