ଟି ଭେନୁଗୋପାଳ ପାରାଦୀପ ବନ୍ଦରର ପରବର୍ତ୍ତୀ ଉପାଧ୍ୟକ୍ଷ
ପାରାଦୀପ, : କେନ୍ଦ୍ର ଜାହାଜ ଚଳାଚଳ ଓ ଜଳପଥ ବିଭାଗ ପକ୍ଷରୁ ବିଶାଖାପାଟଣା ବନ୍ଦରର ସଚିବ ଟି ଭେନୁଗୋପାଳ ପାରାଦୀପ ବନ୍ଦରର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି।ପାରାଦୀପ ବନ୍ଦରର ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ନୀଳାଭ୍ର ଦାସଗୁପ୍ତା କାଣ୍ଡଲା ବନ୍ଦରକୁ ବଦଳି ହୋଇ ଯିବା ପରେ ଏହି ପଦବୀ ଦୀର୍ଘ ୪ ମାସ ଧରି ଖାଲି ପଡିଥିଲା।ବର୍ତ୍ତମାନ କେନ୍ଦ୍ର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଟି ଭେନୁଗୋପାଳ ଙ୍କୁ ପାରାଦୀପ ବନ୍ଦରର ଉପାଧ୍ୟକ୍ଷ ଭାବେ ନିଯୁକ୍ତି କରି ଖାଲି ପଡିଥିବା ଉପାଧ୍ୟକ୍ଷ ପଦକୁ ପୁରଣ କରିଛନ୍ତି। ଯାହାକି ଆସନ୍ତା ଦିନ ମାନଙ୍କରେ ବନ୍ଦରର କାର୍ଯ୍ୟ ଶୈଳୀରେ ପୁଣି ପରିବର୍ତ୍ତନ ର ସମ୍ଭାବନା ସୃଷ୍ଟି ହେବ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
