July 27, 2025
Home » ଟାଟା ପାୱାର ର ମନମୁଖୀ କାମ: ବିପଦ ପୂର୍ଣ୍ଣ କେବୁଲ ପରିବର୍ତ୍ତନ ପାଇଁ ଟାଲଟୁଳ ନୀତି

ଟାଟା ପାୱାର ର ମନମୁଖୀ କାମ: ବିପଦ ପୂର୍ଣ୍ଣ କେବୁଲ ପରିବର୍ତ୍ତନ ପାଇଁ ଟାଲଟୁଳ ନୀତି

0
WhatsApp Image 2025-06-16 at 10.49.42 AM

ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଟାଟା ପାୱାର ଚାଷୀ ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ବାରମ୍ବାର ହଇରାଣ କରିବା ସହିତ ପୁରୁଣା ଓ ନଷ୍ଟ ହୋଇଥିବା ବିଦ୍ୟୁତ୍ କେବୁଲ୍ ପରିବର୍ତ୍ତନ ନ କରିବାରୁ ଚାଷୀ ରବି ଋତୁରେ ଚାଷ କରି ନ ପାରି କ୍ଷତି ର ଶିକାର ହୋଇଥିବା ଅଭିଯୋଗ ହୋଇଛି l ସୂଚନା ଥାଉ କି ଏହି ଉପ ଖଣ୍ଡ ବିଦ୍ୟୁତ୍ କାର୍ଯ୍ୟାଳୟ ଅନ୍ତର୍ଗତ ସୁବଳୟା ସ୍ଥିତ ବିଦ୍ୟୁତ୍ ସେକ୍ସନ ଅଧିନସ୍ଥ କର୍ଡାପାଲ ଠାରେ କିଛି ଆଗ୍ରଣି ଚାଷୀ ତାଙ୍କ ଚାଷ ଜମିରେ ଖୋଲାଯାଇଥିବା ବୋରୱାଲ୍ କୁ ହୋଇଥିବା ବିଦ୍ୟୁତ୍ ସଂଯୋଗ ର କେବୁଳ ସବୁ ଫାଟି ନଷ୍ଟ ହେଇା ବିପଦ ପୂର୍ଣ୍ଣ ଅବସ୍ଥା ରେ ଥିବା ବେଳେ କେବୁଳ ପରିବର୍ତ୍ତନ ନେଇ ଗତ ୨୦୨୪ ଜାନୁୟାରୀ ମାସ ରୁ ଲିଖିତ ଆକାର ରେ ଦେଇଥିବା ବେଳେ ବକେୟା ବିଦ୍ୟୁତ୍ ବିଲ ପୈଠ କର ତୁମ କେବୁଲ ଲଗାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଚାଷୀ ଆଗକୁ ରବି ଚାଷ ପାଇଁ ତୁରନ୍ତ ବକେୟା ବିଦ୍ୟୁତ୍ ବିଲ ପୈଠ କରି ଉକ୍ତ ପୈଠ ରିଶିଭ ର ନକଲ କାର୍ଯ୍ୟାଳୟ ରେ ବିଭାଗୀୟ ଯନ୍ତ୍ରୀ ଙ୍କୁ ଦିଆଯିବା ପରେ ମଧ୍ୟ ଆଜ କୁ ୧୫-୧୬ ମାସ ବିତି ଯାଇଥିଲେ ମଧ୍ୟ ଟାଟା ପାୱାର ଆଉ କେବଳ ପରିବର୍ତ୍ତନ ନେଇ ଚାଷୀ ଙ୍କ କଥା ଶୁଣୁ ନ ଥିବା ବେଳେ ଚାଷୀ ଆଜି କାଲି କହି ଏତେ ଦିନ ବିତି ଗଲେ ମଧ୍ୟ ବିଭାଗ ଗୁମ୍ ମାରି ରହିଛି l ବିପଦ ପୂର୍ଣ୍ଣ କେବୁଲ ପରିବର୍ତ୍ତନ ଆଶାରେ ଚାଷୀ ଚଳିତ ବର୍ଷ ରବି ଚାଷ କରି ନ ପାରି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି l ବିପଦ ପୂର୍ଣ୍ଣ ବିଦ୍ୟୁତ କେବୁଲ ପାଇଁ ନିଜ ଓ ଶ୍ରମିକ ଙ୍କ ଜୀବନ ବିପଦ ପୂର୍ଣ୍ଣ ଥିବା ଭୟ ରେ ଚାଷୀ ଚାଷ କରି ନ ଥିବା ବେଳେ ପ୍ରତି ମାସ ବିଦ୍ୟୁତ୍ ବିଲ ଆସୁଥିବା ବେଳେ ବିଲ ପୈଠ କରିବାକୁ ପଡୁଥିବା ଚାଷୀ ରମାକାନ୍ତ ହୋତା କହିଛନ୍ତି l ଆଶ୍ଚର୍ୟ୍ଯ ର କଥା ପୁରୁଣା ବିଲ ପୈଠ କର ତୁରନ୍ତ କେବୁଲ ଲଗାଯିବ ବୋଲି କହି ବିଲ ପୈଠ ପରେ ଭୁଲି ଯାଇ ଚାଷୀଙ୍କୁ ହଇରାଣ କରୁଥିବା ରୁ ଚାଷୀ ଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ସାଧାରଣ ରେ ଦାବି ହେଉଛି l ଏ ନେଇ ଉପଖଣ୍ଡ ବିଦ୍ୟୁତ୍ ବିଭାଗ ସହକାରୀ ଯନ୍ତ୍ରୀ ଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଲେ ଏ ନେଇ ମୋ ପାଖରେ ଖବର ନାହିଁ ମୁଁ ଆପଣ ଙ୍କ ଠୁଁ ଜାଣିଲି ହିତାଧିକାରୀ ଙ୍କୁ କୁହନ୍ତୁ ମୋତେ ଦେଖା କରନ୍ତୁ ଏବଂ ଆମେ ତୁରନ୍ତ କଣ ହୋଇଛି ଦେଖି ତାର ସୁ ବ୍ୟବସ୍ଥା କରିବୁ ବୋଲି କହିଥିଲେ l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *