December 26, 2024
Home » ଜୟପୁର ସହରରେ ବୋଇତ ବନ୍ଦାଣ ଉତ୍ସବ’ ୨୦୨୪ ପାଳିତ

ଜୟପୁର ସହରରେ ବୋଇତ ବନ୍ଦାଣ ଉତ୍ସବ’ ୨୦୨୪ ପାଳିତ

0

ଚଳିତବର୍ଷ ସଂସ୍କୃତି ପରମ୍ପରା ଓ ଭାଇଚାରାର ସହର ଜୟପୁର ସ୍ଥିତ ରାଜୁସହିର ପଞ୍ଚାନନ ମନ୍ଦିର ପ୍ରାଙ୍ଗଣରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ‘ବୋଇତ ବନ୍ଦାଣ ଉତ୍ସବ’ ପାଳିତ ହୋଇଯାଇଛି । ଜୟପୁର ସହରବାସୀ ପୁରାତନ ସାଧବ ପୁଅର ଗୌରବଗାଥାକୁ ମନେ ପକାଇ ଓଡ଼ିଆ ଘରର ପୁରାତନ ସଂସ୍କୃତି ତଥା କଳିଙ୍ଗର ଐତିହ୍ୟ ନୌବାଣିଜ୍ୟ ପରମ୍ପରାକୁ ଏକ ‘ବୋଇତ ବନ୍ଦାଣ ଉତ୍ସବ’ ମାଧ୍ୟମରେ ବଜାୟ ରଖିଛନ୍ତି।

ଏହି କାର୍ଯ୍ୟକ୍ରମ ପରମ୍ପରା ଓ ରୀତିନୀତି ଅନୁସାରେ ନଭେମ୍ବର ୧୪ ତାରିଖରେ ଜୟପୁର ବିଧାୟକ ତାର ପ୍ରସାଦ ବାହିନୀପତିଙ୍କ ମୁଖ୍ୟ ଆତିଥ୍ୟାରେ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହେଇଛି । କାର୍ଯକ୍ରମ ଏହି ଅବସରରେ ବରିଷ୍ଟବ୍ୟକ୍ତି ଉତ୍ତମ ନାୟକଙ୍କୁ ମଞ୍ଚ ଉପରେ ବିଧାୟକ ଶ୍ରୀ ବାହିନୀପତି ସମ୍ମାନିତ କରିଵା ପରେ ପରେ ହରିଦାସ ତ୍ରିପାଠୀ,ନୀଳକଣ୍ଠ ମିଶ୍ର,ଉତ୍ତମ ନାୟକଙ୍କୁ ବୋଇତ ବନ୍ଧାଣ ଉତ୍ସବ କମିଟି ପକ୍ଷରୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରିଥିଲେ।

ଜୟପୁର ସହରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାର ପ୍ରସାଦ ବାହିନୀପତି,ଜୟପୁର ପୌରଧ୍ୟକ୍ଷ ନରେନ୍ଦ୍ର ମହାନ୍ତି,ଜଗନ୍ନାଥ ମିଶ୍ର,ଶ୍ୟାମଳ (ମନୁ) ପଟ୍ଟନାୟକ,ଦେବେନ୍ଦ୍ର ବାହିନୀପତି,ନୀଳକଣ୍ଠ ମିଶ୍ର,ହରିଦାସ ତ୍ରିପାଠୀ,ସମାଜସେବୀ ନବକୃଷ୍ଣ ରଥ,ନୀଳମାଧବ ମିଶ୍ର ମଞ୍ଚାସିନ ଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କର୍ୟକ୍ରମତିକୁ ଅଷ୍ଟସମ୍ ଗ୍ରୁପ ସହଯୋଗରେ ସଞ୍ଜୟ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ଏହି ଉତ୍ସବରେ ଵହୁ ଲୋକ ସମାଗମ ହୋଇ ସ୍ଥାନୀୟ କଳାକାର ଓ ସମ୍ବଲପୁରରୁ ଆସିଥିବା କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାଯ୍ୟକ୍ରମକୁ ଉପଭୋଗ କରିଥିଲେ ।

ରିପୋର୍ଟ:କୋରାପୁଟ ଦିଲ୍ଲା ଈପିଏରୁ ତିରୁମାଲା ଟ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *