April 10, 2026
Home » ଜେ.ଏସ.ଡବ୍ଲୁ ର ଦାୟିତ୍ଵହୀନତା ପାଇଁ ଢିଙ୍କିଆ ଅଞ୍ଚଳରେ ଅସନ୍ତୋଷ ବଢୁଛି

ଜେ.ଏସ.ଡବ୍ଲୁ ର ଦାୟିତ୍ଵହୀନତା ପାଇଁ ଢିଙ୍କିଆ ଅଞ୍ଚଳରେ ଅସନ୍ତୋଷ ବଢୁଛି

0
WhatsApp Image 2026-04-09 at 2.40.52 PM (1)

 

ପାରାଦୀପ :: ଢିଙ୍କିଆ ଚାରିଦେଶ ପ୍ରସ୍ତାବିତ ଜେ.ଏସ.ଡବ୍ଲୁ ପ୍ରକଳ୍ପ ଅଧିକୃତ ପାଚେରୀ ମଧ୍ୟରୁ ଗତ ମାର୍ଚ୍ଚ ୧୨ ତାରିଖ ସକାଳ ସମୟରେ ଏକ ହରିଣ ଗୋଡବନ୍ଧା ଅବସ୍ଥାରେ ପଡି ରହିଥିବା ଖବର ମିଳିଥିଲା l ତେବେ ଖବର ପାଇ କୁଜଙ୍ଗ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ହରିଣ କୁ ଉଦ୍ଧାର କରି ଏକ ଟ୍ରାକ୍ଟରରେ ଚିକିତ୍ସା ପାଇଁ ବାହାରକୁ ଆଣୁଥିବା ବେଳେ ଫାଟକ ପାଖରେ ଜେ.ଏସ.ଡବ୍ଲୁ ସୁରକ୍ଷା କର୍ମୀ ମାନେ ବନବିଭାଗ କର୍ମଚାରୀ ମାନଙ୍କୁ ଛାଡି ନଥିଲେ, ଦିର୍ଘ ସମୟର ଯୁକ୍ତି ତର୍କ ପରେ ବନବିଭାଗ କର୍ମଚାରୀ ମାନେ ଫାଟକ ବାହାରକୁ ଆସିଥିଲେ, ହେଲେ ହରିଣଟିର ଖରାରେ ଛଟପଟ ହୋଇ ମୃତ୍ୟୁ ହୋଇଥିଲା l ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାର ୨୫ ଦିନ ବିତି ଯାଇଥିଲେ ସୁଦ୍ଧା ବନବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବେଳେ ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଆଶ୍ଚର୍ଯ୍ୟ ର କଥା ଜେ.ଏସ.ଡବ୍ଲୁ କମ୍ପାନୀ ସରକାରଙ୍କ ଠାରୁ ଜମି ନେଇ ପ୍ରକଳ୍ପ କରୁଥିବା ବେଳେ ରାଜ୍ଯ ସରକାରଙ୍କ ବନବିଭାଗ କର୍ମଚାରୀଙ୍କୁ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଘଟଣା ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି l ତେବେ ଭାରତ ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ-୧୯୭୨ ଅନୁଯାୟୀ ବନବିଭାଗ କର୍ମଚାରୀଙ୍କୁ ତାଙ୍କ କାର୍ଯ୍ୟରେ ବାଧା ଦେବା ଓ ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରିବା ବେଳେ ବନବିଭାଗ କର୍ମଚାରୀଙ୍କୁ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଘଟଣାରେ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷ ଓ ସୁରକ୍ଷାକର୍ମୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହେବା ନେଇ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିବାବେଳେ ବନବିଭାଗ ଓ ସ୍ଥାନୀୟ ପ୍ରଶାସନର ନୀରବତାକୁ ନେଇ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ତେବେ ଏହି ଘଟଣାରେ କଂଗ୍ରେସ ଯୁବନେତା ତଥା ଏରସମା ବ୍ଲକ ୪ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ପିନାକୀ ନାରାୟଣ ଦାସ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭୟଚାନ୍ଦପୁର ଥାନା ରେ ଅଭିଯୋଗ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି l ତେବେ ଜେଏସଡବ୍ଲୁ ପ୍ରକଳ୍ପ ପରିସର ମଧ୍ୟରେ ଗୋଡ଼ବନ୍ଧା ଅବସ୍ଥାରେ ହରିଣ ଠାବ ହେବା ଓ ବନବିଭାଗ ହରିଣ କୁ ଉଦ୍ଧାର କରିବାକୁ ଯାଇ ହଟହଟା ହେବା ଘଟଣା କୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ , ଏଭଳି ଏକ ସମ୍ବେଦନଶୀଳ ଘଟଣାରେ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ଦାୟିତ୍ୱହୀନତା ପାଇଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ସରକାର କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି l

 

prasanta dash nka report epa news

Leave a Reply

Your email address will not be published. Required fields are marked *