ଜେଇଇ ମେନ୍ସରେ ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା
ଭୁବନେଶ୍ବର, ୨୩ ଫେବୃଆରୀ ୨୦୨୬: ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS)ର ଛାତ୍ରଛାତ୍ରୀଙ୍କର ଜେଇଇ ମେନ୍ସରେ ଉଲ୍ଲେଖନୀୟ ସଫଳତା । EMRS ର ୧୧ ଜଣ ଛାତ୍ରଛାତ୍ରୀ ୨୦୨୬ ମସିହାର ଜେଇଇ ମେନ୍ସ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଛନ୍ତି । EMRS କରଞ୍ଜିଆର ଛାତ୍ର ଅଭିଶ ଆଲାମ୍ ୯୭.୫ ପ୍ରତିଶତ ହାସଲ କରି ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ।
ଅନ୍ୟ ସଫଳ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ EMRS, ରାଙ୍କିରୁ ରିଙ୍କିରାଣୀ ନାଏକ, ସୁନୀଲ କୁମାର ନାଏକ ଓ ସୁନିଆ ହେମ୍ବ୍ରମ ପରୀକ୍ଷା ଉତ୍ତୀର୍ଣ୍ଣ କରିଥିବା ବେଳେ EMRS, କରଞ୍ଜିଆରୁ ସାମୁ ପଲେଇୟା ମଧ୍ୟ ପାଇଁ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । EMRS, ଲହୁଣିପଡ଼ାରୁ ଇଷ୍ଟିଫାନ ହେମ୍ବ୍ରମ, ପୂଜାରାଣୀ କିଷାନ, ଦୀପା କିଷାନ, ରବିନ ଓରାମ ଏବଂ ସାଲଖୁ ହେମ୍ବ୍ରମ ଯୋଗ୍ୟତା ହାସଲ କରିଛନ୍ତି । ସେହିପରି EMRS, ବାଙ୍ଗିରିପୋଷିରୁ ଠାକୁର ମୁର୍ମୁ ସଫଳତା ଅର୍ଜନ କରିଛନ୍ତି । ସ୍କୁଲ ଅନୁସାରେ, EMRS, ଲହୁଣିପଡାରୁ ସର୍ବାଧିକ ପା଼ଞ୍ଚ ଜଣ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି । ଏହାପରେ EMRS ରାଙ୍କିରୁ ତିନି ଜଣ, EMRS କରଞ୍ଜିଆରେ ଦୁଇଜଣ, EMRS ବାଙ୍ଗିରିପୋଷିରୁ ଜଣେ ଛାତ୍ର ଯୋଗ୍ୟତା ହାସଲ କରିଛନ୍ତି ।
