February 22, 2026
Home » ଟପ ମାଓନେତା ଆଜାଦକୁ ସ୍ୱତନ୍ତ୍ର କୋର୍ଟରେ ପୋଲିସ ହାଜର କଲା

ଟପ ମାଓନେତା ଆଜାଦକୁ ସ୍ୱତନ୍ତ୍ର କୋର୍ଟରେ ପୋଲିସ ହାଜର କଲା

0
WhatsApp Image 2026-01-28 at 3.52.54 PM

 

ଟପ ମାଓନେତା ଡୁନା କେଶବ ରାଓ ଓରଫ ଆଜାଦକୁ ପୋଲିସ ପାରଳାଖେମୁଣ୍ଡି ସ୍ଥିତ ସ୍ୱତନ୍ତ୍ର ଅଦାଲତରେ ହାଜର କରାଇଛି । ଭୂବନେଶ୍ୱର ସ୍ଥିତ ଝାରପଡା ଜେଲରେ ବିଚରାଧିନ ବନ୍ଦୀ ଭାବେ ରହୁଥିବା ଡୁନା କେଶବ ରାଓ ଓରଫ ଆଜାଦକୁ ପ୍ରଥମେ ମୋହନା ସ୍ଥିତ ଜେଏମଏଫସି ଅଦାଲତରେ ରହିଥିବା ୧୭ଟି ମାମଲାରେ ପୋଲିସ ହାଜର କରିଥିଲା । କେବଳ ଆଜାଦର ମାମଲାର ଶୁଣାଣୀ କରିବା ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଦୌରାଜଜ୍ ଙ୍କ ୍‌ଅଦାଲତ ପରିସରରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଧେଶ କ୍ରମେ ଖୋଲାଯାଇଥିବା ସ୍ୱତନ୍ତ୍ର ଅଦାଲତରେ ଉପସ୍ଥିତ କରାଯାଇଥିଲା ବୋଲି କ୍ୟାଡର ପ୍ରାପ୍ତ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର୍ ରାଜେଶ କୁମାର ମିଶ୍ର ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।୨୦୧୧ମସିହାରୁ ଡୁନା କେଶବ ରାଓ ଓରଫ ଆଜାଦ ୨୦୧୧ମସିହାରୁ ଭୁବନେଶ୍ୱର ସ୍ଥିତ ଝାରପଡା ଜେଲରେ ରହିଥିବା ବେଳେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଗୁଡିକର ଟ୍ରାଏଲ କରାଯାଉନଥିଲା ।

ସେ ଏନେଇ ତାଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ମାମଲା ଗୁଡିକ ଟ୍ରାଏଲ୍ ସ୍ୱତନ୍ତ୍ର ଅଦାଲତରେ କରିବା ନିମନ୍ତେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ବିରୁଦ୍ଧରେ ଆନ୍ଧ୍ର ପ୍ରଦେଶ ଓ ଓଡିଶାରେ ମାମଲା ଗୁଡିକର ଟ୍ରାଏଲ କରିବା ନିମନ୍ତେ ଉଭୟ ରାଜ୍ୟ ସରକାରଙ୍କୁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆନ୍ଧ୍ରପ୍ରଦେଶ ସରକାର ଶ୍ରୀକାକୁଲମ ଠାରେ ମାମଲାର ଶୁଣାଣୀ ନିମନ୍ତେ ପ୍ରଥମେ ସ୍ୱତନ୍ତ୍ର ଅଦାଲତର ସ୍ଥାପନ କରିଥିଲେ । କିନ୍ତୁ ଓଡିଶା ସରକାର ସେଥିରେ ବିଳମ୍ବ କରିଥିଲେ । ତାର ପ୍ରତିବାଦର ଆଜାଦ ଝାରପଡା ଜେଲରେ ଆମରଣ ଅନଶନ କରିଥିଲେ । ତାପରେ ଡିସେମ୍ବର ମାସରେ ପାରଳାଖେମୁଣ୍ଡି ଠାରେ ତାଙ୍କର ମାମଲାର ବିଚାରଣା ନିମନ୍ତେ ସ୍ୱତନ୍ତ୍ର ଅଦାଲତ ସ୍ଥାପନ କରିଥିଲେ । ମାମଲାର ବିଚାରଣା କରିବା ନିମନ୍ତେ ସ୍ୱତନ୍ତ୍ର ଭାବେଏଡିଜେ ସତ୍ୟ ନାରୟଣ ପ୍ରଧାନଙ୍କୁ ନିଯୁକ୍ତି ଦେଇଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର୍ ଏମ୍ ପୃଥ୍ୱିରାଜ ଉକ୍ତ ମାମଲା ଗୁଡିକର ପରିଚାଳନା କରିବେ ସୂଚନାଯୋଗ୍ୟ ଯେ ଡୁନା କେଶବ ରାଓ ଓରଫ ଆଜାଦଙ୍କ ବିରୋଧରେ ଓଡିଶାରେ ବିଭିନ୍ନ ଜିଲ୍ଲାରେ ମୋଟ ୩୭ଟି ମାମଲା ରହିଛି । ସେଥିମଧ୍ୟରୁ ଗୋଟିଏ ପକ୍ସୋ ମାମଲା ରହିଛି । ଉକ୍ତ ମାମଲା ବ୍ୟତୀତ ଅନ୍ୟ ୩୬ଟି ମାମଲା ଏହି ସ୍ୱତନ୍ତ ଅଦାଲତରେ ବିଚାରଣା ହେବ ବୋଲି ଶ୍ରୀ ମିଶ୍ର ସୂଚନା ପ୍ରଦାନ କରିଛନ୍ତି ।

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *